ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତ କୁ ମିଳିଗଲା ଆଉ ଏକ ନୂଆ ହାର୍ଦିକ ପାଣ୍ଡ୍ୟା। ତେବେ କିଏ ସିଏ ନୂଆ ପାଣ୍ଡ୍ୟା ?ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ହାର୍ଦିକ ପାଣ୍ଡ୍ୟା ଙ୍କ ବଦଳ ଖେଳାଳି ଭାବରେ ଜଣଙ୍କୁ ଖୋଜିପାଇଚି ଟିମ୍ ଇଣ୍ଡିଆ ଜିଇଆ ନିଜର ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି BCCI ର କୁ ତ ଆଡ଼କୁ କେନ୍ଦ୍ରୀଭୂତ କରିପାରିଛି। ବକ୍ସି ଆଶା ପୋଷଣ କରିଛି ଯେ ଏହି ଅଲ ରାଉଣ୍ଡର ଇଣ୍ଡିଆ ପାଇଁ ଭବିଷ୍ୟତରେ ଖେଳିବା ନିହାତି ଆବଶ୍ୟକ ଯିଏ ଭଲ ବ୍ୟାଟିଂ ସହ ସ୍ପିଡ୍ ବୋଲିଂ ମଧ୍ୟ କରିପାରୁଥିବା ଆବଶ୍ୟକ। ଟିମ୍ ଇଣ୍ଡିଆକୁ ମିଳିପାରେ ଆଉ ଜଣେ ଷ୍ଟାର ଅଲରାଉଣ୍ଡର ଯିଏ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସ୍ଥାନ ପାଇପାରନ୍ତିି।ଏବେ ଇଣ୍ଡିଆ ଟିମରେ ହାର୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡର ର ଭୂମିକା ଗ୍ରହଣ କରୁଛନ୍ତି।
କିନ୍ତୁ ତାଙ୍କର ଆହତ ସମସ୍ୟା ସମୟରେ ଇଣ୍ଡିଆ ଟିମ୍ ର ମେରୁଦଣ୍ଡ ଭାଙ୍ଗି ପଡୁଛି ଯାହାଦ୍ଵାରା ସେ ତାର ବଦଳ ଖେଳାଳି ଖୋଜିବାକୁ BCCI ତାହାର ପ୍ରସ୍ତୁତି ଆରମ୍ଭ କରିସାରିଛି।ହାର୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଙ୍କ ପାଖରେ ଏମିତି ସାମର୍ଥ୍ୟ ରହିଛି ଯେ ସେମାନେ ନିଜର କ୍ଷମତା ବଳରେ ମ୍ୟାଚ୍ କୁ ଏକତରଫା କରିପାରିବେ। ବୋଲିଂ ବିଭାଗ ସାଙ୍ଗକୁ ବ୍ୟାଟିଂ ରେ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ତାହାର ଫାଇଦା ଟିମ୍ ଇଣ୍ଡିଆ କୁ ମିଳିଆସୁଛି। କ୍ରିକେଟ୍ ମ୍ୟାଚ୍ ରେ ପ୍ରମୁଖ ଭୂମିକା ରହିଛି ଆଲରାଉଣ୍ଡର ମାନଙ୍କର,କାହିଁକି ନା ସେମାନେ ଜାଣିଥାନ୍ତି ଯେ ସେମାନଙ୍କୁ ଉଭୟ ବ୍ୟାଟ୍ ସାଙ୍ଗକୁ ବଲ ରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।
ଟିମ୍ ଇଣ୍ଡିଆ ର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ ଯଦି ହାର୍ଦିକ ଆହତ ସମସ୍ୟାରେ ପଡ଼ୁଛନ୍ତି ତାହେଲେ ତାଙ୍କର ବଦଳ ଖେଳାଳି ଭାବେ ଟିମରେକାହାକୁ ଖେଳାଇବ ।ଟିମ୍ ଇଣ୍ଡିଆ ସମସ୍ତଙ୍କୁ ଜଣାଇଦେଇଛି ଯେ ସେ ହାର୍ଦିକ ପାଣ୍ଡ୍ୟା ଙ୍କ ବିକଳ୍ପ ଖେଳାଳି ଭାବରେ ଜଣେ ପ୍ରତିଭାବାନ ଯୁବ ଖେଳାଳିଙ୍କୁ ଖୋଜିପାଇବାରେ ସକ୍ଷମ ହୋଇପାରିଛି ଯିଏ କି ନିଜ ବଳରେ ଟିମ୍ କୁ ଜିତାଇବାରେ ସକ୍ଷମ ହୋଇପାରିବ।ଏହି ଭଳି ଖେଳାଳି ଯିଏ କି ଅଣ୍ଡର -୧୯ ୱାଲ୍ଡ କପ୍ ରେ ଭଲ ପ୍ରଦର୍ଶନ କରି ଟିମ୍ କୁ ଜିତାଇବା ସହ BCCI ର ନଜରକୁ ଆସିପାରିଛି।
ହଁ ଆଜ୍ଞା ସିଏ ହେଉଛନ୍ତି ଅଣ୍ଡର -୧୯ ମ୍ୟାଚ୍ ର ଅଲରାଉଣ୍ଡର ରାଜ ଅଙ୍ଗତ ବାବା ଯିଏ ଏବେ ସଞ୍ଜୁ ସାମ୍ସନଙ୍କ ଅଧିନସ୍ଥ ଇଣ୍ଡିଆ -ଏ ଟିମ୍ ରେ ଅଲ ରାଉଣ୍ଡର ଭୂମିକା ରେ ସ୍ଥାନ ପାଇଛନ୍ତି।ସେ ଟିମ୍ ଇଣ୍ଡିଆ ତରଫରୁ ନ୍ୟୁଜିଲାଣ୍ଡ – ଏ ସହ ଖେଳିବାକୁ ଥିବା ୩ ଟି ଦିନିକିଆ ମ୍ୟାଚ୍ ରେ ତାଙ୍କର ନାମ ସୁପାରିଶ କରାଯାଇଛି,ଏବଂ ତାଙ୍କୁ ଟିମ୍ ରେ ସାମିଲ କରାଯାଇଛି।ଯାହାକୁ ଆଗାମୀ ଭବିଷ୍ୟତ ରେ ଷ୍ଟାର ଅଲରାଉଣ୍ଡର ଭାବରେ ଗଢି ତୋଳିବା ପାଇଁ BCCI ଆଗ୍ରହ ପ୍ରକାଶ କରିଛି ଓ ବିଶ୍ୱାସ କରୁଛି ଯେ ଆଗକୁ ଟିମ୍ ଇଣ୍ଡିଆ କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସକ୍ଷମ ହେଉ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।