ଅଙ୍କିତା ସେୟାର କଲେ ସୁଶାନ୍ତ ସିଂହ ଙ୍କ ଶେଷ ଭିଡ଼ିଓ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ବାର୍ଷିକୀ ରେ ତାଙ୍କୁ ମନେ ପକାଇଲେ ଅଙ୍କିତା । ପୋଷ୍ଟ କଲେ ଏମିତି କିଛି ଭିଡିଓ ଓ ଫୋଟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କୁହାଯାଏ ଜିରୋ ରୁ ହିରୋ ହେବା ଟା ଅନେକ କଷ୍ଟ । ନିଶ୍ଚିତ ରୂପେ ଏହା ସତ୍ୟ । ଯେଉଁ ମଣିଷ ଜିରୋ ରୁ ହିରୋ ହୋଇଥାଏ ତା ପଛରେ ରହିଥାଏ ଅନେକ କଷ୍ଟ , ଦୁଃଖ , ଯନ୍ତ୍ରଣା , ପ୍ରତାରଣା , ଆହୁରି ଅନେକ କିଛି । ଏତେ ସବୁ କୁ ସହି ସହି ଜଣେ ହିରୋ ହୋଇଥାଏ । ସେହିପରି ଜଣେ ହିରୋ ଯିଏ କି ଜିରୋ ରୁ ଆରମ୍ଭ କରିଥିଲେ , ଦୁଇ ତିନି ଦିନ ତଳେ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ହେଲା । ଆପଣ ମାନେ ଅବଶ୍ୟ ନାମ ଟି ଅନ୍ଦାଜ୍ କରିପାରୁଥିବେ । ଅବଶ୍ୟ ସେ ସୁଶାନ୍ତ ସିଂ ରାଜପୁତ । ଗତ ବର୍ଷ ୨୦୨୦ ମସିହା ଜୁନ ମାସ ୧୪ ତାରିଖ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

 

ତେବେ ଏହି ମାସ ୧୪ ତାରିଖ ତାଙ୍କ ମୃତ୍ୟୁ କୁ ଏକ ବର୍ଷ ହୋଇଯାଇଛି । ସୂଚନା ରହୁଛି ଯେ ୨୦୨୦ ମସିହା ମୁମ୍ବାଇ ର ବାନ୍ଦ୍ରା ଷ୍ଟ୍ରିଟ ସ୍ଥିତ ବାସଭବନ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ପୋଲିସ ଓ ସିବିଆଇ ତଦନ୍ତ ପରେ ମଧ୍ୟ ଏକ ବର୍ଷ ବିତିଗଲା । କିନ୍ତୁ ଏହି ମୃତ୍ୟୁ ପଛରେ ଥିବା ରହସ୍ୟ ଆଜି ଯାଏ ମଧ୍ୟ ଉନ୍ମୋଚନ କରିପାରିଲେ ନାହିଁ । ଟିଭି ସିରିଆଲ ପବିତ୍ର ରିସ୍ତା ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଡ୍ରପ ଆଉଟ୍ ଇଞ୍ଜିନିୟରିଂ ଛାତ୍ର ସୁଶାନ୍ତ ସିଂ ରାଜପୁତ । ତାଙ୍କ ସହିତ ଅଭିନେତ୍ରୀ ଥିଲେ ଅଙ୍କିତା ଲୋଖଣ୍ଡେ । ପୂର୍ବ ରୁ ସୁଶାନ୍ତ ଓ ଅଙ୍କିତା ଙ୍କ ମଧ୍ୟ ରେ ଏକ ସମ୍ପର୍କ ସ୍ଥାପନ ହୋଇଥିଲା ଓ ସେମାନେ ଦୀର୍ଘ ଦିନ ଧରି ଡେଟିଂରେ ମଧ୍ୟ ଥିଲେ । ତେବେ ଏହି ୧୪ ରେ ସୁଶାନ୍ତ ଙ୍କ ମୃତ୍ୟୁ ବାର୍ଷିକୀ ରେ ଅଙ୍କିତା ଅନେକ ପୁରୁଣା ପୁରୁଣା ଫୋଟ ଓ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ଅଙ୍କିତା , ସୁଶାନ୍ତ ବନ୍ଧୁ ଙ୍କ ସହିତ ମିଶି ଆଡ୍ଡା କରୁଥିଲେ । ଦିନ ସାରା କେଉଁଠି ବୁଲିଲେ , କଣ କଲେ ସମସ୍ତ କିଛି ଭିଡିଓ । ସେହି ଭିଡିଓ ଟି ଅନେକ ପୁରୁଣା ମଧ୍ୟ ଥିଲା । ୨୦୧୪ ମସିହା ର ଭିଡିଓ କୁ ପୋଷ୍ଟ କରିଥିଲେ ଅଙ୍କିତା । ତେବେ ସୁଶାନ୍ତ ଙ୍କ ପ୍ରଶଂସକ ମାନେ ଏହି ଭିଡିଓ ଦେଖି ଅନେକ ଭାବ ବିହ୍ୱଳ ହୋଇଯାଇଥିଲେ । ଏହି ଭିଡିଓ ରେ ସମସ୍ତ ପୁରୁଣା ଦିନ ର କଥା ମନେ ପକାଇଛନ୍ତି ଅଙ୍କିତା । ଭିଡିଓ ଟା ୨୦୧୪ ମସିହା ର , କିନ୍ତୁ ସେମାନେ ୨୦୧୧ ମସିହା ବିଷୟ ରେ କଥା ହେଉଛନ୍ତି । ସମସ୍ତେ ଏହି ଭିଡିଓ ଓ ଫୋଟ ଦେଖି ପୁରୁଣା ଦିନ କଥା ମନେ ପକେଇଛନ୍ତି।  ତେବେ ଏମ୍ ଏସ ଧୋନି ଫିଲ୍ମ୍ ରୁ ଦର୍ଶକ ଙ୍କ ମନ ହୃଦୟ ରେ ଏକ ଅଲଗା ଅନୁଭବ ଆଣିପାରିଥିଲେ ସୁଶାନ୍ତ । ନିଜ ଅଭିନୟ ଯାଦୁ ରେ ସମସ୍ତଙ୍କ ଅତି ପ୍ରିୟ ହୋଇଉଠିଥିଲେ ।

 

ତେବେ ସେ କାହିଁକି ଏପରି ଆତ୍ମହତ୍ୟା କରିଥିଲେ ଆଜି ପର୍ଯ୍ୟନ୍ତ ସିବିଆଇ ସୁଶାନ୍ତଙ୍କ ମାମଲାରେ କୌଣସି ବି ସଠିକ ତଥ୍ୟ ଦେଇ ନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ହୋଇଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର ଅସଲ ରହସ୍ୟରୁ ପରଦା ଉଠି ପାରିଲା ନାହିଁ । ସେଥିପାଇଁ ତାଙ୍କର ଫ୍ୟାନମାନେ ବହୁତ ଦୁଃଖିତ ଅଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *