ମ୍ୟାଟ୍ରିକ ରେଜଲ୍ଟ କୁ ନେଇ ଗୀତ ଗାଇଛନ୍ତି ବିଧାୟକ ସୁର ରାଉତରାୟ । ଶୁଣନ୍ତୁ କଣ ଗୀତ ଟି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମ୍ୟାଟ୍ରିକ ରେଜଲ୍ଟ କୁ ନେଇ ଗୀତ ଗାଇଛନ୍ତି ବିଧାୟକ ସୁର ରାଉତରାୟ । ଶୁଣନ୍ତୁ କଣ ଗୀତ ଟି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଚୀନ୍ ରୁ କୋରୋନା ମହାମାରୀ ଆସି ସମ୍ପୂର୍ଣ୍ଣ ରୂପେ ପୃଥିବୀ ର ମାନଚିତ୍ର ବଦଳାଇଦେଇଚି । ବର୍ତ୍ତମାନ ସାରା ବିଶ୍ଵ ତଥା ଭାରତ ବର୍ଷ ମଧ୍ୟ କୋରୋନା କୁ ନେଇ ଚିନ୍ତିତ । ଅନେକ ଲୋକ ଙ୍କ ଜୀବନ ଅକାଳ ରେ ଚାଲିଯାଇଛି । ଏହାରି ମଧ୍ୟ ରେ ପ୍ରକାଶ ପାଇଛି ଓଡ଼ିଶା ରେ ଦଶମ ଶ୍ରେଣୀ ର ଫଳା ଫଳ । ମାଟ୍ରିକ ପରୀକ୍ଷା ଫଳପ୍ରକାଶ କୁ ନେଇ ଲାଗି ରହିଛି ବିବାଦ । କୋରୋନା ରେ ରାଜ୍ୟ ସରକାର ଓ ଗଣଶିକ୍ଷା ମନ୍ତ୍ରୀ ପିଲା ମାନ ଙ୍କ ଜୀବନ ଓ ମହାମାରୀ ସଂକ୍ରମଣ ର ପ୍ରଭାବ ଦେଖି ନିଷ୍ପତ୍ତି ନେଇଥିଲେ ଯେ ଏଇ ବର୍ଷ ମଧ୍ୟ ବିନା ପରୀକ୍ଷା ରେ ଛାତ୍ର ଛାତ୍ରୀ ଙ୍କ ରେଜଲ୍ଟ ବାହାର କରିବା ପାଇଁ । 

 

ଚାରିଆଡ଼େ ସମସ୍ତ ପରୀକ୍ଷା ତଥା କ୍ଲାସ୍ ବାତିଲ ହୋଇ ରହିଛି । ତେଣୁ ପରୀକ୍ଷା ମଧ୍ୟ ବାତିଲ ହୋଇ ରେଜଲ୍ଟ ବାହାରିଥିଲା । ପରୀକ୍ଷା ଦ୍ଵନ୍ଦ ସମୟ ରେ ଛାତ୍ରଛାତ୍ରୀ ମାନେ ହିଁ କହିଥିଲେ କି ସେମାନେ ପରୀକ୍ଷା ଦେବା ପାଇଁ ଚାହୁନାହାନ୍ତି । ଯଦି ପରୀକ୍ଷା ହୁଏ ତେବେ ପିଲା ମାନେ ଷ୍ଟ୍ରାଇକ କରିବେ ବୋଲି ଗଣ ମାଧ୍ୟମ ରେ ଜଣାଇଥିଲେ । ପୂର୍ବ ଶ୍ରେଣୀ ର ମାର୍କ ଅନୁଯାୟୀ ଏଥର ମଧ୍ୟ ଦଶମ ଶ୍ରେଣୀ ପିଲା ଙ୍କ ମାର୍କ ଦେବା ପାଇଁ କହିଥିଲେ । ଏହି ପ୍ରଣାଳୀ କୁ ଠିକ୍ ଭାବେ ଅନୁଧ୍ୟାନ କରି ସରକାର ମଧ୍ୟ ପୂର୍ବ ଶ୍ରେଣୀ ର ମାର୍କ ଅନୁଯାୟୀ ବିବେଚନା କରି ମାର୍କ ଦେବାକୁ ସ୍ଥିର କରିଥିଲେ । କିନ୍ତୁ କିଛି ପିଲା ଙ୍କ ର କହିବା ଅନୁଯାୟୀ କମ୍ ନମ୍ବର ରହିଛି ଯାହା ଫଳ ରେ ଛାତ୍ର ଛାତ୍ରୀ ଙ୍କ ଗହଣ ରେ ଦେଖା ଦେଇଥିଲା ଅସନ୍ତୋଷ । ପିଲା ମାନେ ପରୀକ୍ଷା ଦେଇଥିଲେ ଭଲ କରିଥାନ୍ତେ ବୋଲି କହିଛନ୍ତି ଅଭିଭାବକ ମାନେ । ବିଶେଷ କରି ଘୋରଇ  ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଛାତ୍ରୀ ମାନେ ସ୍କୁଲ ସମ୍ମୁଖ ରେ ଧାରଣା ଦେଇଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ଘଟଣା ଭିତରେ ସବୁ ବେଳେ ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ବ୍ୟଙ୍ଗ କରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ର ପିଲା ମାନେ କହିଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ଗୀତ ରଚନା କରି ସ୍ୱର ଦେଇ ସଙ୍ଗୀତ ମାଧ୍ୟମ ରେ ସମ୍ପୂର୍ଣ ଘଟଣା କୁ ବୁଝାଇବା ପାଇଁ ଗୀତ ବାହାରିବାକୁ ଲାଗିଲାଣି । “ ଆମେ ପ୍ରାଇଭେଟ୍ ସ୍କୁଲ୍ ପିଲା ” ଏପରି ସଙ୍ଗୀତ ବାହାରିଛି । ତେବେ ସଙ୍ଗୀତକାର ଏଠାରେ ଦର୍ଶାଇଛନ୍ତି ଯେ ପ୍ରତି ଟି ସ୍କୁଲ ରେ ସମାନ ପାଠ ପଢା ଯାଏ । କୌଣସି ପାର୍ଥକ୍ୟ ନଥାଏ ପାଠ ପଢ଼ିବା ରେ , ଏହି କଥା କୁ ସେ ଗୀତ ମାଧ୍ୟମ ରେ ବୁଝାଇଛନ୍ତି । କିନ୍ତୁ ସବୁଠୁ ମଜାଳିଆ କଥା ହେଲା ଗୀତ ଟି କୁ ଗାଇଛନ୍ତି ମୋନାଲି ମଧୁସ୍ମିତା ଓ ତାଙ୍କ ସହିତ ଅଛନ୍ତି ସୁର ରାଉତରାୟ ।

 

ସରକାରୀ ସ୍କୁଲ ରେ ଆମ ବାପା ଦାଦା ପଢି ନା କରିଛନ୍ତି କିନ୍ତୁ ଆମେ କାହିଁକି ପ୍ରାଇଭେଟ୍ ସ୍କୁଲ ରେ ପଢୁଛେ ଏ ନେଇ ରଚନା ହୋଇଛି ସଙ୍ଗୀତ ରେ । ତେବେ ସରକାରୀ ସ୍କୁଲ କୁ ବ୍ୟଙ୍ଗ କରି କହିବା ଉଚିତ୍ ନୁହେଁ ବୋଲି ଏହି ସଙ୍ଗୀତ ମାଧ୍ୟମ ରେ କୁହା ଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *