ହ୍ୱାଟ୍ସଆପ୍ ହେଉଛି ସବୁଠାରୁ ଲୋକପ୍ରିୟ ମେସେଜ ଆପ୍ । ଏହି ଆପ୍ ରେ ଏବେ ଦୁଇ ବିଲିଅନ ବ୍ୟବହାରକାରୀ ଅଛନ୍ତି । ଏହି ଆପ୍ ରେ ଗ୍ରୁପ କଲିଙ୍ଗ , କମ୍ୟୁନିଟ୍ ଫିଚର୍, ଷ୍ଟାଟସ୍ ଲଗେଇବା ଭଳି ବହୁତ୍ କିଛି ସୁବିଧା ରହିଛି । ହ୍ୱାଟ୍ସଆପ୍ ଷ୍ଟାଟସ୍ ଫିଚର୍ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ର ବରାବର୍ । ଆପଣଙ୍କୁ ଟେ-କ୍ସ-ଟ୍, ଫଟୋ, ଭିଡିଓ, ଜିଆଏଫ୍ ଅପଡେଟ କରିବାର ଅନୁମତି ଦେଇଥାଏ ।
ଯାହା ଚବିଶ ଘଣ୍ଟା ପରେ ଗାଏବ୍ ହୋଇଯାଏ ।ତେବେ ଯଦି କେହି ହ୍ୱାଟ୍ସଆପ୍ ଷ୍ଟାଟସ୍ ପୋଷ୍ଟ କରେ ତା ନାମ ଦେଖାଇ ଥାଏ , ଯିଏ ସବୁ ଆପଣଙ୍କ ଷ୍ଟାଟସ୍ କୁ ଦେଖିଥିବେ। ଯେମିତିକି ଏହି ସୁବିଧା ସେତେବେଳେ ଦେଖାଏ କି ଯିଏ ଆପଣଙ୍କ ଷ୍ଟାଟସ୍ ସବୁବେଳେ ଦେଖି ଥାଏ। ଆମେ ବି କାହା ଷ୍ଟାଟସ୍ ଦେଖିବା ସମୟରେ ଆମେ ଚାହିଁଥାଏ କି ସେ ଯେମିତି ନ ଜାଣି ପାରନ୍ତୁ ଯେ ଆମେ ତାଙ୍କ ଷ୍ଟାଟସ୍ ଦେଖିଛୁ ବୋଲି ।
ଆପଣଙ୍କ ଏହି ଗୋପନୀୟତା ବଜାୟ ରଖିବା ପାଇଁ ହ୍ୱାଟ୍ସଆପ୍ ଆଣିଛି ସବୁଠାରୁ ଭଲ ସୁବିଧା। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା , କିପରି ଆମେ ଅନ୍ୟ ବ୍ୟକ୍ତିଙ୍କୁ ନ ଜଣାଇ ତାଙ୍କ ଷ୍ଟାଟସ୍ ଦେଖି ପରିବା ।ହ୍ୱାଟ୍ସଆପ୍ ର ରିଡ୍ ରିସିପ୍ଟ କୁ ବନ୍ଦ କରନ୍ତୁ। ତେବେ ଏହାକୁ ବନ୍ଦ କରିବା ଦ୍ୱାରା ଆପଣ ତାଙ୍କର ଷ୍ଟାଟସ୍ ଦେଖିଛନ୍ତି ବୋଲି ସେ ଜାଣି ପାରିବେ ନାହିଁ। ତେବେ ଏହି ରିଡ୍ ଆଉ ରିସିପ୍ଟ କୁ କିପରି ବନ୍ଦ କରିବେ , ଆସନ୍ତୁ ଜାଣିବା ।
ତେବେ ପ୍ରଥମେ ଆପଣ ନିଜ ସ୍ମାର୍ଟ ଫୋନ୍ ରେ ହ୍ୱାଟ୍ସଆପ୍ ଖୋଲନ୍ତୁ । ଏହାପରେ ଉପର ଡାହାଣ କୋଣ ରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। ଏହାପରେ ସେଟିଂ ଚୟନ କରନ୍ତୁ ।ଏହା ପରେ ଏକାଉଣ୍ଟସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପ୍ରାଭେସୀ କୁ ଚୟନ କରନ୍ତୁ। ଏବେ ରିଡ ରିସିପ୍ଟ କୁ ବନ୍ଦ କରି ଦିଅନ୍ତୁ। ହ୍ୱାଟ୍ସଆପ୍ ଷ୍ଟାଟସ୍ ଅଫ୍ ଲାଇନ ଦେଖନ୍ତୁ । ହ୍ୱାଟ୍ସଆପ୍ ଖୋଲନ୍ତୁ ଏବଂ ଆପ୍ କୁ ଷ୍ଟୋରେଜ ଅପଲୋଡ଼ ହେବାକୁ କିଛି ମିନିଟ ଅପେକ୍ଷା କରନ୍ତୁ । ଏହା ପରେ ନିଜ ଫୋନରେ ୱାଇଫାଇ ବା ମୋବାଇଲ ଡାଟା ବନ୍ଦ କରି ଦିଅନ୍ତୁ । ଏହା ପରେ ସେହି ଷ୍ଟୋରୀ କୁ ଖୋଲନ୍ତୁ ; ଯାହାକୁ ଆପଣ ଦେଖିବାକୁ ଚାହୁଁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।