ଜୀବନ ଯିବା ପୂର୍ବରୁ ନିଜ ବାପାଙ୍କ ବିଷୟରେ ଏମିତି କିଛି କହି କାନ୍ଦିଲେ ତପୁ ମିଶ୍ର…..

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ନିଜ ବାପାଙ୍କ ବିଷୟରେ ଏମିତି କଣ କହି କାନ୍ଦି ପକାଇଥିଲେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର ଚାଲନ୍ତୁ ଜାଣିବା। ଯାହାକୁ ଶୁଣିଲେ ଆପଣ ମାନଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଦିନକୁ ଦିନ ତ ସାଙ୍ଘାତିକ ହୋଇ ପଡୁଛି କରୋନା ସ୍ଥିତି। ଏହାକୁ ଆୟତ୍ତ କରିବା ର ବାଟ ଏବେ କିଛି ଦେଖା ଯାଉ ନାହିଁ। କେବଳ ଆମ ରାଜ୍ୟ ନୁହଁ ପୁରା ଭାରତରେ ହାହା କାର। ବର୍ତମାନ ସମୟରେ ପରିସ୍ଥିତି ଏତେ ଅସମ୍ଭାଳ ହୋଇ ଯାଇଛି କି ଯେ ଲୋକ ପ୍ରତିଦିନ ପୋକ ମାଛି ପରି ମରି ଯାଉଛନ୍ତି। ତେବେ ବର୍ତ୍ତମାନ ସମୟରେ କରୋନା କୁ ନେଇକି ଯେଉଁ ବଡ ସମସ୍ୟା ଉପୁଜିଛି ତାହା ହେଉଛି କରୋନା ପରବର୍ତ୍ତୀ ସଂକ୍ରମଣ। ଯେଉଁଥିରେ ରୋଗୀ କରୋନା ରୁ ତ ସୁସ୍ଥ ହୋଇ ଯାଉଛି ହେଲେ ତା ପରେ ପରେ ରୋଗ ପ୍ରତିରୋଧକ ଶକ୍ତି ଏତେ ପରିମାଣରେ କମି ଯାଉଛି କି ଶରୀର ରେ ଅନ୍ୟ ଫୁସଫୁସ, ଲିଭର୍, କିଡନୀ ଜନିତ ସମସ୍ୟା ଉପୁଜୁଛି। ଯେଉଁଥିରେ ସୁସ୍ଥ ଲୋକ ମଧ୍ୟ ଗୋଟେ ପ୍ରାଣ ହରାଉଛି। ଏହି ହୃଦୟବିଦାରକ ଚିତ୍ର ମାନବସମାଜକୁ ଦୋହଲାଇ ଦେବା ସହ ପରିସ୍ଥିତି କିପରି ଭୟାନକ ହୋଇ ପଡୁଛି, ତାହା ନିଚ୍ଛକ ଭାବେ ପ୍ରତିପାଦିତ ହେଉଛି। ଆଗରୁ କରୋନା ଯୋଗୁଁ କେଉଁ ଗୋଟେ ଅଜଣା ବ୍ୟକ୍ତି ମୃତ୍ୟୁ ବରଣ କରୁଥିବାର ଖବର ମିଳୁଥିବା ବେଳେ ଏବେ କେହି ଅତି ନିଜ ଲୋକ ମରି ଯାଉଛନ୍ତି। ତେବେ ଏହି କରୋନା ଆମର କେତେ ଯେ ଘନିଷ୍ଠ ଲୋକ ତଥା ମହାନ୍ ବ୍ୟକ୍ତି ମାନଙ୍କର ଜୀବନ ନେଇ ଗଲାଣି ତାର କଳନା କରିବା ମୁସ୍କିଲ। ଆମ ଓଡ଼ିଆ ଅଭିନୟ ଜଗତର କିଛି ମହାନ୍ ତାରକା ମଧ୍ୟ କରୋନା ଜନିତ ମୃତ୍ୟୁ ସମ୍ବରଣ କରିଛନ୍ତି। 

 

ନିକଟରେ ଗତ ରବିବାର ଦିନ ମଧ୍ୟ ରାତିରେ ଓଡ଼ିଆ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ କରୋନା ପର ଜନିତ ସଂକ୍ରମଣ ଯୋଗୁଁ ଅଚାନକ ଦେହାନ୍ତ ହୋଇ ଯାଇଛି। ଫଳରେ ଓଲିଉଡ଼ ସିନେମା ଜଗତରେ ଶୋକର ଛାୟା ଖେଳି ଯିବା ସହିତ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳି ଯାଇଛି। ନିଜ ସଙ୍ଗୀତ ପାଇଁ ଓଡ଼ିଶାର ପୂରପଲ୍ଲୀ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ପରିଚିତ ଥିବା ତପୁ ମିଶ୍ରଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତେବେ ମୃତ୍ୟୁ ପୂର୍ବରୁ ସେ ଶେଷ ଥର ପାଇଁ ଗୋଟେ ଭିଡ଼ିଓ ନିଜ ବାପାଙ୍କ ଉପରେ କହି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। 

 

ସେ ଭିଡ଼ିଓ ରେ ସେ କହିଛନ୍ତି କି ସେ ଯେଉଁ “ବାପା” ସଙ୍ଗୀତଟି ଗାଇଥିଲେ ସେଇଟା ତାଙ୍କ ଜୀବନର ସବୁଠାରୁ ଭଲ ଗୀତ ଯେଉଁଟାକି ତାଙ୍କ ହୃଦୟର ସବୁଠାରୁ ନିକଟତର ମଧ୍ୟ। ସେ ସେଇ ଗୀତଟି ନିଜ ବାପାଙ୍କୁ ଉତ୍ସର୍ଗ କରି ଗାଇଥିଲେ ଏବଂ ସେ ଭିଡ଼ିଓ ରେ ଦେଖା ଯାଇଥିବା ଦୃଶ୍ୟ ତାଙ୍କ ସତ ଜୀବନର ପ୍ରତିବିମ୍ବ। ସେ ଗୀତ ଗାଇ ଯାହା ଭି ଆୱାର୍ଡ଼ ନେଇ ଆସନ୍ତି ତାଙ୍କ ବାପା ସେସବୁ ର ଯତ୍ନ ନିଅନ୍ତି ଏବଂ ଗର୍ବ ଅନୁଭବ କରନ୍ତି। ସେ ସବୁକୁ ତପୁ ମିଶ୍ରଙ୍କ ବାପା ପୋଛି କାଚ ଥାକରେ ସଜାଇ ରଖନ୍ତି। ସେ ଶେଷରେ ଏଇୟା ମଧ୍ୟ କହିଥିଲେ କି ଆଜି ସେ ଯେଉଁଠି ଅଛନ୍ତି ଯାହା ଭି ହୋଇ ପାରିଛନ୍ତି ସେସବୁ ତାଙ୍କ ବାପାଙ୍କ ପାଇଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *