ଶ୍ରୀ ମନ୍ଦିର ରୁ ପୁଣିଥରେ ଖସିଲା ବଡ଼ ପଥର।ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶ୍ରୀ ମନ୍ଦିର ରୁ ପୁଣିଥରେ ଖସିଲା ବଡ଼ ପଥର।ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବଡ଼ ଦେଉଳରେ ବସି ସମଗ୍ର ବିଶ୍ଵ କୁ ପାଳନ କରୁଛନ୍ତି ଶ୍ରୀ ଜଗନ୍ନାଥ।ଦୁନିଆ ରେ ସବୁଦିନ ଯାହା ବି ଘଟୁଛି ସବୁ ତାଙ୍କରି ଇଚ୍ଛା ରେ ହେଉଛି।ଜଗନ୍ନାଥଙ୍କ ବିନା ଦୁନିଆ ଅଧୁରା। ଶ୍ରୀ ମନ୍ଦିର ରେ ବଡ଼ ଭାଇ ଶ୍ରୀ ବଳରାମ ଓ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ପୂଜା ପାଆନ୍ତି ଜଗତ ର ପାଳନକର୍ତା ଶ୍ରୀ ଜଗନ୍ନାଥ।ହେଲେ ଏବେ ପୁଣି ଥରେ ଶ୍ରୀ ମନ୍ଦିର ରୁ ଖସିଛି ଆଉ ଗୋଟେ ବଡ଼ ପଥର ଯାହା ସମସ୍ତଙ୍କୁ ଚକିତ କରିଦେଇଛି।କିଛି ବଡ଼ ଅଘଟଣ ଘଟିବ କି ତାହା ସମସ୍ତଙ୍କୁ ଚିନ୍ତା ରେ ପକାଇଛି।

 

ଶ୍ରୀ ମନ୍ଦିରର ରତ୍ନ ସିଂହାସନର ପଛ ଭାଗରୁ ଯେଉଁ ଚୁନ ପଥର ଖସି ଥିଲା ତାହା ଏପର୍ଯ୍ୟନ୍ତ ମରାମତି ହୋଇପାରି ନାହିଁ । କାରଣ ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ରଥଯାତ୍ରା ସମୟ ରେ ହିଁ ମରାମତି କାମ କରାଯାଇ ଥାଏ।ତେଣୁ ଏପର୍ଯ୍ୟନ୍ତ ତାର ମରାମତି ହୋଇ ନଥିବା ବେଳେ ଏବେ ଆଉ ଗୋଟେ ପଥର ଖସିବା ସେବାୟତ ମାନଙ୍କ ମଧ୍ୟ ରେ ଅସନ୍ତୋଷ ସୃଷ୍ଟି କରିଛି।ତେବେ ଗତକାଲି ସନ୍ଧ୍ୟା ରେ ଜଗମୋହନ ଓ ନାଟ ମଣ୍ଡପ ରେ ଯେଉଁ ଜଏଣ୍ଟ ସ୍ଥଳ ରହିଛି ମୁଡୁଲି ଦ୍ବାର ର ଠିକ୍ ଉପର ଭାଗ ରୁ ଗୋଟିଏ ପଥର ସଂନ୍ଧ୍ୟା ସମୟ ରେ ଖସି ଥିଲା।

           

ଏତେ ବଡ଼ ପଥର ଖସିବା ନେଇ ଏ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ଯେ କେତେ କିଲୋ ଗ୍ରାମ ର ପଥର ଖସିଛି। ସେହି ପଥର ର ଓଜନ ପାଖାପାଖି 2 ରୁ 3 କିଲୋ ର ଓଜନ ହୋଇ ପାରେ । ତେବେ ଯେଉଁ ଜାଗା ରୁ ପଥର ଟି ଖସିଛି ସେହି ଜାଗା ରେ ମାଙ୍କଡ଼ ମାନେ ବହୁତ ଡିଆଁ ମାରନ୍ତି ବୋଲି ସୂଚନା ମିଳିଛି।ତେବେ ସେଥି ପାଇଁ ପଥର ଟି ଖସିଥାଇ ପାରେ।ଏଠି ପ୍ରଶ୍ନ ଉଠୁଛି ଯଦି ମାଙ୍କଡ଼ ଡେଇଁବା ଦ୍ବାରା ପଥର ଟି ଖସିଯିବ ତାହେଲେ ପଥର ଟି ନିଶ୍ଚୟ ଦୁର୍ବଳ ଥିଲା। 

 

ଏତେ ସବୁ ଦେଖା ଦେଖି ପରେ ବି ଏହି ଦୁର୍ବଳ ପଥର ଟି ସେଠାରେ କାହିଁକି ଥିଲା । ଯେହେତୁ ବର୍ଷ ତମାମ ମରାମତି କାର୍ଯ୍ୟ କରୁଛନ୍ତି ତଥାପି କିଛି ନା କିଛି ପଥର ଦୁର୍ବଳ ରହୁଛି ଯାହା ପାଇଁ ବିଶେଷ ଦ୍ରୁଷ୍ଟି ଦିଆଯାଉ ନାହିଁ।ଯାହା ଫଳ ରେ ଏମିତି ଗତ କାଲି ପଥର ଖସିଲା।ଏହାକୁ ଗୁରୁତ୍ବ ର ସହ ନେବା କଥା କାରଣ ଏହା ହେଉଛି ଶ୍ରୀ ମନ୍ଦିର ଶ୍ରୀ ଜଗନ୍ନାଥ ମନ୍ଦିର ଯାହା କୋଟି କୋଟି ଲୋକଙ୍କର ଆଧ୍ୟାତ୍ମିକ କେନ୍ଦ୍ର ଅଟେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *