ଅସିଫି ସୌମ୍ୟରଂଜନ ଙ୍କ କେସ ରେ ହେଲା ମହାଖୁଲାସା….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ତେବେ ଫିଟିଗଲା ଗୁମର । ଧରା ପଡିଗଲା ବିଦ୍ୟା ଭାରତୀଙ୍କ ସବୁ ସତ କଥା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ପ୍ରତ୍ୟେକ ନ୍ୟୁଜ ଚ୍ୟାନେଲ ତଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ଖବର ପାଲଟି ଥିବା ପାରଳାଖେମୁଣ୍ଡି ର ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୮ ଦିନରୁ ଅଧିକ ସମୟ ବିତି ଗଲାଣି ତଥାପି ମୃତ୍ୟୁର ପ୍ରକୃତ କାରଣ ଏପର୍ଯୟନ୍ତ ସ୍ପଷ୍ଟ ହୋଇପାରିନି । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ମାମଲାର ଗମ୍ଭୀରତାକୁ ଦେଖି ପୋଲିସକୁ ସହଯୋଗ ପାଇଁ ଏବେ ପାରଳାଖେମୁଣ୍ଡିରେ ପହଁଚିଛି କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ । ସେପଟେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ପୋଲିସ ଟିମ୍ ବାଲେଶ୍ୱରର ଖଇରା ଏବଂ ମୟୂରଭଂଜର ଉଦଳା ଯାଇ ପୃଥକ୍ ପୃଥକ ଭାବେ ସୌମ୍ୟ ଏବଂ ପତ୍ନୀ ବିଦ୍ୟାଙ୍କ ପରିବାରକୁ ଜେରା କରିଛି । ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସିପାରିନଥିବା ବେଳେ ଗୋଟେ ପରେ ଗୋଟେ ସବୁ ନୂଆ ମୋଡ ରହସ୍ୟକୁ ଆହୁରି ଘନୀଭୂତ କରାଉଛି । ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ମୋଡ ଆଣିଛି । ଏହି ହାଇପ୍ରୋଫାଇଲ୍ ମାମଲାରେ ଅନ୍ୟ ଝିଅ ସହ ସୌମ୍ୟଙ୍କ ପରକୀୟା ସମ୍ପର୍କ କଥା ସାମ୍ନାକୁ ଆଣିଛନ୍ତି ଏବେ ପତ୍ନୀ ବିଦ୍ୟା। ସ୍ୱାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି କହିଥିବା ବିଦ୍ୟା, ମୃତ୍ୟୁର ସପ୍ତାହେ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତି କଥା ଆଣିଛନ୍ତି ମିଡିଆ ସାମ୍ନାକୁ । ଅନ୍ୟ ଜଣେ ଝିଅକୁ ମୋବାଇଲ୍‌ରେ ସୌମ୍ୟ ଲେଖିଥିଲେ ଆଇ ଲଭ୍‌ ୟୁ ବୋଲି କହିଛନ୍ତି । ଇୟରଫୋନ୍ ଲଗାଇ କଥା ହେଉଥିଲେ, ଆଉ ସେପଟୁ ଶୁଭୁଥିଲା ଜଣେ ଝିଅର ସ୍ୱର । 

 

ତେବେ ବିବାହର ୩ ମାସ ପରେ ଏକଥା ଧରାପଡ଼ିବାରୁ ମୋବାଇଲ୍ ପାସୱାର୍ଡ ବଦଳାଇବା ସହ ସୌମ୍ୟ ହ୍ୱାଟ୍ସଆପ୍ ଏବଂ କଣ୍ଟ୍ରାକ୍ଟ ଲିଷ୍ଟ ଡିଲିଟ୍ କରିଦେଇଥିଲେ ବୋଲି କହିଛନ୍ତି ବିଦ୍ୟା । ସେପଟେ ବୋହୂ ନିଜେ ଖସିଯିବା ପାଇଁ ସୈାମ୍ୟଙ୍କୁ ବଦନାମ୍ କରି ଏସବୁ ଚାଲ ଖେଳୁଛି ବୋଲି ସୌମ୍ୟଙ୍କ ମାଆ ଅଭିଯୋଗ କରିଛନ୍ତି । ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ପୁଅର ପରକୀୟା ସମ୍ପର୍କ ବିଷୟରେ ବୋହୂକୁ ଯଦି ଜଣାଥିଲା, ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି କହିନଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସୌମ୍ୟର ଝିଅ ସାଙ୍ଗମାନେ ତାକୁ ଫୋନ କରନ୍ତି ଓ ରାକ୍ଷୀ ମଧ୍ୟ ବାନ୍ଧନ୍ତି । ସେମିତି କୌଣସି ଝିଅ ସହ ସମ୍ପର୍କ ଥିବା କଥା ଆଜିସୁଦ୍ଧା ଆମେ ଜାଣିନାହୁଁ । ଷଡ଼ଯନ୍ତ୍ର ରଚିବା ପରେ ଖସିଯିବା ପାଇଁ ବୋହୂ ଚାଲ୍ ଖେଳୁଥିବା ସେ କହିଛନ୍ତି । ଏହାପରେ ପୋଲିସ୍ ହାତରେ ଲାଗିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି । ଯାହାକି ବିଦ୍ୟା ଭାରତୀଙ୍କ ହାତ ଲେଖା ହୋଇଥିବାର ଅନୁମାନ କରାଯାଉଛି । ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖାଯାଇଛି । ହେ ଭଗବାନ, କିଛିବି କରି ଡିଭୋର୍ସ କରେଇ ଦିଅ । ପ୍ରଭୁ ତୁମ ପାଖରେ ଋଣୀ ରହିଯିବି, ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି । କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ ବୋଲି ଲେଖାଯାଇଛି । ସେପଟେ ସୌମ୍ୟଙ୍କ ପରିବାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀ ଏବଂ ସଂପୃକ୍ତ ଡିଏଫ୍ଓଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *