ଯାଣନ୍ତୁ କେମିତି ବିଦା କରିପାରିବେ କାମ କରୁନଥିବା ସରପଞ୍ଚ କୁ ଗାଦି ରୁ.. .

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ  ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ସାଧାରଣ ଗ୍ରାମ ବାସୀ ଚାହଁଲେ ବି ମଧ୍ୟ ଗାଦିଚ୍ୟୁତ କରିପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ଏହା ସତରେ ଏକ ଏତିହାସିକ ରାୟ । 

 

ତେବେ ଏହି ଘଟଣା ରେ ଆପଣ ମାନେ ଜାଣିଥିବେ ଆଜିକାଲି ଯେଉଁମାନେ ରାଜନୀତି କରୁଛନ୍ତି ନିଜର ସ୍ଵାର୍ଥ ସାଧନା ପାଇଁ । ତେବେ ସରପଞ୍ଚ ମାନେ କେବଳ ଭୋଟ ସମୟରେ ଲୋକ ମାନଙ୍କ ପାଖକୁ ଆସିଥାନ୍ତି ।କିନ୍ତୁ ପରବର୍ତୀ ସମୟରେ ଯେଉଁ ଲୋକ ଙ୍କ ପାଇଁ ସେ ସରପଞ୍ଚ ହୋଇଥିଲା ସେହି ଲୋକ ମାନଙ୍କୁ ସେ ଭୁଲି ଯାଉଛି । କିନ୍ତୁ ବର୍ତ୍ତମାନ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି।

 

 ସରକାର ଙ୍କ ସୂଚନା ଅନୁଯାୟୀ ଯଦି କୌଣସି ପଞ୍ଚାୟତ ର ସରପଞ୍ଚ କାମ ରେ ଅବହେଳା କରନ୍ତି , ଲୋକଙ୍କ କଥା ନ ବୁଝନ୍ତି ତେବେ ପଂଚାୟତ ର ଲୋକମାନେ ଏକତ୍ରିତ ଭାବରେ ଏକ ଅବିଶ୍ୱାସ ପ୍ରସ୍ତାବ ସରପଞ୍ଚ ଙ୍କ ବିରୋଧରେ ଆଣି ପାରିବେ।ତେବେ ଏଥିପାଇଁ ପଞ୍ଚାୟତର ମୋଟ୍ ଭୋଟର୍ ର ୩୩ ପ୍ରତିଶତ ଭୋଟର ସ୍ଵାକ୍ଷର କରିଥିବା ଆବଶ୍ୟକ।

 

ସରପଞ୍ଚ ଙ୍କ ନାମରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ଗ୍ରାମରେ ଏକ ବୈଠକ ଡକାଯିବ ଏବଂ ଏଠାରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯିବ ଏ ସଂକ୍ରାନ୍ତ ରେ ଏବଂ ଏହାପରେ ଏକ ଗୁପ୍ତ ଭୋଟିଂ କରାଯିବ ଭୋଟର୍ ମାନଙ୍କୁ ନେଇ । ଯେଉଁଠାରେ ସର୍ବନିମ୍ନ ୩୩ ପ୍ରତିଶତ ଭୋଟର ଏହି ଭୋଟିଂ ରେ ସାମିଲ୍ ରହିବା ଆବଶ୍ୟକ । 

ଯେତିକି ସଂଖ୍ୟାରେ ଭୋଟର୍ ଏଥିରେ ଭାଗ ନେଇଥିବେ ସେହି ଭୋଟ୍ ର ଯଦି ୬୭ ପ୍ରତିଶତ ଗ୍ରାମବାସୀ ଉକ୍ତ ସରପଞ୍ଚ ଙ୍କ ବିପକ୍ଷ ରେ ଭୋଟ ଦିଅନ୍ତି ତେବେ ତାଙ୍କୁ ପଦବୀ ରୁ ବାହାର କରିଦିଆ ଯିବ । ଲୋକଙ୍କ ସପକ୍ଷ ରେ ଯଦି ଭୋଟର୍ ଙ୍କ ମତ ନଯାଏ କିମ୍ବା ଲୋକଙ୍କ କଥା ଯଦି ଗ୍ରାମର ସରପଞ୍ଚ ନ ଶୁଣନ୍ତି କି ତାଙ୍କ ର ଅସୁବିଧା ବିଷୟ ରେ ନ ବୁଝନ୍ତି ଏବେ ଗାଦିଚ୍ୟୁତ ହେବାକୁ ପଡିବ । 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *