ବାତ୍ୟା ରେ ପୋଲିସ କର୍ମୀ ଙ୍କ ସାହାଯ୍ୟ ର ଏକ ଦୃଷ୍ଟାନ୍ତ ଉଦାହରଣ । ସବୁ ମହଲା ରେ ପ୍ରଶଂସା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାତ୍ୟା ରେ ପୋଲିସ କର୍ମୀ ଙ୍କ ସାହାଯ୍ୟ ର ଏକ ଦୃଷ୍ଟାନ୍ତ ଉଦାହରଣ ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିଗତ ଦିନରେ ଆମେ ଏକ ବାତ୍ୟା କୁ ସମ୍ମୁଖୀନ କରିଅଛୁ ଯାହାର ନାମ ‘ ୟାସ୍ ‘ ଥିଲା । ଏମିତି ୧୯୯୯ ମସିହା ରେ ମହାବାତ୍ୟା, ୨୦୧୨, ୨୦୧୩, ୨୦୧୯, ୨୦୨୦ ଆଦି ମସିହା ଗୁଡ଼ିକ ରେ ଫାଇଲିନ, ହୁଡ ହୁଡ଼, ଫନି , ଆମ୍ଫନ୍ ଇତ୍ୟାଦି ବାତ୍ୟା କୁ ଓଡିଶା ବାସୀ ସାମ୍ନା କରିଛନ୍ତି । ଯେହେତୁ ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ, ବାତ୍ୟା ରେ ଅନେକ କ୍ଷୟ କ୍ଷତି ହୋଇଥାଏ । କିନ୍ତୁ ସରକାର ମଧ୍ୟ ଅନେକ ସାହାଯ୍ୟ କରିଥାନ୍ତି କ୍ଷତି ପୂରଣ ପାଇଁ । ଅନେକ ଲୋକ ଙ୍କୁ ସ୍ଥାନାନ୍ତରଣ କରିବା, ରିଲିଫ୍ ବଣ୍ଟନ କରିବା , ବାସସ୍ଥାନ ହରାଇଥିବା ଲୋକ ଙ୍କ ପାଇଁ ଆର୍ଥିକ ସହାୟତା କରିବା ଭଳି ଅନେକ ସାହାଯ୍ୟ କରିଥାନ୍ତି । 

 

ଏହି ମଇ ମାସ ୨୬ ତାରିଖ ରେ ବାତ୍ୟା ୟାସ୍ ଓଡ଼ିଶା ପ୍ରତି ଅତି ଭୀଷଣ ବାତ୍ୟା ରୁପ ଧରି ସମୁଦ୍ର ରୁ ମାଡ଼ି ଆସିଥିଲା । ପାଣିପାଗ ବିଶେଷଜ୍ଞ ଙ୍କ କହିବା ଅନୁସାରେ ପ୍ରାୟ ୧୬୦-୧୭୦ ବେଗ ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ବହିବା ସମ୍ଭାବନା ରହିଥିଲା । ବିଶେଷ କରି ବାଲେଶ୍ଵର, ଭଦ୍ରକ , କେନ୍ଦ୍ରାପଡ଼ା, ଆଦି ଜିଲ୍ଲା ଗୁଡ଼ିକ ରେ କ୍ଷୟ କ୍ଷତି ଆକଳନ ବେଶୀ ଭାବରେ କରାଯାଇଥିଲା । ତେଣୁ ସମୁଦ୍ର ପାଖ ରେ ଥିବା ଲୋକ ମାନଙ୍କୁ , କଚ୍ଛା ଘରେ କିମ୍ୱା ଭାଙ୍ଗିଯାଇଥିବା ଘରେ ଥିବା ଲୋକ ମାନଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ କୁ ସରକାର ଙ୍କ ଦ୍ଵାରା ସ୍ଥାନାନ୍ତରଣ କରାଯାଇଥିଲା । ଏଥି ପାଇଁ ଅନେକ କମ୍ କ୍ଷୟ କ୍ଷତି ହୋଇଛି । କିନ୍ତୁ ବିଶେଷ ଭୂମିକା ରହୁଛି ଏଣ୍ଡିଆରଏଫ ଟିମ୍, ପୋଲିସ୍, ସୁରକ୍ଷା କର୍ମୀ । କାରଣ ପ୍ରତି ଟି ବାତ୍ୟା ଓ ବନ୍ୟା ସମୟ ରେ ଦମକଳ ବାହିନୀ ଓ ଏଣ୍ଡିଆରଏଫ ଟିମ୍ ତାଲିମ୍ ପ୍ରାପ୍ତ ହୋଇ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ଆସିଥାନ୍ତି । ବାତ୍ୟା ସମୟ ର ଅନେକ ଭିଡିଓ ଭାଇରାଲ୍ ହୋଇଛି । କିନ୍ତୁ ଗୋଟିଏ ଭିଡିଓ ଟି ବେଶ୍ ହୃଦୟସ୍ପର୍ଶୀ ଥିଲା । ଭିଡିଓ ଟି କେନ୍ଦ୍ରାପଡ଼ା ର ଘଟଣା । ବାତ୍ୟା ଆଶ୍ରାୟସ୍ତଳି କୁ ଯିବା ପାଇଁ ସରକାର ଙ୍କ ତରଫ ରୁ ଘୋଷଣା କରାଯାଇଥିଲା , କିନ୍ତୁ ଜଣେ ବୁଢୀ ଟିଏ ଯାଇନପରିବାରୁ ତାଙ୍କୁ ଜଣେ ପୋଲିସ କର୍ମଚାରୀ କାନ୍ଧ ରେ ଭାର ବାନ୍ଧି ଅନ୍ୟ ଲୋକ ଙ୍କ ସାହାଯ୍ୟ ରେ ନେଇ ପହଞ୍ଚିଥିଲେ । ଏହି ଭିଡିଓ ଭାଇରାଲ୍ ହେବ ପରେ ବେଶ୍ ପ୍ରଶଂସା ର ପାତ୍ର ହୋଇଉଠିଛନ୍ତି ସେଇ ପୋଲିସ କର୍ମଚାରୀ ଜଣକ । ସବୁ ମହଲା ରୁ ପ୍ରଶଂସା ର ସୁଅ ଛୁଟୁଛି ତାଙ୍କ ପାଖକୁ । ଅନେକ ଭାଇରାଲ୍ ହୋଇଛି ସେଇ ଭିଡିଓ ଟି । 

 

ତେବେ ବାତ୍ୟା ସମୟ ରେ ତ ଯିଏ ଯେମିତି ସାମର୍ଥ୍ୟ ଅନୁସାରେ ଲୋକ ମାନଙ୍କୁ ସାହାଯ୍ୟ କରିଛନ୍ତି । ଏବଂ ଅନେକ ପଦକ୍ଷେପ ଯୋଗୁଁ ଓଡିଶା ରେ କ୍ଷୟ କ୍ଷତି କରିପାରିନାହିଁ ବାତ୍ୟା ୟାସ୍ । ତଥାପି କିଛି ତା ପରିମାଣ ରେ କ୍ଷତି ହୋଇଛି । ଅନେକ ଗଛ ଭାଙ୍ଗି ମୂଳ ରୁ ଉପୁଡ଼ି ପଡ଼ିଛି । ବାଲେଶ୍ୱର ଓ କେନ୍ଦ୍ରାପଡ଼ା ରୁ ଜଣେ ଲେଖାଏଁ ଗଛ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ତେବେ ସରକାର ଙ୍କ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ ମହାବାତ୍ୟା ଭଳି କ୍ଷତି ହୋଇନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *