ଅର୍ଚ୍ଚନା ନାଗ୍‌ ଗିରଫ ଘଟଣା । ସରିଲା ଶୁଣାଣି ଜାଣନ୍ତୁ କଣ ଦେଲା କୋର୍ଟ ରାୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅର୍ଚ୍ଚନା ନାଗ୍‌ ଗିରଫ ଘଟଣା । ଜାମିନ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୁଣି ଦେଖିବାକୁ ମିଳିଛି ଲେଡି ବ୍ଲାକ ମେଲର ଅର୍ଚନା ନାଗ ଗିରଫ ଘଟଣାରେ ଆଉ ଏକ ନୂଆ ମୋଡ଼ । ଅର୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟକୁ ସଂରକ୍ଷିତ ରଖିଛନ୍ତି ଏସ-ଡି-ଜେ-ଏମ୍‌ କୋର୍ଟ । ଅର୍ଚ୍ଚନାଙ୍କ ନାମରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଜାମିନ ଆବଦନର ଚାଲିଥିଲା ଶୁଣାଣି । ତେବେ ବନ୍ଧୁଗଣ ସୂଚନା ଥାଉକି ଭୁବନେଶ୍ଵର ଏସ-ଡି-ଜେ-ଏମ କୋର୍ଟରେ ହୋଇଥିଲା ଅର୍ଚ୍ଚନାଙ୍କ ଜାମିନ ସମ୍ପର୍କିତ ଶୁଣାଣୀ । 

 

ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମାମଲାରେ ଗତ ୨୬ ତାରିଖରେ ଶୁଣାଣି କରିଥିଲେ କୋର୍ଟ । ପୁନଃ ଶୁଣାଣି ପାଇଁ ୫ ତାରିଖ ଅର୍ଥାତ୍ ଆଜିର ଦିନ ଧାର୍ଯ୍ୟ କରା ଯାଇଥିଲା । ପୂର୍ବରୁ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କ ଜାମିନ ଖାରଜ କରିଥିଲେ କୋର୍ଟ । ସେପଟେ ମାମଲାରେ ତଦନ୍ତ ଆରମ୍ଭ କରିଛ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନା ତାଙ୍କ ସ୍ବାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ବର ଅଭିଯୋଗ କରିଥିବା ଯୁବତୀ ଏବଂ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ନୋଟିସ୍ ଜାରି କରିବ ଇଡି । 

 

ସେହିଭଳି ଜେଲରେ ଥିବା ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ଇଡି । ତେବେ ଇଡିର ଏଣ୍ଟ୍ରି ପରେ ଲିଙ୍କ୍‌ରେ ଥିବା ବଡ଼ବଡ଼ିଆଙ୍କ ଭିତରେ ପଶିଛି ଛନକା । ଅର୍ଚ୍ଚନାକୁ ଅର୍ଥ ଦେଣନେଣ ନେଇ ଇଡି ହାତରେ ପ୍ରମାଣ ଲାଗିଲେ ଆଇନ୍‌ର କାଠଗଡ଼ାକୁ ଟଣା ହୋଇପାରନ୍ତି ଏକାଧିକ ପ୍ରତିପତିଶାଳୀ । ବନ୍ଧୁଗଣ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ହନିଟ୍ରାପ ବ୍ଲାକମେଲିଂ ଘଟଣାରେ ସହ କଳା ଟଙ୍କା କାରବାରରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତିର ଖୋଳତାଡ କରି ସତ୍ୟାସତ୍ୟା ପଦାକୁ ଆସିବ । 

 

ଅର୍ଚ୍ଚନାଙ୍କ ସମେତ ୪ ଜଣଙ୍କ ନାମରେ ଇଡି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଉ ବର୍ତମାନ ସମୟରେ ଅର୍ଚ୍ଚନା ଜଗବନ୍ଧୁ ଗିରଫ ହୋଇଥିବା ବେଳେ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ସୁଦ୍ଧା ଫେରାର ରହିବା ସହ ତଦନ୍ତପରିସରଭୁକ୍ତ ହୋଇନାହାନ୍ତି । ନେତା, ଫିଲ୍ମ ନିର୍ଦ୍ଦେଶକ, ଖଣି ଓ ସୁନା ବ୍ୟବାୟୀଙ୍କ ଠାରୁ ଆରମ୍ଭ କରି ବିଲଡର ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ନାଗଫାସରେ ବଳି ପଡିଛନ୍ତି । ତେବେ ଇଡିର ତଦନ୍ତ ରାଜନୈତିକ ଉଦେଶ୍ୟ ଭିତ୍ତିକ ନହେଉ କାରଣ ଇଡିର ତଦନ୍ତ ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *