ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଡିଜିଟାଲ ଭୋଟର ପରିଚୟ ପତ୍ର ଏବଂ ଏହାକୁ କିଭଳି ଭାବେ ଆପଣ ଡାଉନଲୋଡ଼ କରି ପାରିବେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ଭୋଟ ପରିଚୟ ପତ୍ର ଆଵଶ୍ୟକତା ବିଷୟରେ ଭଲ ଭାବେ ଜାଣିଥିବେ । ତେବେ ଏଭଳି ସ୍ଥଳରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାର ନୂତନ ଭାବେ ଡିଜିଟାଲ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଛନ୍ତି । ସୋମବାର ଜାତୀୟ ଭୋଟର ଦିବସ ଉପଲକ୍ଷେ ଏହି ନୂଆ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଆଇନ ମନ୍ତ୍ରୀ ।
ଆଜିଠାରୁ ଉଭୟ ନୂଆ ଏବଂ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇସାରିଥିବା ବ୍ୟକ୍ତିମାନେ ଓ୍ବେବ୍ସାଇଟ୍ରୁ ଭୋଟର ପରିଚୟ ପତ୍ର ଡାଉନଲୋଡ୍ କରିପାରିବେ । ତେବେ ଏହି e-EPICs ଉଭୟ ନୂଆ ଏବଂ ପୁରୁଣା ଭୋଟରମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୫ ରୁ ୩୧ ଯାଏଁ ଉପଲବ୍ଧ ହେବ । ଦ୍ବିତୀୟ ପର୍ଯ୍ୟାୟ e-EPICs ଫେବୃୟାରୀ ୧ ତାରିଖରୁ ଆରମ୍ଭ ହେବ ।
ତେବେ ଏହାକୁ ଡାଉନଲୋଡ଼ କରିବା ର ଉପାୟ ହେଲା ଭୋଟରମାନେ,ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍ (voterportal.eci.gov.in) ଓ୍ବେବ୍ସାଇଟ୍ରେ ଲଗ୍ଇନ୍ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍ଲାଇନ୍ ଆପ୍ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।