ଏହି ୪ ରାଶିରେ ପ୍ରବେଶ କଲେ ବୃହସ୍ପତି ନଭେମ୍ବର ରେ ହେବେ ମାଲାମାଲ 

 

 

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ମହତ୍ତ୍ଵ ବହୁତ୍ ଅଧିକ । ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶି ମାନଙ୍କ ବିଷୟରେ ସୂଚନା ରହିଛି । ଏହି ୧୨ ଟି ରାଶି ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଥାନ୍ତି । ଆଗାମୀ ସମୟରେ ୧୨ ଟି ରାଶି ମାନଙ୍କ ମଧ୍ୟରୁ ୪ ଟି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି ବୃହସ୍ପତି ଙ୍କ କୃପା । ତେବେ ଆସନ୍ତୁ ଜାଣିବା ୪ ଟି ରାଶି ମାନଙ୍କ ବିଷୟରେ କେମିତି ରହିବ ଏହି ନଭେମ୍ବର ମାସ । 

 

ମିଥୁନ ରାଶି – ଆଗାମୀ ଦିନରେ ଶୁଭ ଖବର ପାଇବେ । ନଭେମ୍ବର ମାସ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଏହି ମାସରେ ଯଦି ଆପଣ ଚାହୁଁଥିବା କାର୍ଯ୍ୟ ସମ୍ପୂର୍ଣ କରିପାରିନାହାନ୍ତି ତେବେ ନିହାତି ଭାବେ ଆଗାମୀ ଦିନରେ ସମ୍ପୂର୍ଣ ହେବ । ଯଦି ଆପଣ ଚାକିରୀ କରିଛନ୍ତି ତେବେ ଆପଣଙ୍କର ଦରମା ବଢିବାର ସମ୍ଭାବନା ରହିଛି ଏହି ମାସ ଠାରୁ । ଅନେକ ମାର୍ଗରୁ ଆର୍ଥିକ ସ୍ତରରେ ଲାଭବାନ ହେବେ । ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖାଦେବ ଯଦି ଘରେ କାହାର ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ ତେବେ ଏହା ମଧ୍ୟରେ ଉନ୍ନତି ଆସିବ । 

 

କର୍କଟ ରାଶି – ଆଗାମୀ ଦିନରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ ଅନେକ କ୍ଷେତ୍ରରେ ଲାଭବାନ ହେବା ସହ ଅନେକ ମାର୍ଗରୁ କାର୍ଯ୍ୟ ପାଇଁ ଅଫର୍ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ଯେଉଁମାନେ ବିବାହ କରିନାହାଁନ୍ତି ପବିତ୍ର ପ୍ରେମର ସନ୍ଧାନ ପାଇବେ । କୌଣସି କାର୍ଯ୍ୟ ଏହି ମାସରେ ପୁରା କରିବେ । ସରକାରୀ ସ୍ତରରୁ ଲାଭ ପାଇ ଆନନ୍ଦିତ ହେବେ । ଅଟକି ଥିବା ଧନ ଆପଣଙ୍କୁ ଶୀଘ୍ର ପ୍ରାପ୍ତ ହେବାର ସୂଚନା ମିଳୁଛି । 

 

ତୁଳା ରାଶି – ଋତୁ ବଦଳିବା କାରଣରୁ ଆପଣଙ୍କର ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନଭେମ୍ବର ମାସରେ ଆପଣଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଦେଖା ଦେବ । ନିଜ ଲୋକଙ୍କ ଠାରୁ ଆଗାମୀ ଭବିଶ୍ଵତ୍ ପାଇଁ କୌଣସି ପ୍ରକାର ରେ ସାହାର୍ଯ୍ୟ ମିଳିପାରେ । ଆଗାମୀ ଦିନରେ ଆପଣ କୌଣସି ଏକ ବିଶେଷ କାର୍ଯ୍ୟ ଆରମ୍ଭ କରି ପାରନ୍ତି ଯାହା ଅନେକ ଦିନ ଧରି  କରିବାକୁ ଚାହିଁଥିଲେ ।  ସମସ୍ତ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଏହି ମାସ ଆପଣଙ୍କ ପାଇଁ ଏକ ଶୁଭ ମାସ ସାବ୍ୟସ୍ତ ହେବ ।

 

କୁମ୍ଭ ରାଶି – ଆପଣଙ୍କର ସମସ୍ତ ପ୍ରକାର ମାନସିକ ଅଶାନ୍ତି ଶୀଘ୍ର ଦୂରେଇ ଯିବ । ଜୀବନରେ ଆଗକୁ ବଢ଼ିବାରେ ଲକ୍ଷ ସ୍ଥିରକରି ବଢ଼ିବେ । ସାଙ୍ଗ ମାନଙ୍କ ସହ କୌଣସି ଦୂର ସ୍ଥାନକୁ ଯିବାକୁ ଯୋଜନା କରିବେ । ପରିବାର ରେ ସୁଖ ଶାନ୍ତିର ବାତାବରଣ ଦେଖା ଦେବ । 

Leave a Reply

Your email address will not be published. Required fields are marked *