ଜିମରେ ୱାର୍କଆଉଟ୍ କରୁଥିବା ବେଳେ ହଠାତ୍ ହୃଦଘାତରେ ଚାଲିଗଲେ ଅଭିନେତା ସିଦ୍ଧାନ୍ତ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜିମରେ ୱାର୍କଆଉଟ୍ କରୁଥିବା ବେଳେ ହଠାତ୍ ହୃଦଘାତରେ ଚାଲିଗଲେ ଟେଲି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ଟିଭିର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ୪୬ ବର୍ଷ ବୟସରେ ପରଲୋକ ଘଟିଛି । ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । କୁହାଯାଉଛି କି, ସେ ଶୁକ୍ରବାର ସକାଳେ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

 

ଡାକ୍ତରୀ ଟିମ୍‌ ସିଦ୍ଧାନ୍ତଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ଅସଫଳ ରହିଥିଲେ । ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ନିଧନରେ ପତ୍ନୀ ଅଲିସିୟା ରାଉତ ଓ ଦୁଇ ପିଲା ବହୁତ ଭାଙ୍ଗି ପଡ଼ିଛନ୍ତି । ଟିଭି ଆକ୍ଟର ଜୟ ଭାନୁଶାଲୀ କନ୍‌ଫର୍ମ କରି ଫ୍ୟାନ୍‌ମାନଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ । ସିଦ୍ଧାନ୍ତ ଟିଭି ସିରିଏଲ୍‌ ‘କୁସୁମ୍‌’, ‘ବାରିସ୍‌’, ‘ସୂର୍ଯ୍ୟପୁତ୍ର କରଣ’ ପାଇଁ ବେଶ୍‌ ଲୋକପ୍ରିୟ ଥିଲେ । ତେବେ ଏଠାରେ କହି ରଖୁଛୁ, ଫିଟ୍‌ନେସକୁ ନେଇ ସେ ବହୁତ ସତର୍କ ରହୁଥିଲେ । 

 

ତେବେ ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନଙ୍କ ପରେ ଏହା ତୃତୀୟ ଘଟଣା, ଯେଉଁଠି ଜିମ୍‌ରେ ଓ୍ଵାର୍କଆଉଟ ବେଳେ କୌଣସି ଅଭିନେତାଙ୍କ ହାର୍ଟ ଆଟାକ୍ ରେ ମୃତ୍ୟୁ ଘଟିଛି । ଜୟ ଭାନୁଶାଲୀ ସିଦ୍ଧାନ୍ତଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଭାଇ, ତୁମେ ବହୁତ ଜଲ୍‌ଦି ଚାଲିଗଲ’ । ସେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଜୟ କହିଥିଲେ କି, ତାଙ୍କୁ ଜଣେ କମନ୍‌ ସାଙ୍ଗଙ୍କଠାରୁ ଏହି ଖବର ମିଳିଥିଲା । ଏହାରି ମଧ୍ୟରେ ଆଉ ଗୋଟିଏ କଥା ସାମ୍ନାକୁ ଆସୁଛି ଯେ କୁଆଡେ ସିଦ୍ଧାନ୍ତ କୌଣସି କଥାକୁ ନେଇ ବେଶ୍‌ ଚିନ୍ତିତ ରହୁଥିଲେ । 

 

ତାଙ୍କୁ ସବୁବେଳେ ଡିପ୍ରେସନରେ ଦେଖିବାକୁ ମିଳୁଥିଲା । କେଉଁ କଥାକୁ ନେଇ ସେ ଟେନସନରେ ରହୁଥିଲେ, ତାହା ତାଙ୍କର ସାଙ୍ଗମାନେ ମଧ୍ୟ ଜାଣିନାହାନ୍ତି । ଅଭିନୟ ଏବଂ ଫିଟନେସ ପ୍ରତି ରୁଚି ରଖୁଥିବା ସିଦ୍ଧାନ୍ତ କିଭଳି ଏମିତି ହାର୍ଟଆଟାକରେ ଚାଲିଗଲେ, ତାହା ଏଯାଏଁ କେହି ବିଶ୍ୱାସ କରୁନାହାନ୍ତି । ତେବେ ସେ ଜଣେ ବହୁତ ଭଲ କଳାକାର ଥିଲେ ଆଉ ତାଙ୍କର ଅବଦାନ ସିନେମା ଇଣ୍ଡରଷ୍ଟ୍ରି ପାଇଁ ଅପୂରଣୀୟ ଅଟେ । ତାଙ୍କର ଅଭିନୟ ଲୋକଙ୍କ ମନରେ ଏକ ଛାୟା ଛାଡ଼ି ଦେଇ ଯାଇଛି । ଲୋକମାନେ କେବେ ହେଲେ ତାଙ୍କୁ ଭୁଲି ପାରିବେ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *