ତୁର୍ତ୍ତୀୟ ଲହରୀ ବା ଡେଲେଟା ପ୍ଲସ ରୁ ବଞ୍ଚିବା ପାଇଁ ଆପଣନ୍ତୁ ଏହି ସବୁ ନିୟମ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସୁଥିବା କରୋନାର ତୃତୀୟ ଲହରୀ ପାଇଁ ଅଧିକ ମାତ୍ରାରେ ସତର୍କ ରହିବାକୁ ସରକାରଙ୍କ ନିର୍ଦେଶ। ତେବେ ତାହା କଣ କଣ ସବୁ ରହିଛି ଆସନ୍ତୁ ତା ଉପରେ ଧ୍ୟାନ ଦେବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଦେଖୁଛନ୍ତି ଦିନକୁ ଦିନ କେତେ ମାତ୍ରାରେ ସାଙ୍ଘାତିକ ହୋଇ ଚାଲିଛି କରୋନା ପରିସ୍ଥିତି। ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ତ ଆକ୍ରାନ୍ତଙ୍କ ଠାରୁ ମୃତ୍ୟୁ ସଂଖ୍ୟା ଅଧିକ। ଥମିବାର ଯେମିତି ନାମ ନେଉ ନାହିଁ। ତେବେ ବର୍ତ୍ତମାନ ସମୟରେ କରୋନାକୁ ନେଇକି ଯେଉଁ ବଡ ସମସ୍ୟା ଉପୁଜିଛି ତାହା ହେଉଛି କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ଗତ ସମସ୍ୟା। ଯେଉଁଥିରେ ରୋଗୀ କରୋନାରୁ ତ ସୁସ୍ଥ ହୋଇ ଯାଉଛି ହେଲେ ତା ପରେ ପରେ ରୋଗ ପ୍ରତିରୋଧକ ଶକ୍ତି ଏତେ ପରିମାଣରେ କମି ଯାଉଛି କି ଶରୀରରେ ଅନ୍ୟ ଫୁସଫୁସ, ଲିଭର୍, କିଡନୀ ଜନିତ ସମସ୍ୟା ଉପୁଜୁଛି। ଯେଉଁଥିରେ କରୋନାରୁ ସୁସ୍ଥ ହୋଇ ମଧ୍ୟ ଲୋକ ଗୋଟେ ପ୍ରାଣ ହରାଉଛି। ସରକାର ମଧ୍ୟ ଏବେ ହାତ ଟେକି ଦେଲେଣି। ପୂର୍ବବର୍ଷ କରୋନା ଭୂତାଣୁ ବୟସ୍କ ବ୍ୟକ୍ତିଙ୍କୁ ବେଶୀ ପରିମାଣରେ ପ୍ରଭାବିତ କରୁଥିବା ବେଳେ ନୂଆ କରି ଆସିଥିବା ଦ୍ଵିତୀୟ ଲହର ଯୁବ ପିଢ଼ି ମାନଙ୍କ ପାଇଁ ବେଶୀ ସମସ୍ୟା ଉପୁଯାଇଛି। ଆଗକୁ ଏହା ଶିଶୁ ମାନଙ୍କୁ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି। ତଥାପି ଲୋକ ସତର୍କ ହେଉ ନାହାଁନ୍ତି କି ନିୟମ ପାଳନ ମଧ୍ୟ କରୁ ନାହାଁନ୍ତି। 

 

କରୋନା କବ୍ଜାରେ ଏବେ ସାରା ଦୁନିଆ। ପ୍ରଥମ ଓ ଦ୍ବିତୟ ଲହରୀ ପରେ ଏବେ ମାଡି ଆସୁଛି ତୃତୀୟ ଲହର। ଏହି ଆଗତ ଭବିଷ୍ୟତରେ ଆସୁଥିବା ତୃତୀୟ ଲହରୀର ବିପଦକୁ ଦୃଷ୍ଟିରେ ରଖି ସରକାର ଏବେଠୁ ସେ ପାଇଁ ପ୍ରସ୍ତୁତ ହେଲେଣି। ତୃତୀୟ ଲହରୀର ଭୟାବହତାକୁ ଲକ୍ଷ୍ୟ କରି ଜାରି କରୁଛନ୍ତି କିଛି ଗାଇଡ ଲାଇନ୍। ତୃତୀୟ ଲହରକୁ ନେଇ ଏବେ ସମସ୍ତେ ଚିନ୍ତାରେ। ଏହାକୁ ନେଇ କେନ୍ଦ୍ର ସରକାରଙ୍କର ମୁଖ୍ୟ ବୈଜ୍ଞାନିକ ଆଡଭାଇଯର୍ କହିଛନ୍ତି ଯେ ଯଦି ଆମେ ସମସ୍ତେ ସଚେତନ ହୋଇ ରହିବା ତେବେ ଯାଇ ତୃତୀୟ ଲହରରୁ ନିଜକୁ ବଞ୍ଚାଇ ପାରିବା। ଏଥିପାଇଁ ସରକାର ଲାଗୁ କରିଥିବା ସମସ୍ତ ପ୍ରକାରର ଗାଇଡ ଲାଇନକୁ ସଠିକ୍ ଭାବରେ ପାଳନ କରିବା ସହ ନିଜକୁ ତଥା ନିଜ ପରିବାର ବର୍ଗଙ୍କୁ ସଚେତନ ଓ ସୁରକ୍ଷିତ ରଖିହେବ। କରୋନାର ତୃତୀୟ ଲହର ଆସିବା ଦ୍ଵାରା ଏହା ଆହୁରି ଶକ୍ତିଶାଳୀ ହୋଇଯିବ। ତେବେ ଏହି ନିୟମାବଳୀ ଗୁଡ଼ିକ କଣ ରହିଛି ଚାଲନ୍ତୁ ଦେଖିବା।

 

ବ୍ୟକ୍ତିଗତ ସ୍ତରରେ ତଥା ସଚେତନ ରହି ଗାଇଡ ଲାଇନ ଗୁଡ଼ିକୁ ପାଳନ କରି ତୃତୀୟ ଲହରୀ ରୁ ଆମେ ସମସ୍ତେ ବର୍ତି ପାରିବା। ଏହା ଆମ ହାତରେ ଅଛି। ସାବଧାନ ଅବଲମ୍ବନ କରିବା ସହ ସର୍ଭିଲାନ୍ସ କଣ୍ଟେନମେଣ୍ଟ ଓ ଟ୍ରିଟମେଣ୍ଟ ସହ ଗାଇଡ ଲାଇନକୁ ମାନିବା ଦ୍ଵାରା କରୋନାକୁ ରୋକା ଯାଇ ପାରିବ। ଶାରୀରିକ ଦୂରତା ରକ୍ଷା କରିବା ସହ ସର୍ବଦା ମୁହଁରେ ମାଷ୍କ୍ ଲଗାଇବା ତଥା ହାତକୁ ବାରମ୍ବାର ସାନିଟାଇଜ୍ କରିବା ନେଇ ବିଶେଷ ଗୁରୁତ୍ବ ଦେବାକୁ ହେବ। କରୋନା ସଂକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ସେହି ଜାଗାକୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରି ଦିଆ ଯିବ। ଏହା ସହ ଲୋକଙ୍କ ଆନ୍ଟିଜେନ ଟେଷ୍ଟକୁ ବଢ଼ାଯିବ। ଏହା ଗୋଟେ ଲୋକ ଠୁ ଆଉ ଗୋଟେ ଲୋକକୁ ସଂକ୍ରମିତ ହେଉଥିବାରୁ ବେଶୀ ଲୋକ ଏକାଠି ହେଉଥିବା କାର୍ଯ୍ୟ ନକରିବା। ସବୁଠାରୁ ଗୁରୁ୍ତ୍ଵପୂର୍ଣ୍ଣ କଥା ହେଲା ସମସ୍ତେ ଟିକା କରଣ କରାଇବା। ଏଭଳି ଉପାୟ ରେହିଁ କେବଳ କରୋନା ସଂକ୍ରମଣର ଚେନକୁ ରୋକା ଯାଇ ପାରିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *