ଟୁଙ୍ଗୁର-ବର୍ଷା ଲଭ ଷ୍ଟୋରୀ ଦି ଏଣ୍ଡ ? ବହୁ ଚର୍ଚ୍ଚିତ ଅଟୋ ଡ୍ରାଇଭର ଟଙ୍ଗୁରୁ ଭୋଳ ଏବେ ବିବାହ କରିବ ଏହି ନୂଆ ଝିଅକୁ…!

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଟୁଙ୍ଗୁର-ବର୍ଷା ଲଭ ଷ୍ଟୋରୀ ଦି ଏଣ୍ଡ ? ତେବେ ନିଜ ବାହାଘରକୁ ନେଇ କଣ କହୁଛନ୍ତି ବହୁ ଚର୍ଚ୍ଚିତ ଅଟୋ ଡ୍ରାଇଭର ଟଙ୍ଗୁରୁ ଭୋଳ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଟୁଙ୍ଗୁରୁ ଭୋଳ ଏକ ଚର୍ଚ୍ଚିତ ନାଁ ଯାହାକୁ ସମସ୍ତେ ପ୍ରାୟ ଜାଣିଛନ୍ତି । ହେଲେ ଏହି ଚର୍ଚ୍ଚା ସୁନାମ ଅର୍ଜନ କରି ନୁହେଁ ବରଂ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି । କିଛି ଦିନ ପୂର୍ବରୁ ନିଜକୁ ବର୍ଷା ଭୋଳ ପରିଚୟ ଦେଇ ଜଣେ ମହିଳା ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣା ଦେଇଥିଲେ ହାତରେ ଥିଲା ଶଙ୍ଖା ସିନ୍ଦୂର । ଅଭିଯୋଗ କରିଥିଲେ କି ଟୁଙ୍ଗୁରୁ ଭୋଳ ମତେ ବିବାହର ପ୍ରତିଶୃତି ଦେଇ ମୋ ସହ ଶାରୀରିକ ସଂପର୍କ ରଖିଛି । ଆଉ ଏବେ ବିବାହ କରିବାକୁ ମନା କରୁଛି । 

ଏକଥା ମଧ୍ୟ କହିଥିଲା ଯେ ସେମାନେ ମନ୍ଦିରରେ ବିବାହ କରିଛନ୍ତି । ଦୁହେଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ । ଦୁହିଁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ ଭାଇରାଲ ହେଲା । ବର୍ଷା ପୋଲିସରେ ଏନେଇ ଅଭିଯୋଗ କରିବା ପରେ ଉଭୟଙ୍କ ମଧ୍ୟରେ ସବୁ ସମାଧାନ ହୋଇଯିବ ବୋଲି ମଧ୍ୟ କହିଥିଲେ । ହେଲେ ଏହି ଲଭଷ୍ଟୋରୀରେ ଏକ ବଡ ଟ୍ୱିଷ୍ଟ୍ ଆସିଲା ଯେତେେଳେ ଭରତପୁର ପୋଲିସ ଅଟୋ ଚାଳକ ଟୁଙ୍ଗୁରୁ ଭୋଳଙ୍କୁ ଗିରଫ କରିଲା । ଦୁଷ୍କର୍ମ ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । 

ପୂର୍ବରୁ ଭରତପୁର ଥାନାରେ ବର୍ଷାଙ୍କ ଲିଖିତ ଅଭିଯୋଗ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏତଲାରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଟୁଙ୍ଗୁରୁ ଭାଇରାଲ କରିଥିବା ବର୍ଷା ଉଲ୍ଲେଖ କରିଛନ୍ତି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରଘଟ ଅଭିଯୋଗରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଗିରଫ ହୋଇଛି । ତେବେ ଭୁବନେଶ୍ୱର, ଭରତପୁର ପୋଲିସ ଗୁଙ୍ଗୁରୁକୁ ଗିରଫ କରି କୋର୍ଟ ଚାଲାଣି କରିଛି । ଏହାପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି । 

କିନ୍ତୁ ଟୁଙ୍ଗୁରୁ ଭୋଳ ଏସବୁ କଥାକୁ ଖଣ୍ଡନ କରିଛନ୍ତି । ତାଙ୍କୁ ଓ ତାଙ୍କ ପରିବାକୁ ବଦନାମ୍ କରିବା ପାଇଁ ବର୍ଷା ଭୋଳ ଏପରି କରୁଛନ୍ତି ବୋଲି ସେ କହିଥିଲେ । ପରେ ଶୁଣିବାକୁ ମିଳୁଥିଲା ଯେ ଟୁଙ୍ଗୁରୁ ଭୋଳ କୁଆଡେ ବର୍ଷାଙ୍କୁ ଛାଡି ଅନ୍ୟ ଜଣେ ଝିଅକୁ ବିବାହ କରିବାକୁ ଯାଉଛନ୍ତି । ତେବେ ଅଭିଯୁକ୍ତ ଟୁଙ୍ଗୁରୁର ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଥିବା ବେଳେ ସେ ରାଜଧାନୀର ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତିରେ ରହୁଥିଲା । ଆଗକୁ ଏହା ଆଉ କଣ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *