ରାସନ କାର୍ଡ ଧାରୀ ଙ୍କ ପାଇଁ ଖରାପ ଖବର । ଆଉ ମିଳିବନି ମାଗଣା ରାସନ ରାସନ କର୍ଡ଼ରେ…

 

ବର୍ତ୍ତମାନ ରାସନ କାର୍ଡ ଅଧିକାରୀ ମାନଙ୍କ ପାଇଁ ସାମ୍ନା କୁ ଆସିଛି ଏକ ବଡ ଖବର । ଗତ ବର୍ଷ କରୋନା ସମୟ ଠାରୁ କେନ୍ଦ୍ର ସରକାର ଗରିବ ପରିବାର ମାନଙ୍କୁ ମାଗଣାରେ ରାସନ୍‌ ସାମଗ୍ରୀ ଯୋଗାଇ ଦେବାର ଘୋଷଣା କରିଥିଲେ । ସେହି , ଯୋଜନା କୁ କେନ୍ଦ୍ର ସରକାର ଏହି ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ଏବଂ ସେହି ଯୋଜନା ରେ କେନ୍ଦ୍ର ସରକାର ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ  କରିଛନ୍ତି ।

 

କିନ୍ତୁ ବର୍ତ୍ତମାନ ସୁତ୍ର ରୁ ଯାହା ଜଣା ପଡ଼ୁଛି ଯେ ନଭେମ୍ୱର ମାସ ପରେ ହୁଏତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଆଉ ମିଳି ନ ପାରେ ରାସନ୍‌ ସାମଗ୍ରୀ । ନଭେମ୍ୱର ମାସ ପରେ ରାସନ୍‌ ସାମଗ୍ରୀ ମିଳିବା କଥା କୁ ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ହୋଇନାହିଁ ବୋଲି କହିଛନ୍ତି ଖାଦ୍ୟ ସଚିବ ।

 

ଗତ ଶୁକ୍ରବାର ଦିନ ଖାଦ୍ୟ ସଚିବ ଏହା କହିଛନ୍ତି ଯେ , ବର୍ତ୍ତମାନ ଦେଶ ର ଅର୍ଥନୀତି ଧିରେଧିରେ ସୁଧାର ଆଡକୁ ଗତି କରୁଛି ଏବଂ ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ଆଗକୁ ବଢ଼ାଇବା ପାଇଁ କୌଣସି ଯୋଜନା କରୁନଥିବା ର ଜଣା ଯାଉଛି ।

 

ସେ ଶେଷ ରେ ଏହା କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଖାଇବା ତେଲର ମୁ-ଦ୍ରା-ସ୍ଫୀ-ତି ଉପରେ ଏକ ବଡ଼ ପ୍ରସଙ୍ଗ ହୋଇଛି ଏବଂ ସରକାରଙ୍କ ଉଦ୍ୟମ ଯୋଗୁଁ ସେଥିରେ ସାମାନ୍ୟ ହ୍ରାସ ଘଟିଛି, ତଥାପି ଏହାର ମୂଲ୍ୟ ଲିଟର ପିଛା ୨୦୦ରୁ ଅଧିକ ରହିଛି। ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ତେଲର ଦାମ୍‌ ହ୍ରାସ ପାଉଛି ଏବଂ ଦେଶ ର ବିଭିନ୍ନ ସ୍ଥାନରେ ୭ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ଦେଖାଯାଇଛି। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

 

 

Leave a Reply

Your email address will not be published. Required fields are marked *