ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ସିନିୟର୍ ମାନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଛାତ୍ରୀ।କହିଲେ ମୋ ନମ୍ୱର କୁ ସିନିୟର୍ ମାନେ ତାଙ୍କ ବୟଫ୍ରେଣ୍ଡ୍ ମାନଙ୍କୁ ଦେଉଛନ୍ତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ରାଗିଂ କଥା କହିଲେ କିଏ ବା ଜାଣି ନ ପାରିବ, ରାଗିଂ ବିଷୟରେ ସବୁକିଛି କଥା ଏବେ କାହାକୁ ଅଛପା ନାହିଁ। କିନ୍ତୁ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନିମାପଡ଼ା ଅଟୋନୋମାସ୍ କଲେଜ ରେ ।ଏହି କଲେଜ ରେ ପଢୁଥିବା ଛାତ୍ରୀ ଜଣକ ଏକ ସଂଗିନ୍ନ ଅଭିଯୋଗ ଆଣିଛନ୍ତି। ସେ ଛାତ୍ରୀ ଜଣକ ନିମାପଡ଼ା ଅଟୋନୋମାସ୍ କଲେଜ ର +୩ ର ଛାତ୍ରୀ ।ସେ ଜୁନିଅର୍ ହୋଇଥିବାରୁ ତାଙ୍କୁ ସିନିୟର୍ ଛାତ୍ରୀ ମାନେ ବହୁତ୍ ପ୍ରକାରର ରାଗିଂ କରୁଥିଲେ। ଆଜି ସେହି ଛାତ୍ରୀ ଜଣକ ଥାନାକୁ ଆସି ଅଭିଯୋଗ କରିଛନ୍ତି।ଛାତ୍ରଛାତ୍ରୀ ମାନେ କଲେଜ ଆସନ୍ତି ପାଠ ପଢ଼ିବା ପାଇଁ କିନ୍ତୁ ଏବେ ଏହି ରାଗିଂର ମାତ୍ର ଏତେ ଅଧିକ ହୋଇଯାଇଛି,ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଭଲ ପିଲା ଠାରୁ ଆରମ୍ଭ କରି କି ଖରାପ ପିଲା ସମସ୍ତେ ଏହିଥିରେ ଲିପ୍ତ ରହୁଛନ୍ତି ଯାହାକି ଆଗାମୀ ପିଢ଼ି ପାଇଁ ଜମାବି ଭଲ ନୁହଁ। ଏହିଭଳି ଏକ ଅଭିଯୋଗ ଆସିଛି ନିମାପଡ଼ା ଅଟୋନୋମସ୍ କଲେଜ ରୁ ।ଜାଣେ ଛାତ୍ରୀ ଭିଯୋଗ କରିଛନ୍ତି ତାଙ୍କର ସିନିୟର୍ ଝିଅ ମାନେ ତାଙ୍କୁ ରାଗିଂ କରୁଛନ୍ତି,ତାଙ୍କ ଫୋନ ନମ୍ୱର୍ କୁ ଅନ୍ୟ ପୁଅ ମାନଙ୍କୁ ଦେଇ ହଇରାଣ କରୁଛନ୍ତି।ଏହିଭଳି ବହୁତ୍ ପ୍ରକାରର ରାଗିଂ କରୁଛନ୍ତି।କାହାକୁ କିଛି କହିଲେ ଏସିଡ ପକେଇଦାବର ଭୟ ଦେଖାଉଛନ୍ତି।ଯାହା ଫଳରେ ଝିଅଟି ୩ ମାସ ହେବା ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛି ।
ସେ ଝିଅକୁ ସେମାନେ ବହୁତ୍ ପ୍ରକାର ଅସୁବିଧାରେ ପକାଇଛନ୍ତି।୩ ମାସ ହେବା ଝିଅଟି ବହୁତ୍ କଷ୍ଟରେ ହଷ୍ଟେଲ ରେ ବିତେଇଛି।ତାର ଜୀବନ ପ୍ରତି ବିପଦ ଥିବା କଥା ଜାଣି ସୁଦ୍ଧା ହଷ୍ଟେଲ କତୃପକ୍ଷ କିଛି ବି ପଦକ୍ଷେପ ନେଇନାହାନ୍ତି।ଏହି ବିଷୟରେ ଝିଅଟି ସମସ୍ତଙ୍କୁ ଜଣେଇଥିଲେ ମଧ୍ୟ ଏ ଯାଇ କେହି କିଛି ବୁଝିନାହାନ୍ତି। କଲେଜ କତୃପକ୍ଷ ଏହି ବିଷୟରେ ଅବଗତ ଅଛନ୍ତି କିନ୍ତୁ କିଛି ଗୁରୁତ୍ଵ ଦେଉ ନାହାନ୍ତି।ଯାହାଫଳରେ ଝିଅଟି ଆଜି ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଛି। ଏବେ ସମସ୍ତଙ୍କ ନଜର ରହିଛି ପୋଲିସ ଏହି ବିଷୟରେ କଣ ପଦକ୍ଷେପ ନେଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।