କରୋନା ଟୀକା କରଣ କୁ ନେଇ ସାମ୍ନାକୁ ଆସିଲା ଆଉ ଏକ ନୂଆ ଘଟଣା,ଟୀକା ନେବା ପରେ ବନ୍ଦ୍ ହେଉନି ଆଖି, ଫୁଲିଯାଇଛି ଗାଲ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କରୋନା ଟୀକା କରଣ କୁ ନେଇ ସାମ୍ନାକୁ ଆସିଲା ଆଉ ଏକ ନୂଆ ଘଟଣା,ଟୀକା ନେବା ପରେ ବନ୍ଦ୍ ହେଉନି ଆଖି, ଫୁଲିଯାଇଛି ଗାଲ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ମହାମାରୀ ଯୋଗୁ ସାରା ଦେଶ ରାଜ୍ୟରେ ହା ହା କାର ସୃଷ୍ଟି ହୋଇଛି । କରୋନା ନିଜର କାୟା ସାରା ଦେଶ ଉପରେ ବିସ୍ତାର କରି ଚାଲିଛି । ତେବେ ଦୀର୍ଘ ଦୁଇବର୍ଷ ହେବ କରୋନା କବଳରେ ସମଗ୍ର ମାନବ ଜାତି କବଳିତ ହୋଇଛି । ୨୦୨୦ ମସିହାରେ କରୋନା ଦେଶ ପ୍ରତି ଯେତିକି ବିପଦ ଆଣି ନ ଥିଲା ଚଳିତ ବର୍ଷ କରୋନା ଦ୍ଵିତୀୟ ଲହର ଅଧିକ ବିପଦ ଜନକ ପରିସ୍ଥିତି ସୃଷ୍ଟି କରିଛି । ଦେଶରେ ପୋକ ମାଛି ପରି ଲୋକେ ମୃତ୍ୟୁ ବରଣ କରୁଛନ୍ତି । ସଂକ୍ରମଣ ହାର ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ଏହିଭଳି ପରିସ୍ଥିତିରେ ମଣିଷ ନିଃଶ୍ୱାସ ପ୍ରସ୍ୱାଶ ନେବାକୁ ମଧ୍ୟ ଭୟଭୀତ ହେଉଛି । ଦେଶ ରାଜ୍ୟରେ ସଂକ୍ରମଣ ହାର ଏବଂ ମୃତ୍ୟୁ ହାର ଏଭଳି ମାତ୍ରାରେ ବଢି ଚାଲିଛି ଯେ କଳନା କରିବା ଅସମ୍ଭବ । ତେବେ ଏହିସବୁ ସଙ୍କଟ ଜନକ ପରିସ୍ଥିତିରେ ବୈଜ୍ଞାନିକ ମାନଙ୍କ ଦ୍ଵାରା କରୋନା ବିନାଶ ପାଇଁ ଟୀକା ପ୍ରସ୍ତୁତ କରାଯାଇଥିଲା । 

 

ତେବେ ଭାରତରେ ପ୍ରତ୍ୟେକ ଲୋକଙ୍କୁ ଟୀକା ଦେବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ପ୍ରଥମେ ଏହା କେବଳ ବୃଦ୍ଧ ବୟସ୍କ ବ୍ୟକ୍ତି ମାନଙ୍କୁ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ଜନସାଧାରଣ ମାନଙ୍କୁ ଏହି ଟୀକା ଦିଆଯାଉଛି । କିନ୍ତୁ କଥା ହେଉଛି ଏହି ଟୀକା କରଣକୁ ନେଇ ବହୁ ସମସ୍ୟା ମାନ ଦେଖିବାକୁ ମିଳୁଛି । ଟୀକା କରଣ ପରେ ମାନବ ଶରୀରରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲଗୁଛି । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଘଟଣା ବିଷୟରେ ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣତଃ ଭେକ୍ସିନ ନେବାର କିଛି ଘଣ୍ଟା ଅନ୍ତରରେ ଶରୀରରେ କ୍ଳାନ୍ତ ଭାବ ତଥା ଜ୍ଵର ଆଦି ଦେଖିବାକୁ ମିଳୁଛି । କିନ୍ତୁ କରୋନା ଟୀକା ନେବା ପରେ ବାମ ପାର୍ଶ୍ଵ ଗାଲ ଫୁଲିଯିବା ସହ ଆଖି ବନ୍ଦ ହେଉନାହିଁ ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

 

କୁଜଙ୍ଗ ଗ୍ରାମର ସାଇଲ ଅଞ୍ଚଳରେ ଗାୟତ୍ରୀ ମହାପାତ୍ର ନାମକ ମହିଳା ଜୁନ ୨୩ ତାରିଖରେ ଭେକ୍ସିନ ର ପ୍ରଥମ ଡୋଜ ନେଇଥିଲେ ଏବଂ ୨୪ ତାରିଖ ଦିନ ଶରୀର ବିନ୍ଧା ହେବା ସହ ବାମପର୍ଶ୍ଵ କାନ୍ଧରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ ପରେ ବାମପାର୍ଶ୍ଵ ଗାଲ ଫୁଲିଯାଇଥିଲା ଆଉ ଡାହାଣ ଆଖି ବନ୍ଦ ହେଉନଥିଲା । ସୂଚନା ଅନୁଯାୟୀ ମହିଳା ଜଣକ ପୂର୍ବରୁ ସୁସ୍ଥ ଥିଲେ କରୋନା ଟୀକା ନେବା ପରେ ଏହିଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରଥମେ ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ଦେଖାଇବା ପରେ ମହିଳାଙ୍କୁ ଜଗତସିଂପୁର ଚିକିତ୍ସାଳୟକୁ  ନିଆଯାଇଥିଲା । ସେଠାରେ ଡାକ୍ତର ENT ବିଶେଷଜ୍ଞ ଙ୍କୁ ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବରୁ ଟୀକା କରଣ କୁ ନେଇ ଚୁମ୍ବକୀୟ ଶକ୍ତି କଥା ଉଠିଥିଲା ବର୍ତ୍ତମାନ ମହିଳାଙ୍କ ପାଖରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବର୍ତ୍ତମାନ ସରକାର ମହିଳା ଙ୍କ ଚିକିତ୍ସା ନିମିତ୍ତ ସମସ୍ତ ଅର୍ଥ ରାଶି ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *