ବଙ୍ଗୋପସାଗର ରେ ସୃଷ୍ଟି ହେଲା ଘୁର୍ଣ୍ଣିବଲୟ । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ସହ ହେବାକୁ ଯାଉଛି ଭୟଙ୍କର ବର୍ଷା ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଲୟ ଯୋଗୁଁ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ରେ ହେବାକୁ ଥିବା ବର୍ଷା ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପାଣିପାଗ ବିଶେଷଜ୍ଞ ମାନେ ରାଜ୍ୟର ବଙ୍ଗୋପସାଗର ରେ ଘୁର୍ଣ୍ଣିଭୁତ ହୋଇଥିବା ଘୁର୍ଣ୍ଣିବଲୟ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ରେ ବର୍ଷିବା ଆରମ୍ଭ କରିଦେବ । ଯାହାକୁ ନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେବା ସହିତ ରାଜ୍ୟର ୧୭ ଟି ଜିଲ୍ଲାରେ ଏହାର ପ୍ରଭାବ ରହିବ ବୋଲି କହିଛନ୍ତି। ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୧୭ ଜିଲ୍ଲାକୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାର ସୂଚନା ଅନୁସାରେ ୩୧ ତାରିଖ ଯାଏଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

 

ସେହି ୧୭ଟି ଜିଲ୍ଲା ଯଥା- ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା ଓ କଟକ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

 

ତେବେ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କାରେ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୮ ଜିଲ୍ଲା ଯଥା- ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ ।

 

ସେହିପରି ମାର୍ଚ୍ଚ ୨୮ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୬ଟି ଜିଲ୍ଲାଗୁଡିକ ହେଉଛି- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା । ଏହି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *