ଝିଅ ପାଇଁ କାଳ ହେଲା ମାଆର ଭଲପାଇବା । ନିଜର ପ୍ରେମିକ ସହ ଝିଅକୁ ଜୋରଜବରଦସ୍ତି ବିବାହ କରାଇଛି ଜଣେ ମା’ । ଜାଣନ୍ତୁ ସମ୍ପୂର୍ଣ ଘଟଣା ସମ୍ପର୍କରେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଝିଅ ପାଇଁ କାଳ ହେଲା ମାଆର ଭଲପାଇବା । ନିଜର ପ୍ରେମିକ ସହ ଝିଅକୁ ଜୋରଜବରଦସ୍ତି ବିବାହ କରାଇଛି ଜଣେ ପିଶାଚୀ ମା’ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ । ଲୋକମାନେ ଏମିତି ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଦୁନିଆରେ ଏଭଳି ଘଟଣା ବହୁତ ପରିମାଣରେ ଘଟି ସମାଜକୁ କଳୁଷିତ କରୁଛନ୍ତି । ତେବେ ଆଜିର ବିଷୟଟି ଆମେ ଆରମ୍ଭ କରିବୁ ମା’ ଶବ୍ଦରୁ । 

 

ମମତାମୟୀ ସ୍ନେହମୟୀ ମା । ତାର ହୃଦୟ ସେଇଥି ପାଇଁ କୁହାଯାଏ ଦୁନିଆଁର ସବୁଠାରୁ ସୁନ୍ଦର ହେଉଛି ମା । ମା ତାକୁ କୁହାଯାଏ ଯିଏ ସବୁ ଦୁଖଃ କଷ୍ଟ ସହି ୯ ମାସ ନିଜ ଗର୍ଭରେ ଧାରଣ କରି ଆମକୁ ଦୁନିଆଁ ଦେଖାଇଥାଏ ଏବଂ ସାରା ଜୀବନ ତା ହୃଦୟରେ ସାଇତି ରଖିଥାଏ । ତାର ପିଲା ଉପରେ କେବେବି କିଛି ସମସ୍ୟା ନଆସୁ ସେଥିପାଇଁ ସବୁବେଳେ ତାକୁ ପଣତ କାନିରେ ଘୋଡେଇ ରଖିଥାଏ । କିନ୍ତୁ ଯଦି ସେହି ମା ନିଜର ଜନ୍ମ କଲା ଝିଅ ପାଇଁ ଅଭିଶାପ ପାଲଟିଯିବ ତେବେ ତାଠାରୁ ନିନ୍ଦନୀୟ କଥା ଆଉ କିଛିନାହିଁ । 

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ମା ଝିଅର ସମ୍ପର୍କକୁ ନେଇ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ପୁନେ ସହରରେ । ଯେଉଁଠାରେ ଜଣେ ମା’ ନିଜ ଝିଅକୁ ନିଜର ପ୍ରେମିକ ସହ ଜୋର୍‌ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ପରେ ଶେଷରେ ଜନ୍ମ ଦେଇଥିବା ନିଜର ୧୫ ବର୍ଷର ନାବାଳିକା ଝିଅକୁ ନିଜ ପ୍ରେମିକ ସହ ବାହା କରାଇ ଦେଉଛି । ତେବେ ବନ୍ଧୁଗଣ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ମିଳିଥିବା ଖବର ଅନୁସାରେ ଜଣେ ୩୬ ବର୍ଷୀୟା ବିବାହିତା ମହିଳାଙ୍କର ନିଜର ସମ୍ପର୍କୀୟ ଭିତରେ କେହି ୨୮ ବର୍ଷର ଯୁବକ ସହ ଅନୈତିକ ସମ୍ପର୍କ ଥିଲା । 

 

ପରେ ହଠାତ୍ ମା’ ଜଣକ ନିଜର ସେହି ପ୍ରେମିକ ସହ ନିଜର ୧୫ ବର୍ଷର ଝିଅର ବାହାଘର ଠିକ୍ କରିଦେଲେ । ଆଉ ଝିଅ ବାରଣ କରିବାରୁ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଥିଲେ ମହିଳା । ଏହାପରେ ନଭେମ୍ବର ୬ରେ ଝିଅକୁ ନେଇ ଅହମ୍ମଦ ନଗରର ଏକ ମନ୍ଦିରରେ ପ୍ରେମିକ ସହ ବିବାହ କରାଇଥିଲେ ମା । ଏକଥା ଯୁବତୀ ଜଣକ ନିଜ ସହପାଠିନୀଙ୍କୁ ଜଣାଇଥିଲେ । ଆଉ ପରେ ଜଣେ ସମାଜସେବୀ ଜାଣି ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ଦାୟର କରିଥିଲେ । ନାବାଳିକାକୁ ଦୁଷ୍କର୍ମ ଓ ବାଲ୍ୟ ବିବାହ ଆଧାରରେ ଦୁଇ ଅଭିଯୁକ୍ତ ଝିଅର ମା ଆଉ ତାର ପ୍ରେମିକକୁ ଗିରଫ କରିଛି ପୋଲିସ୍ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *