ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଦର୍ଶକ ବନ୍ଧୁ ସୁର ରାଉତରାୟ ଆଜି ମିଡ଼ିଆ ସାମ୍ନାରେ କହିଛନ୍ତି ଅନେକ କିଛି କଥା। ପୁଅ ଜନ୍ମଦିନ ରେ ସୁର ରାଉତରାୟ କାହିଁକି କହିଲେ ଆଜି ସବୁ ରମ୍ପା ହେବ ,ଆସନ୍ତୁ ଜାଣିବା ।ସୁର ରାଉତରାୟ କହିଛନ୍ତି ଯେ ,ଇଲିସି ,କଙ୍କଡା ଠୁ ଆରମ୍ଭ କରି ଗେଣ୍ଡା ପର୍ଯ୍ୟନ୍ତ ପୃଥିବୀ ରେ ଯେତେ ପ୍ରକାରର ଆମିଷ ଅଛି ଆଜି ସବୁ ରମ୍ପା ହେବ । ଆଉ ଏଇଟା ପରା ହେଉଛି ଆମ ପରମ୍ପରା ।
ଏଇ ହେଉଛି ଜଗନ୍ନାଥ ଙ୍କ ପରମ୍ପରା ଆଉ ଲିଙ୍ଗରାଜ ଙ୍କ ପରମ୍ପରା । ଆମେ ମାସେ କାଳ ନିଷ୍ଠା ରେ ବିନା ଆମିଷ ଖାଇ ଠାକୁର ପୂଜା କରି ପିତୃ ପୁରୁଷ ଙ୍କୁ ପୂଜା କରି ଭାରତ ର ବଣିକ ଯାଇକି ବାହାରେ ବେପାର କରିବେ । ଆଉ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି କାମନା କରି ବୁଡ଼ ପକେଇ ଆମେ ମାଛ, ମାଂସ, କୁକୁଡା, ଅଣ୍ଡା ଏମିତିକି ଯେତେ ପ୍ରକାରର ଆମିଷ ପୃଥିବୀ ରେ ଅଛି ଆଜି ପୁରା ରଂପା ହେବ ।
ମାସେ କାଳ ଆମିଷ ଖିଆ ହେଇ ନଥାଏ ସେଥିପାଇଁ କେରାଣ୍ଡି ଠୁ ଆରମ୍ଭ କରି ଭାକୁର, ରୋହି, ଇଲିସି ,କଙ୍କଡ଼ା ,ଗେଣ୍ଡା ପର୍ଯ୍ୟନ୍ତ ସବୁ ରମ୍ପା ହେବେ । ଯେହେତୁ ମାସେ ପର୍ଯ୍ୟନ୍ତ ଆମିଷ ଖିଆ ହେଇ ନଥାଏ ସେଥିପାଇଁ ଆମେ ସମସ୍ତେ ବ୍ୟାକୁଳ ହେଇକି ଥାଉ ଆମିଷ ଟିକେ ଖାଇବା ପାଇଁ। ଆଉ ମୋର ତ ସକାଳୁ ବେଲେ ପଖାଳ କୁ ୭ ଖଣ୍ଡ ଭାକୁର ମାଛ ଦୁଇଟା କଂଚା ଲଙ୍କା ପେଟ ଭିତରେ ପୁରେଇ ଦେଇକି ଆସିଛି ।
ଇଲିସି, ରୋହି ରେ ଟିକେ ଅଧିକ କଣ୍ଟା ସେଥିପାଇଁ ମୁଁ ଭାକୁର ଖାଏ । ଆଉ ଖରାବେଳ ପାଇଁ ଜଟଣୀ ରେ ମଟନ ,ମାଛ ଭଜା ଆଉ ବଢିଆ ମଲ୍ଲିଫୁଲିଆ କ୍ଷୀରି ହେଉଛି । ଜଟଣୀ କଂଗ୍ରେସ ଅଫିସ ରେ ଆଜି ଖିଆପିଆ ହେଉଛି । ଏହାପରେ କହିଛନ୍ତି ,ମୋ ସାନ ପୁଅ ମନ୍ମଥ ରାଉତରାୟ ଙ୍କ ଆଜି ଜନ୍ମଦିନ,ଆଉ ସେଇଠି ଗୋଟେ ବିରାଟ ଖିଆପିଆ ହେଉଛି । ଶେଷରେ ସୁର ବାବୁ କହିଛନ୍ତି ସମସ୍ତେ ଯିବେ ଖାଇକି ଆସିବେ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।