ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁହଁ ଖୋଲି ମିଡ଼ିଆ ଉପରେ ବର୍ଷିଲେ ଅର୍ଚନା । କୋର୍ଟକୁ ଗଲା ବେଳେ କହିଲେ, କରନ୍ତୁନି ମିଛ ଖବର ପ୍ରସାରଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଲା ଭୁବନେଶ୍ୱର ଏସ-ଡି-ଜେ-ଏମ୍ କୋର୍ଟରେ ପହଞ୍ଚିଲେ ଅର୍ଚ୍ଚନା ନାଗ । ଜେଲରୁ କଡା ସୁରକ୍ଷା ବଳ ଭିତରେ ଆସି କୋର୍ଟରେ ପହଞ୍ଚିଛି ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା । ତେବେ ଆଜି ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା କୋର୍ଟରେ ହାଜର ହୋଇଛନ୍ତି । କୋର୍ଟକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ପ୍ରଥମ କରି ମୁହଁ ଖୋଲିଛନ୍ତି ଅର୍ଚ୍ଚନା । ତାଙ୍କ ନାଁରେ ମିଛ ଖବର ପ୍ରସାରଣ ନକରିବାକୁ ଅର୍ଚ୍ଚନା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛି । ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ ନକରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି ।
ବହୁଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହୋଇଛି । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ଉଭୟ ଝାରପଡ଼ା ଜେଲ ଓ କୋର୍ଟ ପରିସରରେ ହୋଇଥିଲା ପୋଲିସ ଛାଉଣୀ । ଗିରଫ ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କହିଛନ୍ତି, ସେ କାହାରିକୁ ବ୍ଲାକମେଲିଂ କରିନାହାନ୍ତି । ସବୁ ଅଭିଯୋଗ ମିଛ । ତଦନ୍ତ ହେଉ ସତ ବାହାରିବ ।
ଏହି ମାମଲାରେ ଏସଡିଜେଏମ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ସରିଛି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଜାମିନ ଆବେଦନ ପୂର୍ବରୁ ଅର୍ଚ୍ଚନାଙ୍କୁ ପୁଣି କଡ଼ା ସୁରକ୍ଷା ବଳୟରେ ପୋଲିସ ଝାରପଡ଼ା ଜେଲ୍କୁ ନେଇଯାଇଥିଲା । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଓକିଲ ଦେବାଶିଷ ମହାପାତ୍ର । କାଷ୍ଟିଂ କାଉଚ୍ରୁ ଆରମ୍ଭ ହୋଇଥିଲା ଅର୍ଚ୍ଚନାଙ୍କ କଳା କାହାଣୀ । ବହୁ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି । କଳାହାଣ୍ଡି କେସିଙ୍ଗାରୁ ରାଜଧାନୀ ।
୫ ବର୍ଷରେ ବ୍ଲାକମେଲର ଅର୍ଚ୍ଚନା ପ୍ରାୟ ୩୦ କୋଟି ଟଙ୍କାର ମାଲିକାଣୀ । ଅକ୍ଟୋବର ୨ରେ ଜଣେ ଯୁବତୀ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ନାଁରେ ବ୍ଲାକମେଲିଂ କରୁଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ସେହି ଆଧାରରେ ଅକ୍ଟୋବର ୬ରେ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ଜଗବନ୍ଧୁକୁ ମଧ୍ୟ ପୋଲିସ ଗିରଫ କରିଛି । ଦିନେ ରାଜଉଆସରେ ଦିନ କାଟୁଥିବା ବଣ୍ଟି ବବଲି ଏବେ ଜେଲରେ ଅଛନ୍ତି । ହେଲେ ସହଯୋଗୀ ଖଗେଶ୍ୱରର ଏବେବି ପତ୍ତା ମିଳିପାରିନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।