ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜେଲ୍ ରେ ରହିଥିବା ଅର୍ଚ୍ଚନା କୋର୍ଟ ରୁ ବାହାରିବା ସମୟ ରେ ନିଜ ଉପରେ ଚାଲିଥିବା କେସ୍ ସମ୍ପର୍କ ରେ ମୁହଁ ଖୋଲିଲା।ଆସନ୍ତୁ ଜାଣିବା କ’ଣ କହିଲା ସେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସକଳ ସୃଷ୍ଟି ର ଆଧାର ହେଉଛନ୍ତି ଈଶ୍ୱର ଏବଂ ସେହି ଈଶ୍ୱର ଙ୍କ ଶ୍ରେଷ୍ଠ ରଚନା ହେଉଛି ମଣିଷ।ହେଲେ ସେହି ମଣିଷ ଜୀବନ ରେ କିଛି ନିର୍ଦ୍ଧିଷ୍ଟ ନାହିଁ।ଜୀବନ ରେ କେବେ କେମିତି କ’ଣ ହେବ ତାହା କେହି ଜାଣିନାହାନ୍ତି।ଆଜି ଖୁସି ଅଛି ତ କାଲି ଦୁଃଖ ନିଶ୍ଚୟ ଆସିବ।ଆଉ ଯଦି ଜଣେ ଖରାପ କାମ କରୁଛି ତ ସେ ତା’ର କର୍ମ ର ଫଳ ନିଶ୍ଚିତ ପାଇବ।ସେମିତି ସେକ୍ସ୍ ରାକେଟ ଭଳି ଅତ୍ୟନ୍ତ ଖରାପ କାମ କରି ଏବେ ଫସି ଯାଇଛନ୍ତି ଜଗବନ୍ଧୁ ଚାନ୍ଦ ଓ ତା’ ସ୍ତ୍ରୀ ଅର୍ଚ୍ଚନା ନାଗ।
ଭୁବନେଶ୍ୱର ରେ ବଡ଼ ବଡ଼ ଲୋକ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ ଏହି ଦୁଇଜଣ।ତେବେ ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନା କୁ ଜେଲ୍ ରେ ରଖାଯାଇଥିଲା ଏବଂ ତା’କୁ କୋର୍ଟ ପରିସରରେ ହାଜର କରାଯାଇଥିଲା। ଏବେ ତା’କୁ ଭୁବନେଶ୍ୱର SDGM କୋର୍ଟ ରୁ ପୁଣି ଥରେ ଜେଲ ନିଆଯିବ । ଅର୍ଚ୍ଚନା କହିଛି ଯେ– “ଦୟାକରି ଠିକରେ ତଦନ୍ତ କରନ୍ତୁ । ସତ ସାମ୍ନାକୁ ବାହାରିବ ମୋ ଉପରେ ଦୟାକରନ୍ତୁ । ମୁଁ କାହାକୁ ଧମକ ଦେଉନାହିଁ । ଏହା ସବୁ ମିଛ ଅଭିଯୋଗ । ମୋ ବିରୋଧ ରେ ଷଡ଼ଯନ୍ତ୍ର କରାଯାଇଛି।ମୋତେ ଫସାଇ ଦିଆଯାଇଛି।
ମାନ୍ୟବର କୋର୍ଟ ପାଖରେ ଏବେବି କୌଣସି ପ୍ରମାଣ ନାହିଁ । ସତ ପୋଲିସ ବାହାର କରିବ ମାନ୍ୟବର କୋର୍ଟ ଉପରେ ମୋର ସଂମ୍ପର୍ଣ୍ଣ ଭରସା ରହିଛି।”ଆଜି ଅର୍ଚ୍ଚନା ଙ୍କୁ SDGM କୋର୍ଟରେ ହଜାର କରାଯାଇଥିଲା । ଅର୍ଚ୍ଚନା କହିଲା ଯେ ଖଣ୍ଡଗିରି କେସ୍ ଉପରେ ସେ ଫରର୍ୱାର୍ଡ ହୋଇ ଜେଲ୍ ରେ ଥିଲେ । ନୟାପଲ୍ଲୀରେ ଅକ୍ଷୟ ପରିଜା ପ୍ରଯୋଜକଙ୍କ କେସ୍ ଯେଉଁଟା ହେଇଥିଲା ସେହି କେସ୍ ଉପରେ ରିମାଣ୍ଡ ମାଗିଥିଲା ପୋଲିସ । ଜାମିନ ପାଇଁ ଆମେ ଆବେଦନ କରିଛି ସେ।
କୋର୍ଟ ଭିତରେ କିଛି ବର୍ତ୍ତମାନ ସୁଦ୍ଧା ହୋଇନି । ଯେଉଁ କେସ୍ ଉପରେ ରିମାଣ୍ଡ ଲାଗେ ତାଙ୍କୁ ବ୍ୟକ୍ତିଗତ ହାଜେରା ଦିଆଯାଏ ବୋଲି ଅର୍ଚ୍ଚନା କହିଛି।ଅର୍ଚ୍ଚନା ର ଓକିଲ ଙ୍କ କହିବା ଅନୁଯାୟୀ ସେ ପ୍ରଥମରୁ କହିଥିଲେ ଯେ ଅର୍ଚ୍ଚନା ନିର୍ଦ୍ଦୋଷ ଏହା ସ୍ୱାଭାବିକ କଥା । ତେଣୁ ଏହି ଭଳି ଫସେଇବା କଥା ସେ କାହିଁକି କହୁଛି ଏବଂ କିଏ ଫସେଇଛି ବୋଲି କହୁଛି।ସେ ଯେଉଁ ଭଳି ବଡ଼ ବଙ୍ଗଳାରେ ରହୁଥିଲା ସେ ଏବଂ ଯେଉଁ ବ୍ୟବସାୟ କରୁଥିଲା ସେ କି ଭଳି ବ୍ୟବସାୟ କରୁଥିଲା ଏହି ସବୁ ତର୍ଜମା ହେବା ଦରକାର ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।