ମୋବାଇଲ ହଜିଛି କି ? ୨  ମିନିଟ ରେ ଜାଣନ୍ତୁ ମୋବାଇଲ କେଉଁଠି ଅଛି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ହଜିଥିବା ମୋବାଇଲ ର ସଠିକ ସ୍ଥାନ ଏବଂ କିଭଳି ଏହି ସ୍ଥାନ ପାଇଁ ପାରିବେ ସେ ବିଷୟରେ କହିବାକୁ ଯାଉଛୁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅନେକ ସମୟରେ ଆମେ ମୋବାଇଲ୍ ଫୋନ ଟି କୁ କେଉଁଠି ରଖିଦେଇଥାଉ ତ ଅନେକ ସମୟରେ ଫୋନ୍ ଟି କୋଉଠି ଖସିପଡ଼ିଥାଏ। କିମ୍ବା ଅନେକ ସମୟ ରେ ଚୋରି ମଧ୍ୟ ହେଇଥାଏ। ତେବେ ଚୋରି ପରେ ଆମ ଫୋନ ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବା ନିଜର ବ୍ୟକ୍ତିଗତ ଫଟୋ ବା ଭିଡ଼ିଓ ଆଦି ଲିକ୍ ହେବାର ସମ୍ଭାବନା ଥାଏ। ଯଦିଓ ଆମେ ସେଥିରେ ପାଶୱର୍ଡ ଦେଇଥାନ୍ତି ତା ପରେ ମଧ୍ୟ ଡାଟା ଚୋରି ର ଭୟ ମନକୁ ଆସିଥାଏ। ତେବେ ଏହି ମୋବାଇଲ କୁ ପାଇବା ପାଇଁ ଏକ ସହଜ ଉପାୟ ଅଛି ଆସନ୍ତୁ ଯାଣିବା । 

 

ସର୍ବ ପ୍ରଥମେ ଆପଣଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ରୁ ଫାଇଣ୍ଡ ମାଇଁ ଡିଭାଇସ୍ ନାମକ ଆପ ଡାଉନଲୋଡ କରିବାକୁ ପଡ଼ିବ । ଗୁଗଲ ର ଏହି ଉପୋଯୋଗୀ ଆପ ମାଧ୍ୟମ ରେ ଆପଣ ଆପଣଙ୍କର ମୋବାଇଲ୍ କୁ ଟ୍ରାକ କରି ଜାଣିପାରିବେ ଯେ ଏହା କୁ ସ୍ଥାନ ରେ ଅଛି।ଏଥି ସହିତ ଆପଣ ସେହି ଫୋନ୍ କୁ ଏସଏମଏସ ମଧ୍ୟ କରିପାରିବେ। ଯାହା ଫଳରେ ମୋବାଇଲ୍ ପାଇଥିବା ବ୍ୟକ୍ତି ସେହି ଏସଏମଏସ ଟିକୁ ପଢିପାରିବେ।ଯାହା ଫଳରେ ମୋବାଇଲ୍ ମିଳିବାରେ ଆପଣଙ୍କୁ ସହଜ ହେଇପାରିବ।ଏଥି ସହିତ ମୋବାଇଲ କୁ ଲକ୍ କରିବା ସହିତ ସମସ୍ତ ଡାଟା କୁ ଡିଲିଟ୍ ମଧ୍ୟ କରିପାରିବେ।

 

ଏହି ଆପ ର ଅନ୍ୟ ଏକ ବିଶେଷ କାର୍ଯ୍ୟ ହେଲା ଏହା ଦ୍ଵାରା ଆପଣ ଚୋରି ହୋଇଥିବା ମୋବାଇଲ୍ ଟି କୁ ଅନ୍ୟ ପାଇଁ ବ୍ୟବହାର ଅନୁପଯୋଗୀ କରିପାରିବେ।ଯାହା ଦ୍ଵାରା ଯିଏ ବି ଆପଣଙ୍କ ଫୋନ୍ ପାଇଥିବ ତାହା ସେ ବ୍ୟବହାର କରିପାରିବ ନାହିଁ। ତେବେ ସର୍ବ ପ୍ରଥମେ ନିଜ ମୋବାଇଲ୍ ରେ android.com କୁ ଯାଆନ୍ତୁ। ଏବଂ ସେଠାରେ ନିଜର ଗୁଗଲ ଆକାଉଣ୍ଟ କୁ ଲଗିନ୍ କରନ୍ତୁ। 

 

ସେଠାରେ ଆପଣଙ୍କୁ ଆପଣଙ୍କ ଫୋନ ର କିଛି ବିଶେଷ ସୂଚନା ପ୍ରଦାନ କରିବାକୁ ହେବ।ଏହା ପରେ ଆପଣଙ୍କ ଫୋନ ଯେଉଁ ସ୍ଥାନ ରେ ବି ଥିବ ତାହାର ଲୋକେସନ ଆପଣ ଜାଣିପାରିବେ । ଏହା ପରେ ଆପଣ ସେହି ସ୍ଥାନ କୁ ଯାଇ ସାଉଣ୍ଡ ପ୍ଲେ ର ଅପସନ୍ କୁ ବାଛିନେବେ ।ଏହା ଦ୍ଵାରା ଆପଣଙ୍କ ଫୋନ ରେ ଲଗାତାର ୫ ମିନିଟ୍ ଧରି ଅଲାର୍ମ ବାଜିବ । ଏହାର ଏକ ବିଶେଷ ଗୁଣ ହେଉଛି ଆପଣଙ୍କ ଫୋନ୍ ସାଇଲେଣ୍ଟ ଥିଲେ ମଧ୍ୟ ଆଲାର୍ମ୍ ବାଜିବ।ଏ ସବୁ ପରେ ଆପଣ ପୋଲିସ ର ସହାୟତା ମଧ୍ୟ ନେଇପାରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *