ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ବନ୍ଧୁଗଣ ଜଣାଇ ରଖୁଛୁ ଯେ , ଓଡ଼ିଆ ସିନେମା ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଦମନ ଫିଲ୍ମ ନିକଟରେ ରିଲିଜ୍ ହୋଇଛି । ତେବେ ଏହି ସିନେମା ରିଲିଜ୍ ହେବା ପରେ ଫିଲ୍ମ ଡାଇରେକ୍ଟର ରାଗି ଯାଇ ମିଡ଼ିଆ ସାମ୍ନା ରେ କହିଛନ୍ତି କିଛି ଏଭଳି କଥା। ତେବେ ଫିଲ୍ମ ଡାଇରେକ୍ଟର ରାଗି ଯାଇ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।
ଦମନ ସିନେମା ଡାଇରେକ୍ଟର ବର୍ତ୍ତମାନ ଏହା କହିଛନ୍ତି ଯେ , ମତେ ପ୍ରକୃତ ରେ ବିଶ୍ୱାସ ହେଉନି ଯେ ଓଡ଼ିଆ ସିନେମା ପ୍ରତି ଦର୍ଶକ ମାନଙ୍କ ମନରେ ଏତେ ଭଲ ପାଇବା ଥିଲା ।ଏହାପରେ କହିଛନ୍ତି କି , ଦର୍ଶକ ମାନଙ୍କ ଏତେ ଭଲ ପାଇବା ଦେଖି କାନ୍ଦ ଆସି ଯାଉଛି । ଆଉ ମୁଁ ଆଜି ରିଗାଲିଆ ଯାଇଥିଲି ଦେଖିବା ପାଇଁ ,ଆଉ ଯେହେତୁ ଏହି ସିନେମା ଇଣ୍ଟରଭାଲ୍ ପର୍ଯ୍ୟନ୍ତ ଲିକ୍ ହେଇ ଯାଇଛି ସେଥିପାଇଁ ଦର୍ଶକ ମାନେ ଚାହୁଁଛନ୍ତି ପୁରା ଫିଲ୍ମକୁ ଦେଖିବା ପାଇଁ ।
କିନ୍ତୁ ଆସିବା ପରେ ହେଉଛି କଣ କି , ସେମାନେ ଯେଉଁ ଆଗରୁ ଅଧା ଦେଖିଦେଲେ ସେଥିପାଇଁ ଯେଉଁ ମଜା ଟା ସେମାନେ ହଲ୍ ରେ ନେବା କଥା ସେ ମଜା ଟିକେ କମି ଯାଉଛି ।କାରଣ ସେମାନେ ଆଗରୁ ହିଁ ଜାଣି ଦେଇଛନ୍ତି ଯେ କେଉଁ ଜାଗାରେ କଣ ହେବ । ଏଥିପାଇଁ ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି କି , ଆପଣ ଆଗରୁ ଦେଖନ୍ତୁନି । ସିଧା ଆସି ହଲ୍ ରେ ଏହି ଫିଲ୍ମ ର ମଜା ନିଅନ୍ତୁ । ଆଉ ଯେଉଁ ଅସୁବିଧାଟା ହେଇଛି , ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏମିତି କାମ କରନ୍ତୁନି।
ଆଉ ଏହାକୁ ନେଇ ଆମେ ସାଇବର ଥାନା ରେ ମଧ୍ୟ ଅଭିଯୋଗ କରିଛୁ ଆଉ ଯେଉଁ ମାନେ ବି ଅପଲୋଡ଼ କରିଛନ୍ତି ସେମାନଙ୍କ ଉପରେ କଡା ପ୍ରଦଖେପ ନିଆଯିବ । ସେଥିପାଇଁ ମୁଁ କହିବାକୁ ଚାହିଁବି ଯେ ସେମାନେ ଜଲ୍ଦୀ ସେହି ଭିଡ଼ିଓ କୁ ଡିଲେଟ କରନ୍ତୁ ।ଜଣେ ଫ୍ୟାନ ହିସାବରେ ଏମିତି କରି ବାବୁଶାନ୍ ଙ୍କ ପୁରା କ୍ଷତି କରିଦେଲ । ମାନେ ବାବୁଶାନ୍ କୁ ମୁଁ ଭଲ ପାଉଛି ହେଲେ ଏପଟେ ବାବୁଶାନ୍ କୁ ମାରି ଦେଉଛି। ତାହେଲେ ବାବୁଶାନ୍ ଙ୍କ କି ଫ୍ୟାନ ତମେ ।
ଆଉ ଯଦି ତମେ ତାଙ୍କ ଫ୍ୟାନ ତାହେଲେ ଦର୍ଶକ ମାନଙ୍କୁ ଅନୁରୋଧ କର ହଲ୍ ରେ ଆସି ସିନେମା ଦେଖିବେ । ଆଉ ଏ କିଭଳି ଫ୍ୟାନ ଯେ ଫିଲ୍ମ ର ଅଧା ଭିଡ଼ିଓ ଆଗୁଆ ୟୁ ଟ୍ୟୁବ୍ ରେ ଛାଡ଼ିଦେଲ । ସେଥିପାଇଁ ଆପଣ ମାନଙ୍କୁ ଅନୁରୋଧ କରୁଛି ଏପରି କିଛି କରନ୍ତୁନି । ଆଉ ଆପଣ ଯେତେ ଶୀଘ୍ର ପାରୁଛନ୍ତି ତାକୁ ଡିଲେଟ କରି ଦିଅନ୍ତୁ ।ଆଉ ଯେଉଁ ମାନେ ବି ସେହି ଭିଡ଼ିଓ କୁ ଅପଲୋଡ଼ କରିଛନ୍ତି ସେମାନଙ୍କ ଉପରେ ପ୍ରଦଖେପ ନିଆଯିବ ।ଶେଷରେ ସେ କହିଛନ୍ତି କି ,ଦର୍ଶକ ମାନଙ୍କ ମନରେ ଏତେ ଭଲ ପାଇବା ଦେଖି କାନ୍ଦ ଆସି ଯାଉଛି । ତେବେ ଦମନ ଫିଲ୍ମ ଡାଇରେକ୍ଟର ମିଡ଼ିଆ ସାମ୍ନାରେ ଏହି ସବୁ କଥା କହିଛନ୍ତି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।