ହନିଟ୍ରାପ କ୍ୱିନ୍ ଅର୍ଚ୍ଚନା ନାଗ ର କେସ୍ ରେ ଇଡି ଅର୍ଚ୍ଚନା ର ବାପା ସୁରେନ୍ଦ୍ର ନାଗଙ୍କୁ ଜେରା କରିଛି।ଆସନ୍ତୁ ଜାଣିବା କ’ଣ ରହିଛି ଘଟଣା

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହନିଟ୍ରାପ କ୍ୱିନ୍ ଅର୍ଚ୍ଚନା ନାଗ ର କେସ୍ ରେ ଇଡି ଅର୍ଚ୍ଚନା ର ବାପା ସୁରେନ୍ଦ୍ର ନାଗଙ୍କୁ ଜେରା କରିଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସତରେ ମଣିଷ ଜୀବନ ରେ କିଛି ନିର୍ଦ୍ଧିଷ୍ଟ ନାହିଁ।ଜୀବନ ରେ କେବେ କେମିତି କ’ଣ ହେବ ତାହା କେହି ଜାଣିନାହାନ୍ତି।ଆଜି ଖୁସି ଅଛି ତ କାଲି ଦୁଃଖ ନିଶ୍ଚୟ ଆସିବ।ଆଉ ଯଦି ଜଣେ ଖରାପ କାମ କରୁଛି ତ ସେ ତା’ର କର୍ମ ର ଫଳ ନିଶ୍ଚିତ ପାଇବ।ତେବେ ଏମିତି କିଛି ଅତ୍ୟନ୍ତ ଖରାପ କାମ କରି ଏବେ ଫସିଯାଇଛନ୍ତି କଳଙ୍କିନୀ ଅର୍ଚ୍ଚନା ନାଗ ଓ ତା’ର ଅଲଜ୍ୟା ସ୍ବାମୀ ଜଗବନ୍ଧୁ ଚାନ୍ଦ।ରାଜଧାନୀ ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ ଲୋକ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ ଏହି ଦୁଇଜଣ।

 

ସେମାନେ ଭାବିଥିଲେ ଯେ ସେମାନେ କେବେ ଧରା ପଡ଼ିବେ ନାହିଁ ବୋଲି ଓ ଏମିତି କଳା କାରନାମା ଚାଲୁ ରଖିବେ।କିନ୍ତୁ ସେମାନଙ୍କ ଭାବନା ଭୁଲ୍ ଥିଲା।ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନା କୁ ଗିରଫ କରି ଝାରପଡ଼ା ଜେଲ୍ ରେ ରଖିଥିଲା ପୋଲିସ୍।ଗିରଫ ପରେ ଧିରେ ଧିରେ ତାର କଳା ସାମ୍ରାଜ୍ୟ ର ଗୁମର ଖୋଲିଥିଲା। ଅର୍ଚ୍ଚନା ଜାମିନ୍ ପାଇଁ ଆବେଦନ କରିଥିଲା,କିନ୍ତୁ ତାର ଆବେଦନ ଖାରଜ ହୋଇଯାଇଛି। ତେବେ ଏହି କେସ୍ ର ତଦନ୍ତ ଆରମ୍ଭ କରିଛି ଇଡି।ତେବେ ଏହି ତଦନ୍ତ ରେ ଅର୍ଚ୍ଚନା ର ବାପା ସୁରେନ୍ଦ୍ର ନାଗ ଙ୍କୁ ମଧ୍ୟ ଜେରା କରିଛି ଇଡି।କଳାହାଣ୍ଡି ର କେସିଙ୍ଗା ରୁ ସକାଳ ପ୍ରାୟ ୮ଟା ରେ ଅର୍ଚ୍ଚନା ର ବାପା ଆସିଥିଲେ ରାଜଧାନୀ କୁ।

 

ତା’ପରେ ଇଡି ତାଙ୍କୁ ପଚରା ଉଚରା ଆରମ୍ଭ କରିଥିଲା।କେସିଙ୍ଗା ରେ ଥିବା ୩ମହଲା କୋଠା ଅର୍ଚ୍ଚନା କିପରି ଏବଂ କାହା ବଳ ରେ ସରକାରୀ ଜମି ରେ ତିଆରି କରିଲା?ପାଞ୍ଚ ବର୍ଷ ମଧ୍ୟ ରେ ଝିଅ କିପରି କୋଟି କୋଟି ଟଙ୍କା ର ମାଲିକାଣୀ ହେଲା?ତା’ର କାହା କାହା ସହ ଲିଙ୍କ ରହିଛି?ବିବାହ ପୂର୍ବରୁ ଅର୍ଚ୍ଚନା ର ଜଗବନ୍ଧୁ ସହ  କିପରି ଭେଟ ହେଲା?ଏହିପରି ମାଳ ମାଳ ପ୍ରଶ୍ନ ପଚାରିଛି ଇଡି।ଏପଟେ ଏହି ଲିଙ୍କ୍ ରେ ସାମିଲ ଥିବା ଖଗେଶ୍ୱର ପାତ୍ର କୁ ୩ଦିନ ଧରି ଜେରା କରୁଛି ଇଡି।ଜେରା କରିବା ପରେ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ହାତେଇଛି ଇଡି।ଜେରା କରିବା ପରେ ଜଗବନ୍ଧୁ ର ଏକ ଟ୍ରାନ୍ସପୋର୍ଟ ବିଜନେସ ର ଲିଙ୍କ୍ ଥିବା ଜଣା ପଡିଛି ଯାହାର ସୂତ୍ରଧର ହେଉଛି ନିଜେ ଖଗେଶ୍ୱର।

 

ତେବେ ଜେରା ପରେ ଖଗେଶ୍ୱର କୁ ଧରି ଇଡି ବିଭିନ୍ନ ଜାଗା କୁ ଯାଇଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ପାଞ୍ଚ ଜଣିଆ ଟିମ୍ ଯାଞ୍ଚ କରୁଛି।ଖଗେଶ୍ୱର ର ୨ଟି ମୋବାଇଲ୍ କୁ ଫରେନ୍ସିକ ଏକ୍ସପୋର୍ଟ ଙ୍କ ଜରିଆ ରେ ଯାଞ୍ଚ କରାଯାଉଛି।କାରଣ ଖଗେଶ୍ୱର ର ୫ଟି ଆକାଉଣ୍ଟ ରୁ ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରାୟ ୫୦ ଲକ୍ଷ ଟଙ୍କା ଟ୍ରାନଜାକ୍ସନ୍ ହୋଇଛି।ବାକି ବଳକା ଟ୍ରାନଜାକ୍ସନ୍ କିଏ କରିଛି ତାହା ଜଣା ପଡିନାହିଁ।ତାହା ସହ ମୋବାଇଲ୍ ରୁ ବହୁତ ଫଟୋ ଓ ଭିଡିଓ ସହ ମେସେଜ ମଧ୍ୟ ଡିଲିଟ ହୋଇଯାଇଛି।ତେବେ ଡାଟା ରିକୋଭରୀ କରିବା ପାଇଁ ଇଡି ସାଇବର୍ ଏକ୍ସପୋର୍ଟ ଙ୍କ ଜରିଆ ରେ ଉଦ୍ୟମ ଚଳାଇଛି।ଏବେ ଦେଖିବା ପାଇଁ ବାକି ରହିଲା ଯେ ଘଟଣା ଟି କେଉଁ ମୋଡ଼ ନେଉଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *