ଗ୍ରହଣ ସମୟରେ କେଉଁ କାର୍ଯ୍ୟ କରିବା ମନା?ଆସନ୍ତୁ ଜାଣିବା କଣ କହିଲେ ଜ୍ୟୋତିର୍ବିଦ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗ୍ରହଣ ସମୟରେ କେଉଁ କାର୍ଯ୍ୟ କରିବା ମନା?ଆସନ୍ତୁ ଜାଣିବା କଣ କହିଲେ ଜ୍ୟୋତିର୍ବିଦ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆସନ୍ତାକାଲି ହେଉଛି ଏକ ପବିତ୍ର ଦିନ ଯାହାକୁ ଲୋକ ମାନେ ବହୁତ ନିଷ୍ଠା ର ସହିତ ଏକ ମାସ ଧରି ମାନି ଆସିଥାନ୍ତି ଏବଂ ଏହି ଦିନରେ ବଇତ ଭସାଇ ତାଙ୍କର ବ୍ରତ କୁ ପୂର୍ଣ୍ଣ କରିଥାନ୍ତି।କିନ୍ତୁ ଏହି ଦିନ ଘଟିବକୁ ଯାଉଛି ଆଉ ଏକ ଗ୍ରହଣ ଯାହା କି ଏଇ ବର୍ଷ ର ଶେଷ ଗ୍ରହଣ ବୋଲି ଜ୍ୟୋତିର୍ବିଦ ମାନେ ପ୍ରକାଶ କରିଛନ୍ତି।ଆସନ୍ତୁ ଜାଣିବା ଗ୍ରହଣ ସମୟର ଦେବନୀତି ସମ୍ବନ୍ଧରେ ଯାହାଦ୍ଵାରା ଅଶୁଭ ସମୟ ପୂର୍ବରୁ ଦେବନୀତି ସମ୍ପନ୍ନ ସହ ବଇତ  ମଧ୍ୟ ଭସାଇପାରିବେ।ଏବଂ ଏହି ଦିନଟି କେଉଁ ମାନଙ୍କ ପାଇଁ ଶୁଭ ଓ ଅଶୁଭ ତଃ ମଧ୍ୟ ଜାଣିବା।ଏହି ଦିନରେ ରହିଛି ଏହି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯାହା ଦ୍ଵାରା ଲୋକଙ୍କୁ ରାତିରୁ ତାଙ୍କର ସମସ୍ତ କାର୍ଯ୍ୟ ସାରିବାକୁ ପଡ଼ିବ କାରଣ ଏହି ଗ୍ରହଣ ପାଇଁ ସକାଳ ୫:୩୯ ପୂର୍ବରୁ ଦେବନୀତି ସମ୍ପନ୍ନ କରିବା ସହ ବ୍ରତଧାରି ମାନେ ନିଜର ବ୍ରତ ସମ୍ପର୍ନ୍ନ ମୁତାବକ ବଇତ ମଧ୍ୟ ଭସାଇବେ।କାରଣ ଗ୍ରହଣ ସମୟ ଅପରାହ୍ନ ୨:୩୯ ରୁ ଆରମ୍ଭ ହୋଇ ସର୍ବମୋକ୍ଷ ସନ୍ଧ୍ୟା ୬:୧୮ ହେବା। 

 

ଜ୍ୟୋତିର୍ବିଦ ମାନଙ୍କ କହିବା ଅନୁଯାୟୀ ଗ୍ରହଣ ର ତିନି ପ୍ରହରୀ ମାନେ ୯ଘଣ୍ଟା ପୂର୍ବରୁ ଦେବନୀତି ନିଷେଧ ସହ ପାକ ତ୍ୟାଗ ମଧ୍ୟ ରହିଛି।ଏହି ସମୟରେ କୌଣସି ପୁଣ୍ୟ କର୍ମ ଯଥା ପୂଜା ନୀତି ଅନୁଷ୍ଠିତ ହୋଇପାରିବ ନାହିଁ। ଏହାକୁ ମଧ୍ୟ ଚନ୍ଦ୍ର ଉଦୟ ଗ୍ରହଣ ବୋଲି କୁହାଯାଉଛି କାରଣ ଏହା ଚନ୍ଦ୍ର ର ଉଦୟ ର ବହୁତ୍ ସମୟ ପୂର୍ବ ରୁ ଆରମ୍ଭ ହୋଇ ଠିକ୍ ଚନ୍ଦ୍ର ଉଦୟ ସମୟରେ ସମ୍ପୂର୍ଣ୍ଣ ଗ୍ରହଣ ଲଗାଯାଇଥିବା।ସେଥିପାଇଁ ଏହି ଗ୍ରହଣ କୁ ଚନ୍ଦ୍ର ଉଦୟ ଗ୍ରହଣ ବୋଲି କୁହାଯାଉଛି।ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କେଉଁ ଜିନିଷ କୁ ସିଲେଇ  କରିବେ ନାହିଁ।ଏହି ଗ୍ରହଣ ଏତେ ପ୍ରଭାବ ପକାଇବ ନାହିଁ କିନ୍ତୁ ସମସ୍ତେ ଏହାକୁ ମାନିବାକୁ ପଡ଼ିବ।ଏହି ଗ୍ରହଣ ଭାରତ ସମେତ ଆଉ କିଛି ଦେଶରେ ମଧ୍ୟ ପରିଲକ୍ଷିତ ହେବ କିନ୍ତୁ ସମୟ ଅଲଗା ରହିବ।

 

ଏହି ଗ୍ରହଣ ସମୟରେ ଚନ୍ଦ୍ର ଶୁଦ୍ଧି କୁ ନେଇ ମକର ରାଶି,ବିଛା ରାଶି ଏବଂ କର୍କଟ ରାଶି ର ଲୋକଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ଓ ସବୁ ହେବ।ବୃଷ, ଧନୁ ,ତୁଳା ,କୁଂମ୍ଭ ରାଶିର ଲୋକଙ୍କ ପାଇଁ ରହିଛି ଆଂଶିକ ଭଲ ସମୟ ଏବଂ ମେଷ ମକର ଓ କନ୍ୟା ରାଶି ର ଲୋକଙ୍କ ପାଇଁ ଏହି ଗ୍ରହଣ ଅଶୁଭ ଫଳ ଦେଇଥାଏ।ଏହି ଗ୍ରହଣ ଟି ମେଷ ରିଶି ରେ ହେଉଥିବାରୁ ଏହି ରାଶି ପାଇଁ ଏହା ବହୁତ ଅଶୁଭ ହୋଇପାରେ।ଯେଉଁ ରାଶି ପାଇଁ ଏହା ଅଶୁଭ ହୋଇପାରେ ସେହି ରାଶିର ବ୍ୟକ୍ତି ମାନେ ପ୍ରତିକାର ପାଇଁ ମଙ୍ଗଳ ନକର କିଛି ମନ୍ତ୍ର ପାଠ କରନ୍ତୁ ,ଯଦି ଆପଣ କିଛି ମନ୍ତ୍ର ଜାଣିନାହାନ୍ତି ତାହେଲେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଆପଣଙ୍କର  ଦିନଟି ଭଲ ରହିବ।ଏହି ସମୟରେ ମଧ୍ୟ ଯିଏ ଯାହାର ଇଷ୍ଟ ଦେବା ଦେବୀ ମାନଙ୍କର ମଧ୍ୟ ମନ୍ତ୍ର ଜପ କରିପାରିବେ।

 

ଏହି ଗ୍ରହଣ ସମୟରେ ଯେବେ ଚନ୍ଦ୍ର ସର୍ବୋମୋକ୍ଷ ହେବେ ସେତେବେଳେ ଚନ୍ଦ୍ରଙ୍କ ଦେଖିବା ପରେ ସ୍ନାନାଦି କର୍ମ କରିବା କଥା ଏବଂ ସୂର୍ଯ୍ୟ ପୂଜା କରିବା ସହ ବୃନ୍ଦାବତୀଙ୍କ ମୂଳରେ ପାଣି ଦେବା କଥା କିନ୍ତୁ ସନ୍ଧ୍ୟା ହେତୁ ସେହି ଦିନ ଦେବନୀତି ଏବଂ ପୂଜା ବନ୍ଦ ରହିବ ସହ ଠାକୁର ଙ୍କ ଦୁଆର ମଧ୍ୟ ବନ୍ଦ ରହିବ।ଏହି ସମୟରେ କୌଣସି ପଦାର୍ଥ ଯଥା ଖାଦ୍ୟଦ୍ରବ୍ୟ ଆଦି ନିଷେଧ ଏବଂ ଗ୍ରହଣ ପରେ ଘରକୁ ଗଙ୍ଗା ପାଣି ସିଞ୍ଚନ କରି ଗୃହ ପ୍ରବେଶ କରନ୍ତୁ ଏବଂ ଗ୍ରହଣ ସମୟରେ ସର୍ବଦା ନିଜର ଗୃହର ଝରକା ଏବଂ କବାଟ କୁ ମଧ୍ୟ ବନ୍ଦ କରି ରଖନ୍ତୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *