ଗରିବ ଓ ମଧ୍ୟବିତ୍ତ ଙ୍କ ଚିନ୍ତା ଗଲା ।ମୋଦି ସରକାର ବର୍ତ୍ତମାନ ଆଣିଛନ୍ତି ଏକ ବଡ ଯୋଜନା । ମାତ୍ର ୨ ଟଙ୍କା ସଂଚୟ କଲେ ମିଳିବ ମୋଟା ଅଙ୍କର ଟଙ୍କା ।ହଜାରେ କି ଦୁଇ ହଜାରେ ନୁହେଁ ଏକା ଥରକେ ମିଳିବ ୩୬ ହଜାର ଟଙ୍କା । ଭବିଷ୍ୟତ ପାଇଁ ଚିନ୍ତା କରୁଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବେଶ୍ ଲାଭପ୍ରଦ । ତେବେ ଚାଲନ୍ତୁ ଜାଣିବା, କେମିତି ଏହି ଯୋଜନା ର ଲାଭ ଉଠାଇବେ ଆଉ ଏଥିପାଇଁ କଣ କରିବାକୁ ହେବ ।
କେନ୍ଦ୍ର ସରକାର ବର୍ତ୍ତମାନ ଆଣିଥିବା ଯୋଜନା ଟି ର ନାମ ହେଉଛି ପିଏମ୍ ଶ୍ରମଯୋଗୀ ମନଧନ ପେନସନ ଯୋଜନା । ମୋଦି ସରକାର ଙ୍କ ଏହି ଯୋଜନା ରେ ସାମିଲ ହେବାକୁ ହେଲେ ବ୍ୟକ୍ତି ଙ୍କ ବୟସ ୧୮ ହୋଇଥିବା ଦରକାର । ଏହା ସହିତ ହିତାଧିକାରୀ ଙ୍କୁ ୪୦ ବର୍ଷ ରୁ ଅଧିକ ହୋଇ ନଥିବା ଜରୁରୀ । ତେବେ ଯଦି ଆପଣଙ୍କୁ ୧୮ ବର୍ଷ ତାହେଲେ ଏହି ଯୋଜନା ର ଲାଭ ଉଠାଇ ପାରିବେ ,ଆଉ ମାସକୁ ମାତ୍ର ୫୫ ଟଙ୍କା ଜମା କରି ଏହି ଯୋଜନା ର ଲାଭ ଉଠାଇ ପାରିବେ ।ତେବେ ମାସକୁ ୫୫ ଟଙ୍କା ହିସାବରେ ଦିନକୁ ମାତ୍ର ୨ ଟଙ୍କା ରୁ କମ୍ ସଂଚୟ କରିବାକୁ ହେବ । ସେହିଭଳି ୨୯ ବର୍ଷୀୟ ବ୍ୟକ୍ତି ଏହି ଯୋଜନା ରେ ସାମିଲ ହେବାକୁ ଚାହିଁଲେ ତାଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ହେବ ।
ଆଉ ୪୦ ବର୍ଷ ବୟସର ଲୋକଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ହେବ ।ତେବେ ଏହି ଯୋଜନା ରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ମାସିକ ରୋଜଗାର ୧୫ ହଜାରରୁ କମ୍ ହୋଇଥିବା ଆବଶ୍ୟକ। ଏହା ସହିତ ୧୮ ରୁ ୪୦ ବର୍ଷୀୟ ଶ୍ରମିକ , ଡ୍ରାଇଭର , ଝାଡୁଦ୍ୱାର ଶ୍ରେଣୀର ବ୍ୟକ୍ତି ମାନେ ଏହି ଯୋଜନା ର ଅନ୍ତର୍ଭୁକ୍ତ ହୋଇ ପାରିବେ । ଏହି ଯୋଜନା ରେ ରେଜିଷ୍ଟେଶନ୍ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟର୍ କୁ ଯାଆନ୍ତୁ । ସେଠାରେ ଆପଣଙ୍କୁ ଆଧାର କାର୍ଡ ଓ ଜନଧନ ଯୋଜନା ରେ ଥିବା ବ୍ୟାଙ୍କ ଆଇଏଫସି କୋଡ ଦେବାକୁ ପଡ଼ିବ ।
ଆପଣଙ୍କ ଦସ୍ତାବିଜ୍ ଅନଲାଇନ୍ ରେ ଦାଖଲ ହେବା ପରେ ଆପଣଙ୍କୁ ଶ୍ରମ ଯୋଗୀ କାର୍ଡ ମିଳିଯିବ । ଆଉ ପ୍ରତିମାସରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା କଟିଯିବ । ଆଉ ଯେତେବେଳେ ଅପାଣଙ୍କୁ ୬୦ ବର୍ଷ ହୋଇଯିବ ସେତେବେଳେ ଆପଣଙ୍କୁ ମାସିକ ୩ ହଜାର ଟଙ୍କା ଓ ବାର୍ଷିକ ୩୬ ହଜାର ଟଙ୍କା ପେନସନ ଆକାରରେ ମିଳିବ । ଯାହାକି ବୃଦ୍ଧାବସ୍ଥା ସମୟରେ ବଞ୍ଚିବା ପାଇଁ ବେଶ୍ ସହାୟକ ହେବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।