ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ବନ୍ଧୁଗଣ ଏଥର ପୁଣି କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ,ଯାହା ଫଳରେ ଖାଉଟିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ ।ନଭେମ୍ବର ପହିଲାରୁ ଲାଗୁ ହେବ କିଛି ନୂଆ ନିୟମ ।ତେବେ ଆସନ୍ତୁ ଜାଣିବା ନଭେମ୍ବର ପହିଲାରୁ କେଉଁ ସବୁ ନିୟମ ରେ ପରିବର୍ତ୍ତନ ହେବାକୁ ଯାଉଛି ।
୧. ବାଧ୍ୟତାମୂଳକ ହେବ କେୱାଇସି :ଜାଣି ରଖନ୍ତୁ , ଏଥର ଯେ କୌଣସି ଇନ୍ସ୍ୟୁରାନ୍ସ ପାଇଁ କେୱାଇସି ବାଧ୍ୟତାମୂଳକ ଅଟେ । ତେବେ IRDA ର ନୂଆ ନିୟମ ଅନୁଯାୟୀ, ଲାଇଫ୍ ଇନ୍ସ୍ୟୁରାନ୍ସ ତଥା ନନ୍ ଲାଇଫ୍ ଇନ୍ସ୍ୟୁରାନ୍ସ ସମସ୍ତଙ୍କୁ କରିବାକୁ ପଡ଼ିବ କେୱାଇସି । ତେବେ ପୂର୍ବରୁ ଏହା ଲାଇଫ୍ ଇନ୍ସ୍ୟୁରାନ୍ସ ପାଇଁ ଆବଶ୍ୟକ ହେଉଥିଲା କିନ୍ତୁ ଏବେ ନନ୍ ଲାଇଫ୍ ଇନ୍ସ୍ୟୁରାନ୍ସ ପାଇଁ ମଧ୍ୟ ଏହା କରିବାକୁ ପଡ଼ିବ ।ତେବେ ଏହି ନୂଆ ନିୟମ ନଭେମ୍ବର ମାସ ରୁ ଲାଗୁ ହେବ ।
୨. LPG ସିଲିଣ୍ଡର ଦର ପରିବର୍ତ୍ତନ :ପେଟ୍ରୋଲିୟମ କମ୍ପାନୀମାନେ ପ୍ରତ୍ୟେକ ମାସ ଆରମ୍ଭରୁ ଏଲ୍ପିଜି ଦରରେ ପରିବର୍ତ୍ତନ ଆଣିଥାନ୍ତି । ତେବେ ଏହି ନେଭମ୍ବର ୧ ତାରିଖ ରୁ ୧୪ କିଲିଆ ଘରୋଇ ରନ୍ଧନ ଗ୍ୟାସ ଏବଂ ୧୯ କିଲିଆ କମର୍ସିଆଲ୍ ଗ୍ୟାସ୍ ଦରରେ ପରିବର୍ତ୍ତନ ହେବ । ବର୍ତ୍ତମାନ ଆନ୍ତର୍ଜାତୀୟ ମାର୍କେଟ ରେ ଗ୍ୟାସ ଦର ବୃଦ୍ଧି ପାଇଥିବାରୁ ଗ୍ୟାସ ଦର ବୃଦ୍ଧି ହେବା ନେଇ ଆଶଙ୍କା କରା ଯାଉଛି ।
୩. OTP ଦେଲେ LPG ସିଲିଣ୍ଡର ଡେଲିଭରୀ ହେବ :LPG ସିଲିଣ୍ଡର ବୁକ୍ କରିବା ବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କୁ ଏକ OTP ଆସିବ । ଆଉ ଯେତେବେଳେ ସିଲିଣ୍ଡର ଡେଲିଭରୀ ହେବ ସେତେବେଳେ ଆପଣଙ୍କୁ ସେହି OTP ଦେବାକୁ ହେବ ।
୪. ଦିଲ୍ଲୀରେ ବିଜୁଳି ସବ୍ସିସଡି ଦରରେ ପରିବର୍ତ୍ତନ :ନଭେମ୍ବର ମାସ ପହିଲା ଅର୍ଥାତ୍ ୧ ନଭେମ୍ବର ରୁ ଦିଲ୍ଲୀରେ ବିଜୁଳି ସବ୍ସିଡିରେ ପରିବର୍ତ୍ତନ ହେବ । ତେବେ ଯେଉଁ ଲୋକ ମାନେ ସବ୍ସିଡି ପାଇଁ ଆବେଦନ କରି ନାହାନ୍ତି,ସେମାନଙ୍କୁ ଅକ୍ଟୋବର ମାସର ଅଣରିହାତି ବିଲ୍ କୁ ଦେବାକୁ ପଡ଼ିବ । କିନ୍ତୁ ସେମାନେ ଆଗମୀ ମାସ ପାଇଁ ଆବେଦନ କରି ପାରିବେ ।
୫. GST ରିଟର୍ଣ୍ଣ ପାଇଁ ୪ ଅଙ୍କ ବିଶିଷ୍ଟ HSN କୋଡ :GST ପୈଠ କ୍ଷେତ୍ରରେ ମଧ୍ୟ ନୂଆ ପରିବର୍ତ୍ତନ କରାଯାଇଛି । ୫ କୋଟିରୁ କମ୍ ଟର୍ଣ୍ଣଓଭର ଥିବା ପ୍ରତ୍ୟେକ ଟିକସ ଦାତା GST ରିଟର୍ଣ୍ଣ ଫାଇଲ୍ କରିବା ବେଳେ ପୂର୍ବରୁ ଦୁଇ ଅଙ୍କ ବିଶିଷ୍ଟ HSN କୋଡ୍ ଦେବାକୁ ପଡ଼ୁଥିଲା କିନ୍ତୁ ଏଥର ୪ ଅଙ୍କ ବିଶିଷ୍ଟ HSN କୋଡ୍ ଦେବାକୁ ହେବ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।