ଅର୍ଚ୍ଚନାଙ୍କ ବିଷୟରେ କଥା କହିଲେ ରାନୀ । କହିଲେ ମୁଁ ପ୍ରଥମଥର ପାଇଁ ଏଭଳି କଥା ଶୁଣିଲି ଆଉ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅର୍ଚ୍ଚନାଙ୍କ ବିଷୟରେ କଥା କହିଲେ ରାନୀ । କହିଲେ ମୁଁ ପ୍ରଥମଥର ପାଇଁ ଏଭଳି କଥା ଶୁଣିଲି ଆଉ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଦ୍ରକର ଚରମ୍ପାରେ ଏକ ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ କରି ଜୋତା ଫିଙ୍ଗିବା ଘଟଣା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ମହିଳା ଜୋତା ପିଙ୍ଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ଏଠାରେ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ । ଆଉ ରାନୀଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ । 

 

ଏହା ପରେ ଚର୍ଚା ଜୋର୍ ଧରିଥିଲା । ଆଉ ତାପରେ ରାନୀ ପ୍ରିୟଦର୍ଶନୀ ଲୋକ ଲୋଚନକୁ ଆସିଥିଲେ ।  ଅନ୍ୟପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ, ଯିଏକି ଧନୀ ଲୋକଙ୍କୁ ଫସେଇ ନେତା ମନ୍ତ୍ରୀଙ୍କ ଠାରୁ ବିପୁଳ ଟଙ୍କା ଲୁଟି ଧନୀ ହୋଇ ଯାଇଛନ୍ତି । ଏବଂ ବର୍ତମାନ ସମୟରେ ଜେଲ୍ ରେ ଅଛନ୍ତି । ଝାରପଡା ଜେଲରେ କଏଦୀ ଅଛନ୍ତି ହନିଟ୍ରାପର ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ । ଯାହାଙ୍କ ପାଇଁ ଓଡ଼ିଶା ଆଜି ଉଠୁଛି ପଡ଼ୁଛି । ଆଜ୍ଞା ହଁ ଦର୍ଶକବନ୍ଧୁ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ନାଗଙ୍କ ବିଷୟରେ ଏଭଳି କିଛି ବୟାନ ରଖିଛନ୍ତି ବିବାଦ ଘେରକୁ ଆସିଥିବା ଆଇଟମ ଗାର୍ଲ ରାନୀ ପ୍ରିୟଦର୍ଶିନୀ। 

 

ରାନୀ ଅଶ୍ଳୀଳ ନୃତ୍ୟ କରୁଛନ୍ତି ବୋଲି କହି ମଞ୍ଚ ଉପରକୁ ଜୋତା ମାଡ କରିଥିଲେ ଜଣେ ମହିଳା । ଆଉ ଏହି ଘଟଣା ମିଡ଼ିଆ ଓ ସୋସିଆଲ ମିଡ଼ିଆରେ ଖେଳି ଗଲା ପରେ ଏଭଳି ଗଣମାଧ୍ୟମରେ ବୟାନ ରଖିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ସେ କହିଛନ୍ତି ଯେ ଅର୍ଚ୍ଚନା ଯାହା କରୁଥିଲେ ତାହା କେବେହେଲେ ଠିକ୍ ନଥିଲା । ରାନୀ ଆହୁରି କହିଲେ କି ସମାଜରେ ୨ ପ୍ରକାରର ନାରୀ ଥାନ୍ତି । କିଛି ହେଉଛନ୍ତି ଧମକ ଦେଇକି ପଇସା ଇନକମ କରନ୍ତି ।

 

 କିନ୍ତୁ ତାଠାରୁ ଭଲ କଲ ଗାର୍ଲ ଅଛନ୍ତି ସେମାନେ ଧମକାଇ ଏଭଳି ଲୋକଙ୍କ ଠାରୁ ବ୍ଲାକମେଲିଂ କରି ପଇସା ଲୁଟନ୍ତି ନାହିଁ ନହେଲେ ଭବିଷ୍ୟତରେ ନିଜେ ହଇରାଣ ରେ ପଡ଼ିବେ । ରାନୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ତାଙ୍କୁ ଯାହା ଠିକ୍ ଲାଗିଛି ସେ କରି ଆସିଛନ୍ତି । ଭୁଲ୍ କାମ କରି ପଇସା ଉପାର୍ଜନ କରି ନାହାନ୍ତି ।  ଟଙ୍କା ନଥିଲେ ବରଂ ଶାଗ ପଖାଳ ଖାଆନ୍ତୁ କିନ୍ତୁ ଭଲ କାମ କରନ୍ତୁ ଆଉ ସମାଜ ପାଇଁ କିଛି ଗୋଟେ ଭଲ ମେସେଜ ଦିଅନ୍ତୁ, ସତ୍ ରେ ରୁହନ୍ତୁ । ଅନ୍ୟକୁ ଠକି ପଇସା ଉପାର୍ଜନ କରିବା ଭୁଲ୍ ବୋଲି ସେ ନିଜର ମତ ଦେଇଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *