ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାସ୍ତୁ ଶାସ୍ତ୍ର ଅନୁସାରେ କେମିତି ତିଆରି କରିବେ ଗୃହ ନିର୍ମାଣ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆମ ହିନ୍ଦୁ ପରିବାରରେ ବାସ୍ତୁ ଶାସ୍ତ୍ରର ମାନ୍ୟତା ବେଶ ସ୍ୱତନ୍ତ୍ର । ଘର ତିଆରି ସମୟରେ ବାସ୍ତୁ ଶାସ୍ତ୍ରକୁ ଲକ୍ଷ କରି ସତର୍କତା ଅବଲମ୍ବନ କରି ଗୃହ ବନା ଯାଇଥାଏ ଯାହା ଫଳରେ ମା ଲକ୍ଷ୍ମୀଙ୍କ କୃପା ପଡ଼ିବ । କାରଣ ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ତେଣୁ ପ୍ରତେକ ବ୍ୟକ୍ତି ଧନ ଅର୍ଜନ କରିବା ପାଇଁ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । କିନ୍ତୁ କିଛି ଲୋକ ମାନେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ତାଙ୍କ ଜୀବନରେ ଧନର ଅଭାବ ଦେଖା ଯାଇଥାଏ । ଯାହା କାରଣରୁ ସେମାନେ ଦରିଦ୍ରତାର ଶିକାର ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଧନ ଅର୍ଜନ କରିବା ପାଇଁ କିଛି ସରଳ ଓ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ।
୧. ଦୋକାନରେ ମା ଲକ୍ଷ୍ମୀଙ୍କ ଯେଉଁ ଫୋଟୋ ବା ମୂର୍ତ୍ତି ରଖିବେ, ତେବେ ସେଥିରେ ମା ଲକ୍ଷ୍ମୀ ଠିଆ ହୋଇଥିବା ବେଳେ ଘରେ ଠାକୁର ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କର ବସିଥିବା ଅବସ୍ଥାର ଫୋଟ କିମ୍ବା ମୂର୍ତ୍ତି ରଖି ପୂଜା କରିବା ଉଚିତ୍ ଫଳରେ ମଙ୍ଗଳ ହୋଇଥାଏ ।
୨. ତେବେ ଆଜିକାଲି ଅଧିକାଂଶ ରୋଷେଇ ଘରେ ଲୋକେ ଡଷ୍ଟବିନ ରଖିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ରୋଷେଇ ଘର ଠାକୁର ଘର ଠାରୁ ମଧ୍ୟ ଅଧିକ ମାନ୍ୟ । ତେଣୁ ସେଠି ଡଷ୍ଟବିନ ନରଖିବା ସହ ରୋଷେଇ ଘରେ ଭୁଲରେ ବି ଠାକୁରଙ୍କ ଫୋଟୋ ଲଗାଇବା ଉଚିତ ନୁହେଁ ।
୩. କିଛି ମହିଳା ମାନେ ସାଧାରଣତଃ ଛାତ ଉପରେ ଗହମ, ଚାଉଳ ବା ଲୁଗାପଟା ଧୋଇଥାନ୍ତି । ଏହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ଯଦି ଆପଣ ମାନେ ଏହି ଭୁଲ କରୁଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ । କାରଣ ଛାତ ଉପରେ କେତୁଙ୍କର ଦ୍ରୁଷ୍ଟି ରହିଥାଏ ।
୪. ଆଜିକାଲି ଲୋକ ମାନେ ନିଜ ଘରକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଘରେ ମାର୍ବଲ କିମ୍ବା ଟାଇଲ ପକାଉଛନ୍ତି । କିନ୍ତୁ ମନେ ରଖନ୍ତୁ କେବେ ବି ଶୋଇବା ଘରେ ଧଳା ରଙ୍ଗର ମାର୍ବଲ କିମ୍ବା ଟାଇଲ୍ ଲଗାଇବା ଉଚିତ ନୁହେଁ । କାରଣ ମନ୍ଦିର ଓ ଠାକୁରଙ୍କ ପୂଜା ଘରର ସ୍ଥାନରେ କେବଳ ଧଳା ରଙ୍ଗର ମାର୍ବଲ ବା ଟାଇଲ ଲଗାଇବା ଉଚିତ । ନହେଲେ ଉକ୍ତ ଘରର ନାରୀ ମାନଙ୍କର ମାନସିକ ଅଶାନ୍ତି ଦେଖା ଦେଇଥାଏ ।
୫. ଶେଷରେ ପାଣି ଟାଙ୍କି ଘରର ଉତ୍ତର ଦିଗରେ ରଖିବା ଉଚିତ । କେବେ ବି ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ । ଯଦି ସମ୍ଭବ ହୁଏ ତେବେ ଉତ୍ତର- ପୂର୍ବ କୋଣରେ ରଖି ପାରିବେ । ଯଦି ପାଣି ତାଙ୍କୁ ଏହି ଦିଗରେ ରଖିବେ ତେବେ ଯେତେ ଧନ ଅର୍ଜନ କରିଲେ ମଧ୍ୟ ଅଣ୍ଟିବ ନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।