ଶେଷରେ ଟୁଙ୍ଗୁରୁ ଭୋଳ କହିଦେଲେ ସବୁ କଥା – ଜାଣନ୍ତୁ Tungur Bhol ଙ୍କ ମୁଁହରୁ…

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ। ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଏହା କହିଛନ୍ତି ଯେ ମୋ ଘର ହେଉଛି ସିକିରି ଗ୍ରାମରେ, ମୋ ବୟସ ହେଉଛି ୨୧ । ଆଉ ମୋ ବାପା ବୋଉ ଆମେ ସମସ୍ତେ ବାର ତେର ବର୍ଷ ହୋଇଯିବ ଭୁବନେଶ୍ବର ରେ ଆସି ରହିଛୁ । ଆଉ ତିନି ବର୍ଷ ହେବ ମୁଁ ଅଟୋ ଚଲାଉଛି । ପ୍ରଥମେ ଅଟୋ ରୁ ହିଁ ଆମର ସବୁ ଆରମ୍ଭ ହେଇଥିଲା । ଅଟୋ ରେ ଭଡ଼ା ନେବା ଭିତରେ ଫୋନ୍ ନମ୍ବର ଦେବା ନେବା ହେଇ ଏମିତି ସବୁ ହେଇଛି।

 

ଆଉ ରାସ୍ତାରେ ଗଲା ବେଳେ ଏବେ ମତେ ମୋ ସାଙ୍ଗ ସାଥି ମତେ କହୁଛନ୍ତି ତୁ ଏମିତି କଣ କଲୁ ଯେ ଏତେ ଭାଇରାଲ ହେଇଗଲୁ । ଏହାପରେ ଟୁଙ୍ଗୁରୁ କହିଛନ୍ତି ଯେ, ଆଜ୍ଞା ଅଟୋ ଭଡ଼ା ରେ ଯାଇ ସେ ମହିଳା ଜଣକ ମତେ ଫସେଇ ଦେଲେ ଆଉ । ଆଉ ସେ ଫସେଇବା ଯୋଗୁଁ ମୁଁ ଭାଇରାଲ ହେଲି । ବର୍ଷା ଙ୍କ ସହ ମୋର ଦୁଇ ବର୍ଷ ହେଲା ସମ୍ପର୍କ ହେଲା । ଆଉ ସେ ଯେତେବେଳେ ଯେଉଁଠି କୁ ଯାଆନ୍ତି ମୁଁ ନେଇକି ଯାଏ ଆଉ ସେ ମତେ ଉଚିତ୍ ଭଡ଼ା ବି ଦିଅନ୍ତି ।

 

ଆମ ଭିତରେ ଗୋଟେ ଭଲ ଭାଉଜ ଦିଅର ସମ୍ପର୍କ ହେଇ ଯାଇଥିଲା । ଆଉ ମତେ ସେ ସେତେବେଳେ ତାଙ୍କ ଘରେ ଆଠ ଦିନ ଯାଏଁ ବନ୍ଦୀ କଲା ଭଳି ରଖିଥିଲେ । ସେହି ଆଠ ଦିନ ଖାଇବାକୁ ପିଇବାକୁ ଦିଅନ୍ତି କିନ୍ତୁ ଗାମୁଛା ପିନ୍ଧେଇ ଗୋଟେ ଘର ଭିତରେ ତାଲା ପକେଇ ରଖନ୍ତି ।ଆଉ ଯେତେବେଳେ ମୁଁ ସୁଯୋଗ ପାଇଲି ,ଲୁଚି କରି ତାଙ୍କ ଘରୁ ଆସିଥିଲି ।

 

ଆଉ ତାପରେ ସେ ମୋ ବିରୁଦ୍ଧ ରେ ଅଭିଯୋଗ ଆଣିଥିଲେ । ଆଉ ତାପରେ ପ୍ରଥମେ ମତେ ହାଜତ ରେ ପୁରେଇଲେ । ଆଉ ତାପରେ ମିଡ଼ିଆ ଆସି ଗୋଟେ ପାଲା କଲେ । ଆଉ ଏହା ସମାଧାନ ହେଲା ଯେ ,ତାର ମୋର କିଛି ସ-ମ୍ପ-ର୍କ ନାହିଁ । ଆଖ ପାଖ ଜାଗାରେ ସେ ମୋ ସହ ଦେଖା କରିବ ନାହିଁ । ଆଉ ମତେ କି ଆମ ଘରକୁ ଫୋନ୍ କରିବ ନାହିଁ । ଏହାପରେ ଟୁଙ୍ଗୁରୁ କହିଛନ୍ତି ଯେ, ଫେମସ ହେବା ପରେ ମତେ ଏବେ ଭଲ ଲାଗୁଛି କିନ୍ତୁ ବାହାରକୁ ବାହାରିଲା ବେଳକୁ ଟିକେ ଲାଜ ଲାଗୁଛି । ଆଉ ଆଗକୁ ଯଦି ଫିଲ୍ମ କରିବାକୁ ସୁଯୋଗ ମିଳିବ ତାହେଲେ ମୁଁ କରିବି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *