ଦମନର ରିୟଲ ହିରୋ ଓମକାର୍ ହୋତା ।ତାଙ୍କ କାହାଣୀ ପଢିଲେ ଆପଣ ମଧ୍ୟ କହିବେ ଡାକ୍ତର ହେବ ତ ଏମିତି । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦମନର ରିୟଲ ହିରୋ ଓମକାର୍ ହୋତା ।ତାଙ୍କ କାହାଣୀ ପଢିଲେ ଆପଣ ମଧ୍ୟ କହିବେ ଡାକ୍ତର ହେବ ତ ଏମିତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଗତ ଶୁକ୍ରବାର ଦିନ ବଡ଼ ପରଦାରେ ରିଲଜ ହୋଇଛି । ଏହି ଫିଲ୍ମ ରିଲିଜ ହେଲା ପରେ ଓଡ଼ିଆ ସିନେଶିଳ୍ପ ପୁଣି ଥରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି । ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତା ବାବୁସାନ୍‌ ଅଭିନୟ କରିଛନ୍ତି । ଏଥିରେ ବାବୁସାନ୍‌ ନିଜର ଚିରାଚରିତ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡି ବାସ୍ତବବାଦୀ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଯେଉଁଥିରେ କି ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । 

 

ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି ତାହା ଏଥିରେ ପ୍ରଦର୍ଶିତ ହୋଇଛି । ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଫିଲ୍ମ କୁ ଦେଖିବାକୁ ଏବେ ସବୁ ପ୍ରେକ୍ଷାଳୟରେ ଭିଡ ଜମିଛି । ଦମନ ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯୁବ ଡାକ୍ତର ଓଁକାର ହୋତାଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଚଳଚ୍ଚିତ୍ର ଦମନରେ । 

 

ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ହୋଇଥିଲା । ଏହି ଅପହଞ୍ଚ ଜିଲ୍ଲାରେ ମୌଳିକ ସୁବିଧା ସୁଯୋଗର ଅଭାବ ଥିବା ସହିତ ନକ୍ସଲ ଅଞ୍ଚଳରେ ଯୁବ ଡାକ୍ତର ଜଣକ ବହୁ ସଂଘର୍ଷ କରି ରୋଗୀ ସେବା କରିଛନ୍ତି । ତେବେ ରିଲିଜ୍ ହୋଇଥିବା ଫିଲ୍ମରେ ସେ ନିଜର ସେହି ବିଗତ ଦିନ ମାନକୁ ଦେଖି ଓ ମନେ ପକାଇ ଭାବବିହ୍ବଳ ହୋଇପଡିଥିବା କହିଛନ୍ତି ଦମନର ରିଅଲ ହିରୋ ଡକ୍ଟର ଓଁକାର ହୋତା । ଉକ୍ତ ଅଞ୍ଚଳରୁ ଚାକିରି ଛାଡ଼ିବା ବେଳେ ସୃଷ୍ଟି ହୋଇଥିବା ଭାବବିହ୍ବଳ ମୁହୂର୍ତ୍ତକୁ ମଧ୍ୟ ସେ ଆମ ସହ ସେୟାର କରିଛନ୍ତି । 

 

ଡାକ୍ତର ଉକ୍ତ ଅଞ୍ଚଳ ନ ଛାଡିବାକୁ ସ୍ଥାନୀୟ ଲୋକେ ଗଛ କାଟି ରାସ୍ତାବନ୍ଦ କରିଥିବା ବେଳେ ନକ୍ସଲମାନେ ମଧ୍ୟ ତାଙ୍କୁ ସେଠାରେ ରହି ରୋଗୀ ସେବା କରିବାକୁ ଅନୁରୋଧ କରିଥିଲେ । କେବଳ ଏତିକି ନୁହେଁ ଓମକାର ହୋତା ଆଦିବାସୀ ବହୁଳ ଅଂଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ କାନ୍ଧରେ ବୋହି ବୋହି ୧୨ କିଲୋମିଟର ଚାଲିଚାଲି ମେଡିକାଲକୁ ନେଇଥିଲେ । ତାଙ୍କର ଏସବୁ କାର୍ଯ୍ୟରୁ ମାନବ ସେବା ହିଁ ପ୍ରକୃତ ମାଧବ ସେବା ବୋଲି ସେ ପ୍ରମାଣିତ କରି ଦେଇଛନ୍ତି । ତେବେ ଡ଼ାକ୍ତର ହୋତା ରାଜ୍ୟ ପାଇଁ ଗୌରବ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ସହିତ ବିଭିନ୍ନ ମହଲରୁ କେବଳ ପ୍ରଶଂସା ସାଉଁଟିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *