କରୋନା ଯୋଦ୍ଧା ଙ୍କୁ ମାଡ କେମିତି ମାଇଲେ ଦେଖ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କୋରୋନା ଯୋଦ୍ଧା ଙ୍କୁ ଆକ୍ରମଣ । ମାନବିକତା ହୀନ ମାନବ ସମାଜ ର ଉଦାହରଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

କୋରୋନା ସମୟ ରେ ଯଦି ଏହି କୋରୋନା ଯୋଦ୍ଧା ନ ଥାନ୍ତେ , ତେବେ ଆମେ କେବେ ହେଲେ ଆଜି ଏହି ଉନ୍ନତି ଅବସ୍ଥା ରେ ପହଞ୍ଚି ପାରିନଥାନ୍ତେ । ଯଦି ଡାକ୍ତର ବା ଡାକ୍ତରଖାନା ରେ କାର୍ଯ୍ୟ କରୁଥିବା କର୍ମଚାରୀ ଆଜି ନଥାନ୍ତେ ତେବେ ଏପରି ଅବସ୍ଥା କୁ କିପରି ଆମେ ସମ୍ଭାଳିଥାନ୍ତେ ଭାବି ଦେଖନ୍ତୁ । ତେଣୁ ସେମାନଙ୍କ ଠାରେ ଆମେ କୃତଜ୍ଞ ରହିବା ଉଚିତ୍ । ତେବେ ଅନେକ ସ୍ଥାନ ରେ ଡାକ୍ତର କିମ୍ୱା ନର୍ସ ଙ୍କ ପ୍ରତି ଦୁର୍ବ୍ୟବହାର ହେବା ଆମେ ଦେଖିଥାଉ । ଅନେକ ସମୟ ରେ ପୋଲିସ ଯେତେବେଳେ ନିଜ କାର୍ଯ୍ୟ କରିବା ପାଇଁ କୌଣସି ଏକ ସ୍ଥାନରେ ପହଞ୍ଚେ, ସେଠାକାର ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଅତର୍କିତ ଆକ୍ରମଣ ର ଶିକାର ହୋଇଥାନ୍ତି । ଏପରି କରିବା ଦ୍ବାରା ପ୍ରଥମତଃ ମାନବିକତା ର କ୍ଷୟ ଘଟିଥାଏ ଓ ଆଇନତଃ ମଧ୍ୟ ଅପରାଧୀ ଭାବରେ ଆମ୍ଭେ ଗଣା ହୋଇଥାଉ ।

କାହାକୁ ଆକ୍ରମଣ କରିବା ହେଉଛି ଆଇନତଃ ଅପରାଧ । କାରଣ ସମସ୍ତଙ୍କ ପାଇଁ ଆଇନ ର ବ୍ୟବସ୍ଥା ରହିଛି ଓ ଆଇନ କୁ କେହି ହାତକୁ ନେଇପାରିବେ ନାହି । ଏହା ହେଉଛି ଦଣ୍ଡନୀୟ ଅପରାଧ । ତେବେ ଏପରି ଏକ ଅମାନବିକତା ର ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ୍ ବଢ଼ାଲ୍ ପଞ୍ଚାୟତ ର ବଢ଼ାଓରା ଗ୍ରାମ ରେ । ହସ୍ପିଟାଲ୍ ରେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଣାସ ହସ୍ପିଟାଲ୍ ରେ କାର୍ଯ୍ୟରତ ଥିବା ସେହି ଗ୍ରାମ ର ବାସିନ୍ଦା ହେମନ୍ତ କୁମାର ସାହୁ ଙ୍କୁ ଆକ୍ରମଣ ହୋଇଛି । ତାହା ପୁଣି ନିଜ ଗ୍ରାମ ରେ ଆକ୍ରମଣ ହୋଇଛି । ସେହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଘୁରି ବୁଲୁଛି । ଯାହା ସୂଚନା ରହିଛି କୁ ଜମି ଜମା ଟଙ୍କା ବିବାଦ କୁ ନେଇ ତାଙ୍କୁ ଆକ୍ରମଣ ହୋଇଛି । 

ତେବେ ସେ ଯେହେତୁ ହସ୍ପିଟାଲ୍ ରେ କାର୍ଯ୍ୟରତ , ସେ ଜଣେ କୋରୋନା ଯୋଦ୍ଧା ଭାବେ ହିଁ ପରିଗଣିତ । ତେବେ କିଛି ଲୋକ ତାଙ୍କୁ ନିର୍ମମ ଭାବରେ ମାରିଥିବା ର ଭିଡିଓ ରେ ଦେଖା ଯାଉଛି । ହେମନ୍ତ ଙ୍କ ସହିତ ତାଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଆକ୍ରମଣ ହୋଇଛି । ତେବେ ହେମନ୍ତ ବର୍ତ୍ତମାନ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଗାଁ ଦାଣ୍ଡ ରେ ଏକ କୋରୋନା ଯୋଦ୍ଧା ଙ୍କୁ ଏପରି ଭାବେ ଆକ୍ରମଣ କରାଯାଇଛି । ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବିକତା ର ପରିଚୟ ଦେଉଛି ଏହି ଘଟଣା । ତେବେ ପୋଲିସ ଙ୍କ ପାଖରେ ଏ ନେଇ କୌଣସି ସୂଚନା ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ । ତେବେ ଏପରି ଡାକ୍ତର ଙ୍କୁ ଆକ୍ରମଣ , ନର୍ସ ଙ୍କୁ ଆକ୍ରମଣ ଏମିତି ଘଟଣା ପ୍ରାୟତଃ ପ୍ରତି ଦିନ କେଉଁଠି ନା କେଉଁଠି ଅବଶ୍ୟ ହେଉଛି। 

କେବେ ହେଲେ ଆଇନ କୁ ହାତକୁ ନେବା ଉଚିତ୍ ନୁହେଁ । କାରଣ ପ୍ରତି ଟି ସମସ୍ୟା ର ସମାଧାନ ପାଇଁ ଆଇନ ରହିଛି ଓ ଜଣେ କୋରନା ଯୋଦ୍ଧା ଙ୍କୁ ଏପରି ଆକ୍ରମଣ ତ ଅତି ନିର୍ମମ ଅପରାଧ । ଏକ ଅମାନବିକତା ମନୁଷ୍ୟ ଜାତି ର ପରିଚୟ ଦେଇଥାଏ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *