ସରକାରଙ୍କ ବଡ ନିଷ୍ପତି । ଏବେ ବିବାହିତ ଝିଅଙ୍କୁ ମଧ୍ୟ ମିଳିବ ଚାକିରୀ । ଓଡିଶା ହାଇକୋର୍ଟ୍ ଦେଲେ ଗୁରୁତ୍ବ ପୂର୍ଣ୍ଣ ରାୟ ଜାଣନ୍ତୁ । 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାରଙ୍କ ବଡ ନିଷ୍ପତି । ଏବେ ବିବାହିତ ଝିଅଙ୍କୁ ମଧ୍ୟ ମିଳିବ ଚାକିରୀ । ଓଡିଶା ହାଇକୋର୍ଟ୍ ଦେଲେ ଗୁରୁତ୍ବ ପୂର୍ଣ୍ଣ ରାୟ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସାମ୍ନାକୁ ଆସିଛି ସରକାରଙ୍କ ବଡ଼ ନିଷ୍ପତି । ତାହା ହେଲା ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ମଧ୍ୟ ପାଇ ପାରିବେ ଅନୁକମ୍ପା ମୂଳକ ନିଯୁକ୍ତି । ଏହାକୁ ନେଇ ରହିବନି କୌଣସି ପାତର ଅନ୍ତର । ଏପରି ଐତିହାସିକ ରାୟ ଦେଇଛନ୍ତି କଟକ ହାଇକୋର୍ଟ । ବହୁ ବର୍ଷ ଧରି ଚାଲି ଆସୁଥିବା ଏହି ନିୟମକୁ ଭାଙ୍ଗି ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏଥିସହ  ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । 

 

ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପା ମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ହାଇକୋର୍ଟ । ଏହାକୁ ନେଇ ବିବାହିତ ଝିଅଙ୍କ ନିଯୁକ୍ତିକୁ ବିଚାରକୁ ନନେବା ନୀତିକୁ ମଧ୍ୟ ରଦ୍ଦ କରିଛନ୍ତି । ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ । 

 

ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରୀ ବାସନ୍ତୀ ନାୟକଙ୍କ ବାପା ପ୍ରାଥମିକ ସ୍କୁଲ ଶିକ୍ଷକ ଥିବା ବେଳେ ୨୦୦୧ ଫେବୃୟାରୀ ୨୩ରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଆବେଦନକାରୀ ବାସନ୍ତୀଙ୍କ ସମେତ ୨ ଝିଅ ଥିଲେ । ଆବେଦନକାରୀ ଯୁକ୍ତ ୨ ପାସ୍‌ କରିଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ତୃତୀୟ ଶ୍ରେଣୀ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ପାଇଁ ଦରଖାସ୍ତ ଦାଖଲ କରିଥିଲେ । ଏଥିପାଇଁ ତାଙ୍କ ମା’ ଓ ଭଉଣୀଙ୍କ ସମ୍ମତି ଥିଲା । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପ୍ରକାଶିତ ତାଲିକାରେ ବାସନ୍ତୀଙ୍କ ନାଁ ସ୍ଥାନ ପାଇଥିଲା । ଏହାପରେ ହୋଇଥିବା ଯାଞ୍ଚରେ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଥିବା ସତ୍ତ୍ୱେ ତାଙ୍କୁ ନିଯୁକ୍ତି ମିଳି ପାରି ନ ଥିଲା । 

 

ଏହାପରେ ଆବେଦନକାରୀଙ୍କ ଦରଖାସ୍ତକୁ ସ୍କୁଲ ଇନ୍ସପେକ୍ଟର ୨୦୦୮ ଏପ୍ରିଲ ୮ରେ ଖାରଜ କରି ଦେଇଥିଲେ । ୨୦୦୭ ଏପ୍ରିଲ ୨୪  ବିଜ୍ଞପ୍ତି ଅନୁସାରେ ଆବେଦନକାରୀ ବିବାହିତା ହୋଇଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା । ଶେଷରେ ହାଇକୋର୍ଟ ୨୦୦୮ ଏପ୍ରିଲ ୮ର ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । ଏଥିସହ ଏହି ଘଟଣାକୁ ପୁନଃ ବିଚାରକୁ ନେଇ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *