ସରକାର ଙ୍କ ଅଜବ ଘୋଷଣା କରୋନା ମୃତ୍ୟୁ ଘଟିଲେ ଓଲଟା ପରିବାର ଲୋକ ଦେବେ ଟଙ୍କା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଛତିଶଗଡ଼ ସରକାର ଙ୍କ ଏକ ଅଜବ ନିୟମ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ଼ ସରକାର ଦେଇଥିବା ଏକ ଅଦେଶକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ସରକାରୀ ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟେ ତେବେ ମୃତକଙ୍କ ପରିବାର ଲୋକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ହେବ। 

 

ଏହି ଟଙ୍କା ଶବ ସଂରକ୍ଷିତ କରିବା ଓ ସଂସ୍କାର କରିବା କାମରେ ଲାଗିବ ବୋଲି କୁହାଯାଇଛି । ଏହି ଆଦେଶ ଛତିଶଗଡ଼ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏଭଳି ଆଦେଶ ଆସିବା ପରେ କିଛି ସଂଗଠନ ସହ ରାଜ୍ୟ ବିଜେପି ଏହାକୁ ବିରୋଧ କରିଛି । ବିଜେପି ରାଜ୍ୟପାଳଙ୍କଠାରେ ଅଭିଯୋଗ ମଧ୍ୟ କରିଛି ।

 

କରୋନା କାଳରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଏବେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ଏଭଳି ସ୍ଥିତିରେ ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ମହାମାରୀ ପାଇଁ ରୋଗୀ ବା ତାଙ୍କ ପରିବାର ଲୋକଙ୍କଠାରୁ ସେବା ବାବଦରେ ଟଙ୍କା ଆଦାୟ କରିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *