ପେଟରେ ଯେତେବେଳେ ଛୁଆ କରିଦେଲା ସେତବେଳେ ଦୀନେଶକୁ ଡର ମାଡୁ ନଥିଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦୀନେଶ ଆଇନକୁ ନ ମାନି ତାଙ୍କୁ ଡେଟ୍ ପରେ ଡେଟ୍ ଦେଇ ହାରାସ୍ କରିବା ଉଦ୍ଦେଶ୍ୟରେ ଜାଣିଶୁଣି କୋର୍ଟରେ ହାଜର ହେଉନାହାନ୍ତି ବୋଲି  ଅଭିଯୋଗ ଆଣିଲେ ଦୀପିକା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବ୍ରହ୍ମପୁରର ବହୁଚର୍ଚ୍ଚିତ ଦୀପିକା-ଦିନେଶ ବିବାଦ ତୁଟିବାର ନାମ ନେଇ ନାହିଁ । ଡେଟ୍ ପରେ ଡେଟ୍ ଦୀନେଶ ଜାଣିଶୁଣି ଗଡ଼େଇ ଚାଲିଛନ୍ତି ବୋଲି ଦୀପିକା ଅଭିଯୋଗ ଆଣିଛନ୍ତି । କାରଣ ଆଜି ବି ଆସିଲେନି ଦିନେଶ । ଦେହ ଖରାପର ଆଳ ଦେଖାଇ ପଠେଇଲେ ଓକିଲ । ପୂର୍ବରୁ ଦୁଇ ଥର ଫେରିଥିଲେ ଦୀପିକା । ଦିନେଶଙ୍କ ଅନୁପସ୍ଥିତିରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଲେ ଦୀପିକା । ଦିନେଶଙ୍କ ବାରମ୍ବାର ଅନୁପସ୍ଥିତ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । 

 

ଦୀର୍ଘ ୪ ଘଣ୍ଟାର ଅପେକ୍ଷା ପରେ ଦିନେଶଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ଦିନେଶଙ୍କ ଦେହ ଭୀଷଣ ଖରାପ କାରଣରୁ ଦୀନେଶ ଆସି ପାରୁନାହାନ୍ତି । କିନ୍ତୁ ଦୀପିକା ପ୍ରଶ୍ନ ଉଠାଇଛନ୍ତି ଯେ, ଦୀନେଶ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି । କମିଶନଙ୍କୁ ଅବମାନନା କରିଛନ୍ତି । ସେ ନିଶ୍ଚୟ ସ୍ତ୍ରୀର ପରିଚୟ ପାଇବେ, ତାଙ୍କ ପୁଅ ବାପାର ପରିଚୟ ପାଇବ ବୋଲି କହିଛନ୍ତି ଦୀପିକା । ତେବେ ସୂଚନାଯୋଗ୍ୟ ଯେ ଦୀପିକାଙ୍କ ଧାରଣାକୁ ପୁରାପୁରି ୯୫ ଦିନ ବିତି ଯାଇଥିଲେ ମଧ୍ୟ ନ୍ୟାୟ ପାଇଁ ଜିଲ୍ଲା ପୋଲିସ ଠାରୁ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଦୀପିକା ।

 

ତେବେ ବନ୍ଧୁଗଣ ଦିନକୁ ଦିନ ନୂଆ ମୋଡ ନେଉଛି ବ୍ରହ୍ମପୁରର ଦୀପିକା ଦିନେଶ ପ୍ରେମ ବିବାଦ ମାମଲା । ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ଦୀପିକା ବାରମ୍ବାର ହାଇକୋର୍ଟର ଦ୍ବାରସ୍ଥ ହୋଇ ଆସୁଛନ୍ତି । କିଛିଦିନ ପୂର୍ବରୁ ଦିନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟରେ ପାର୍ଥନା ମଧ୍ୟ କରିଥିଲେ ଦୀପିକା । ତେବେ ଏଠାରେ କହି ରଖୁଛୁ ଯେ ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇବା ପରେ ଏବେ ଜାମିନରେ ଅଛନ୍ତି ଦିନେଶ । ହାଇକୋର୍ଟ ଦେଇଥିବା ସର୍ତ୍ତ ଦିନେଶ ପାଳନ କରୁନଥିବା ନେଇ କୋର୍ଟଙ୍କ ନିକଟରେ ବାରମ୍ବାର ଅଭିଯୋଗ ଆଣିଛନ୍ତି ଦୀପିକା । 

 

ସେହିପରି ଦିନେଶ ଜାମିନରେ ଥିବା ସମୟରେ ଦୀପିକାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଥିଲା । ମାମଲାର ତୁରନ୍ତ ଶୁଣାଣି ପାଇଁ ଦୀପିକା ଆବେଦନରେ ଉଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଦିନ ଗଡିବାକୁ ଲାଗିଛି ହେଲେ କିଛି ସୁଫଳ ମିଳି ପାରୁନାହିଁ କି ପାରିବାରିକ ସମସ୍ୟାର ସମାଧାନ ବାଟ ବାହାରି ପାରୁନାହିଁ । ତେଣୁ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରି ଆଜି ଉପସ୍ଥିତ ହୋଇଥିଲେ ମଧ୍ୟ ଦୀନେଶଙ୍କ ଦେଖା ନଥିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *