ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆଗାମୀ ଦିନ ରେ କରନା ମହାମାରୀ କୁ ଦୃଷ୍ଟି ରେ ରଖି ନିୟମ କଡାକଡି ହେବ ସେ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ର ଅତିରିକ୍ତ ଶାସନ ସଚିବ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଲେଖିଥିବା ଚିଠି ସମ୍ପର୍କରେ କହିବାକୁ ଯାଉଛୁ ।
ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଗତ କିଛି ଦିନ ହେବ ମହାରାଷ୍ଟ୍ର ଜବତମାଲ ଜିଲ୍ଲା ରେ ଯେଉଁଭଳି ଭାବେ କରନା ସଂକ୍ରମଣ ବଢ଼ିବାରେ ଲାଗିଛି । ତାକୁ ଦୃଷ୍ଟି ରେ ରଖି ଆମ୍ଭ ରାଜ୍ୟ ର ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ ର ଅତିରିକ୍ତ ଶାସନ ସଚିବ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ବ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ଭୁବନେଶ୍ବର-କଟକ ପୁଲିସ କମିସନର, ସମସ୍ତ ପୌରପାଳିକା କମିସନର, ଡିସିପି, ଏସ୍ପି, ସିଡିଏମ୍ଓ ଓ ପିଏଚ୍ଓଙ୍କୁ ଚିଠି ଲେଖି କୋଭିଡ ନିୟମ କଡାକଡି କରିବାକୁ ଅନୁରୋଧ କରିଛନ୍ତି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ବଢ଼ିଥିବାରୁ ଆମ ରାଜ୍ୟରେ ବି ଏହା ପୁଣି ଥରେ ବଢ଼ିପାରେ। ଯଦି ଆମେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନ ନେବା ତା’ହେଲେ ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାର ଆଶଙ୍କା ଦେଖାଯାଉଛି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସଂକ୍ରମଣ ଯେଭଳି ନ ବଢ଼ିବ, ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ହେବ। ଜନଗହଳି ସ୍ଥାନରେ କଟକଣା ଲଗାଯିବା ସହିତ ଟେଷ୍ଟିଂକୁ ଗୁରୁତ୍ବ ଦିଆଯିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।