ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସିତ୍ରାଙ୍ଗ ବାତ୍ୟା ବାଂଲାଦେଶ ରେ ନେଲାଣି ୧୨ ଜୀବନ ଅନେକ କ୍ଷୟ କ୍ଷତି କରିଲାଣି।ଆସନ୍ତୁ ଜାଣିବା ଏହି ସମ୍ବନ୍ଧ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରକୃତି ତା’ର ଦେହ ରେ ଜିନିଷ ଗୁଡ଼ିକୁ ସାଇତି ରଖିଛି ଏଇ ମଣିଷ ପାଇଁ।ପ୍ରକୃତି ମଣିଷ ର ବଞ୍ଚିବାର ଆଶା ସାଜିଥିଲେ ମଧ୍ୟ ବେଳେ ବେଳେ ପ୍ରକୃତି ତା’ର ଏଭଳି କରାଳ ରୂପ ଦେଖାଏ ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା,ଯାହା ଫଳ ରେ ଅନେକ ଧନଜୀବନ ନଷ୍ଟ ହୋଇଯାଏ ଓ ଅନେକ କ୍ଷୟ କ୍ଷତି ଘଟାଇଥାଏ।ବାତ୍ୟା,ଭୂମିକମ୍ପ,ସୁନାମି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଦ୍ଵାରା ଲୋକ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ଓ କେତେ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଉଛି।
ତେବେ ଆମ୍ଭେ ଏ ସମୟ ରେ ବାଂଲାଦେଶ ରେ ଅନେକ କ୍ଷୟ କରିଥିବା ପ୍ରଳୟଙ୍କାରୀ ବାତ୍ୟା ସିତ୍ରାଙ୍ଗ ସମ୍ପର୍କ ରେ ଖବର ଜାଣିବା।ସିତ୍ରାଙ୍ଗ ବାତ୍ୟା କାଲି ରାତି ୯:୩୦ ରୁ ୧୧:୩୦ ମଧ୍ୟ ରେ ବାଂଲାଦେଶ ର ବରିସାଲ୍ ରେ ଲ୍ୟାଣ୍ଡଫଲ୍ କରିଥିଲା ଏବଂ ତା’ପରେ ଡିପ୍ ଡିପ୍ରେସନ୍ ର ରୂପ ନେଲା।ଆସନ୍ତା ୬ଘଣ୍ଟା ରେ ହେବ ୱେଲ୍ ମାର୍କଡ୍ ଲୋ ପ୍ରେସର୍।
ତେବେ ବାଂଲାଦେଶ ସରକାର ୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି।ତଥାପି ବାତ୍ୟା ର ତାଣ୍ଡବ ରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।ତେବେ ସୂଚନା ମିଳିଛି ଯେ ସେହି ୧୨ଜଣଙ୍କ ମଧ୍ୟ ରେ ୨ ଜଣ କର୍ତ୍ତବ୍ୟରତ ପୋଲିସ୍ ମଧ୍ୟ ସାମିଲ ଅଛନ୍ତି।ଆଗକୁ ମୃତାହତ ଙ୍କ ସଂଖ୍ୟା ମଧ୍ୟ ବଢିପାରେ।ବଡ଼ ବଡ଼ ଗଛ ପଡ଼ି ଯାଇଛି ଅନେକଙ୍କର ଜୀବନ।ଏବେ ମଧ୍ୟ ସେଠାରେ ବର୍ଷା ଲଗାତାର ଲାଗି ରହିଛି।
ଯାହା ଫଳ ରେ ସେଠାକାର ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି।ବାଂଲାଦେଶ ଉପକୂଳ ରେ ଘଣ୍ଟାକୁ ୮୮ କି.ମି. ବେଗ ରେ ପବନ ବହୁଛି।ସମୁଦ୍ର ରେ ଉଠିଥିଲା ୫-୮ ଫୁଟ୍ ର ଜୁଆର।ତେବେ ବରିସାଲ୍ ରେ ଅନେକ କ୍ଷୟ କ୍ଷତି ଘଟିଛି।ପ୍ରଭାବିତ ଅଞ୍ଚଳ ରେ ସେନା ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ରହିଛି।ବାଂଲାଦେଶ ରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଯାଇଛି ଓ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାତ୍ୟା ଯୋଗୁଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।