ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଶ୍ଳୀଳ ନାଚ କରିଥିବା ନେଇ ଅଭିଯୋଗ ଆସିଥିବା ବିଷୟ ରେ ନିଜ କଥା ରଖିଲେ ରାନୀ।ଆସନ୍ତୁ ଜାଣିବା କଣ କହୁଛନ୍ତି ରାନୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନିକଟରେ ଦେଖିବାକୁ ମିଳିଛି ଯେ ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ଅନ୍ୟଜଣେ ମହିଳା । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ । ମହାକାଳୀ ଉତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ଥିବା ବେଳେ ଘଟିଛି ଏପରି ଏକ ଅପ୍ରିତିକର ଘଟଣା ।
ତେବେ କଥା ହେଉଛି ରାନୀ ମଞ୍ଚ ଉପରେ ଅଶ୍ଳୀଳ ନାଚ କରୁଥିଲେ ସେଥି ପାଇଁ ଜଣେ ମହିଳା ଦର୍ଶକ ତାଙ୍କ ଉପର କୁ ଜୋତା ଫିଙ୍ଗିଲେ।ଏଇ କଥା ଉପରେ ରାନୀ ନିଜେ ନିଜର କଥା ରଖିଛନ୍ତି।ତେବେ ତାଙ୍କ କହିବା କଥା ହେଉଛି ସେ ହେଉଛନ୍ତି ଏକ୍ଟ୍ରେସ୍ ,ଆଇଟମ୍ ଡାନ୍ସର୍ ଓ ସୋସିଆଲ୍ ୱର୍କର୍ ମଧ୍ୟ।ସେ କଣ ଜାଣିନାହାନ୍ତି ଯେ ସେ କେଉଁ କାମ କରିଲେ ସମାଜ କୁ କେଉଁ ବାର୍ତ୍ତା ଯିବ ବୋଲି।ତାଙ୍କ ଅନୁସାରେ ସେ କିଛି ବି ଭୁଲ୍ କରିନାହାନ୍ତି।ସେ ଯାହା କରିଛନ୍ତି ତାହା ତାଙ୍କ କାମ ର ଅଂଶ ଥିଲା।ନା ତାଙ୍କର ଡ୍ରେସ୍ ପିନ୍ଧା ଭୁଲ୍ ଥିଲା ନା ତାଙ୍କର ଡାନ୍ସ ଷ୍ଟେପ୍ ଭୁଲ୍ ଥିଲା।ନଖ ସନ୍ଧି ରୁ ଦୋଷ ଖୋଜିବା ଭଳି ତାଙ୍କର ଭୁଲ୍ ଖୋଜା ହେଉଛି ବୋଲି ସେ କହିଛନ୍ତି।
ସେ ଯାତ୍ରା ଜଗତ ରେ ଆଇଟମ୍ ଡାନ୍ସର୍ ଭାବରେ ୫ ବର୍ଷ ହେଲାଣି କାମ କରୁଛନ୍ତି।ସେ ଅଭିନୟ ବି କରନ୍ତି ଓ ଆଇଟମ୍ ଗୀତ ରେ ଡାନ୍ସ ବି କରନ୍ତି।ଦର୍ଶକ ତାଙ୍କୁ ଯେଉଁଥିରେ ଭଲ ପାଇବା ଦେବେ ସେ ସେଥିରେ କାମ କରିବେ ବୋଲି ସେ କହିଛନ୍ତି। ତେବେ ସେ କହିଛନ୍ତି ଯେ ଯେଉଁ ଭଦ୍ର ମହିଳା ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ସେଟା କେଉଁ ପ୍ରକାର ଭଦ୍ରାମି।ସେ ସେ ମହିଳା ଙ୍କ ଉପରେ କାର୍ଯୟାନୁଷ୍ଠାନ ନେବେ ବୋଲି କହୁଛନ୍ତି।ଏହା ସହ ରାନୀ କହୁଛନ୍ତି ଯେ କହିବାର ଗୋଟିଏ ସୀମା ଥାଏ,ଜଣେ କଳାକାର ଙ୍କୁ ଏପରି କହିବା କଣ ଠିକ୍।
https://fb.watch/gvMjTgA8at/
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।