ଫୁଣି ନବୀନ କଲେ ଘୋଷଣା । କାଳିଆ ଯୋଜନା ରେ ୩୩ କୋଟି ପାଇବେ । ଜାଣନ୍ତୁ ଏଥର କିସ୍ତିରେ କେତେ ଟଙ୍କା ମିଳିବ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ କାଳିଆ ଯୋଜନା କୁ ନେଇ ରାଜ୍ୟ ସରକାର କରିଛନ୍ତି ଏକ ବଡ ଘୋଷଣା । ବର୍ତ୍ତମାନ ପୁରୀ ଜିଲ୍ଲା ର ସମସ୍ତ ଚାଷୀ ଭାଇ ମାନ ଙ୍କ ପାଇଁ ରାଜ୍ୟ ସରକାର କାଳିଆ ସହାୟତା ରାଶି ଘୋଷଣା କରିଛନ୍ତି । ବର୍ତ୍ତମାନ ୩୩ କୋଟି ଟଙ୍କା ର ସହାୟତା ପାଇବେ ପୁରୀ ଜିଲ୍ଲା ର ୧ ଲକ୍ଷ ୬୫ ହଜାର ୧୩୧ ଜଣ ଚାଷୀ ଭାଇ ।

 

ଓଡ଼ିଶା ବାସୀ ଙ୍କ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି ଯେ ୨୦୨୧-୨୨ ଚଳିତ ବର୍ଷ ରେ ରବି ଋତୁ ପାଇଁ ପୁରୀ ଜିଲ୍ଲା ର ଚାଷୀ ଭାଇ ମାନଙ୍କୁ ୨ ହଜାର ଟଙ୍କା କାଳିଆ ସହାୟତା ରାଶି ଆକାର ରେ ପ୍ରଦାନ କରାଯିବ । ରାଜ୍ୟ ର ସମସ୍ତ କ୍ଷୁଦ୍ର,ନାମମାତ୍ର ଓ ଭୂମିହିନ ଚାଷୀ ପରିବାର ମାନ ଙ୍କୁ କୃଷି କାର୍ଯ୍ୟ ରେ ସହାୟତା କରିବା ପାଇଁ ସରକାର ଏହି କାଳିଆ ଯୋଜନା ର ଆରମ୍ଭ କରିଥିଲେ ।

 

 ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ୧୧ ତାରିଖ ରେ  ସାରାରାଜ୍ୟ ର ୭୩ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀ ଭାଇ ଙ୍କୁ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ । ସେହି ସମୟ ରେ ପିପିଲି ଉପନିର୍ବାଚନ ଥିବା ରୁ ପୁରୀ ଜିଲ୍ଲା ର ଚାଷୀ ଭାଇ ମାନଙ୍କୁ ଏହି ସହାୟତା ଟି ମିଳି ପରି ନଥିଲା । ସେଥିପାଇଁ ବର୍ତ୍ତମାନ ପୁରୀ ଜିଲ୍ଲା ର ୧,୬୫,୧୩୧ ଜଣ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଭାଇ ମାନଙ୍କୁ ସରକାର ୩୩.୩ କୋଟି ଟଙ୍କା ପାଇବେ  ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଟଙ୍କା ଟି ସିଧା ସଳଖ ଚାଷୀ ଭାଇ ଙ୍କ ଆକାଉଣ୍ଟ  ଜମା ହୋଇଯିବ ।

 

କାଳିଆ ଯୋଜନା ଟି ହେଉଛି ଚାଷୀ ଭାଇ ମାନଙ୍କ ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯିବା ର ଏକ ଉଚିତ ପଦକ୍ଷେପ । ଏହି ଯୋଜନା ରେ ପ୍ରଦାନ କରାଯାଉଥିବା ଟଙ୍କା ରେ ଚାଷୀ ମାନେ କୃଷି ସାମଗ୍ରୀ ଯଥା ବିହନ, ସାର, କୀ-ଟ-ନା-ଶ-କ, ଓ କୃଷି ଜନ୍ତପାତି କିଣିବା ପାଇଁ ଆନୁଷଙ୍ଗିକ ଆର୍ଥିକ ସୁବିଧା ମଧ୍ୟ ପାଇ ପାରୁଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *