ଅଭିନୟ ରୁ ଆସିଲେ ସଙ୍ଗୀତ ଜଗତ କୁ । ରୋମାଣ୍ଟିକ ଗୀତ ଗାଇଛନ୍ତି ଅଭିନେତ୍ରୀ ଶିବାନୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅଭିନୟ ରୁ ଆସିଲେ ସଙ୍ଗୀତ ଜଗତ କୁ । ରୋମାଣ୍ଟିକ ଗୀତ ଗାଇଛନ୍ତି ଅଭିନେତ୍ରୀ ଶିବାନୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ସମସ୍ତେ ଓଡ଼ିଆ ଫିଲ୍ମ ସିରିଏଲ ଆଦି ଦେଖିବା ପାଇଁ ଖୁବ୍ ଭଲ ପାଇଥାଉ ହେଲେ ଏ ସବୁ କୁ ଆହୁରି ଅଧିକ ମାତ୍ରା ରେ ଭଲ ପାଇବାର କାରଣ ସଙ୍ଗୀତ । ଏହି ସବୁ ମଧ୍ୟ ରେ ଆମେ ଆଲବମ୍ ସଙ୍ଗୀତ କୁ ଅଧିକ ମାତ୍ରା ରେ ଭଲ ପାଇବା ଦେଇଥାଉ । ଆମେ ଓଡ଼ିଆ ଫିଲ୍ମ କୁ ଯେତିକି ମାତ୍ରା ରେ ଭଲ ପାଇବା ଦେଇ ନଥାଉ ତା ଠୁ ଭି ଅଧିକ ଭଲ ପାଇଥାଉ ସେହି ସଙ୍ଗୀତ କୁ । ଏତେ ସବୁ ବିରାଟ ଧରଣ ର ବଡ଼ ବଡ଼ ସଙ୍ଗୀତ କରିବା ପଛରେ କେଉଁ ମାନେ କାମ କରିଥାନ୍ତି ଯେଉଁ ମାନେ କ୍ୟାମେରା ପଛରେ କାମ କରିଥାନ୍ତି ସେହି ମାନେ ହିଁ ମୁଖ୍ୟ ସୁପର ଷ୍ଟାର୍ । ତାଙ୍କ କଣ୍ଠ ର ସ୍ୱର୍ ପାଇଁ ଆମେ ସମସ୍ତେ ଭାବ ବିହ୍ବଳ ହୋଇ ଯାଇଥାଉ । ବିରାଟ ବଡ଼ ବଡ ଦୁଃଖ ରୁ ନିଜ କୁ ଦୂରେଇ ଆଣି ପରିଥାଉ ଓ ଖୁସି କରି ପାରିଥାଉ । ତେବେ ଓଲିଉଡ ଜଗତ ରେ ଅନେକ ବଡ଼ ବଡ଼ ସଙ୍ଗୀତଜ୍ଞ ରହିଛନ୍ତି । 

 

ହ୍ୟୁମାନ ସାଗର , ଅସୀମା ପଣ୍ଡା , ନମିତା ଅଗ୍ରୱାଲ , ଶୈଳଭମା  ଏମାନଙ୍କ ପରି ଲେଜେଣ୍ଡ ସଙ୍ଗୀତଜ୍ଞ ମାନେ ରହିଛନ୍ତି ଓଡ଼ିଆ ସିନେମା ତଥା ସଙ୍ଗୀତ ଜଗତ ରେ । ସେମାନେ ନିଜ କଣ୍ଠ ର ମାଧୂର୍ଯ୍ୟ ରେ ସମସ୍ତଙ୍କ ମନ କିଣିନେଇଥାନ୍ତି । ପ୍ରାୟ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଷ୍ଟୁଡିଓ ରେ ଗୀତ ଗାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ଶିବାନୀ ପ୍ରଥମଥର ପାଇଁ ଗୀତ ଗାଇଛନ୍ତି ଷ୍ଟୁଡିଓ ରେ । କଟକ ଷ୍ଟୁଡିଓ ରେ ସଙ୍ଗୀତ ରେ କଣ୍ଠ ପ୍ରଦାନ କରିଛନ୍ତି ଶିବାନୀ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସଙ୍ଗୀତ ଟି ହେଉଛି ପ୍ରେମ ହେଲା ଜାଣିଲି । ତେବେ ଶିବାନୀ ଅନେକ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି ଯେ ଯେଉଁ ଅଭିନେତ୍ରୀ କୁ ଓଡ଼ିଶା ବାସୀ ଏତେ ଭଲ ପାଇଛନ୍ତି , ତାଙ୍କ ସଙ୍ଗୀତ କୁ କେତେ ଭଲ ପାଇବା ଦେବେ । ତେବେ ଶିବାନୀ ନିଜେ ଜଣାଇଛନ୍ତି ଯେ ସେ ଛୋଟ ବେଳୁ ଅଭିନୟ ଓ ନୃତ୍ୟ ଶିଖିବା ପୂର୍ବ ରୁ ସଙ୍ଗୀତ ରେ ରୁଚି ରଖିଥିଲେ ଓ ସଙ୍ଗୀତ ଶିଖିଥିଲେ । ତେଣୁ ତାଙ୍କ ର ସଙ୍ଗୀତ ପ୍ରତି ପିଲା ଟି ଦିନୁ ଏକ ଭଲ ପାଇବା ରହି ଆସିଛି । ତେବେ ଷ୍ଟୁଡିଓ ରେ ଶିବାନୀ ଙ୍କ ମା ଓ ଜେଜେମା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଛି । ସେମାନଙ୍କ ଆଶୀର୍ବାଦ ହେତୁ ସେ ଭଲ ଭାବେ ଗୀତ ଗାଇଛନ୍ତି ବୋଲି ନିଜେ ଶିବାନୀ କହିଛନ୍ତି । ତେବେ ବେଶ୍ ସୁମଧୁର ସ୍ୱର ରେ ଏକ ରୋମାଣ୍ଟିକ ଗୀତ ଟି ରେକର୍ଡ଼ ହୋଇଛି । ଏହାକୁ ଓଡ଼ିଶା ବାସୀ କେତେ ଭଲପାଇବା ଦେବେ ତାହା ପାଇଁ ଶିବାନୀ ମଧ୍ୟ ଅନୁରୋଧ କରିଛନ୍ତି । 

 

ଏକ ସୁମଧୁର କଣ୍ଠ ନେଇ ଜନ୍ମିଛନ୍ତି ଶିବାନୀ । ନାଚ ଓ ଅଭିନୟ ସହିତ ସଙ୍ଗୀତ ରେ ମଧ୍ୟ କିଛି କମ୍ ନାହାନ୍ତି ସେ । ତେବେ ପ୍ରେମାନନ୍ଦ ଙ୍କ ଦ୍ଵାରା ନିର୍ମିତ ଏହି ସଙ୍ଗୀତ ଟି କେତେ ଭଲ ପାଇବା ସାଉଁଟି ପାରୁଚି , ସେଥି ପାଇଁ ଅପେକ୍ଷା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *