ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହିନ୍ଦୀ ରେ ରିଲିଜ୍ ହେବାକୁ ଯାଉଛି ବାବୁଶାନ୍ ଙ୍କ ଅଭିନୀତ ସିନେମା ଦମନ ଏବଂ ତାର ଗୀତ ମଧ୍ୟ ହିନ୍ଦୀ ରେ ଡବ୍ ହେବାକୁ ଯାଉଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପାଠକ ବନ୍ଧୁ ଗଣ ଆପଣ ମାନେ ତ ଫିଲ୍ମ ଦୁନିଆ ବିଷୟ ରେ ଥିବା ଗରମା ଗରମ ଖବର ସମ୍ପର୍କ ରେ ସବୁଦିନ ନ୍ୟୁଜ୍ କିମ୍ବା ଖବର କାଗଜ ମାଧ୍ୟମରେ ଜାଣିପାରୁଥିବେ। ତେବେ ଏବେ ଯେଉଁ ଫିଲ୍ମ ଅଭିନୟ ଜଗତ ରେ ହାଲ୍ଲା ମଚାଇଛି ସେହି ଫିଲ୍ମ ସମ୍ପର୍କ ରେ ଆପଣ ମାନେ ଅବଗତ ଥିବେ ନିହାତି।ଏବଂ ସେହି ଫିଲ୍ମ ଟି ହେଉଛି ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଦ୍ଵାରା ଅଭିନୀତ ଦମନ ଫିଲ୍ମ। ଅଭିନେତା ବାବୁଶାନ୍ ଙ୍କ ଅଭିନୀତ ଦମନ ମୁଭି ଏବେ ଓଡ଼ିଶା ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ହିଟ୍ ହେବାରେ ଲାଗିଛି।ରିଲିଜ୍ ର ୧୩ ଦିନ ପରେ ମଧ୍ୟ ସିନେମା ହଲ ରେ ଏହି ଚଳଚ୍ଚିତ୍ର ର ଦବଦବା ରହିଛି,ଏହା ପୁଣି ଓଡ଼ିଶା ରେ ନୁହେଁ ଓଡ଼ିଶା ବାହାରେ।
ଆଜି ମଧ୍ୟ କେତେକ ସ୍ଥାନ ରେ ହାଉସ ଫୁଲ୍ ରହୁଛି ହଲରେ। ଜଣାପଡିଛି ଏହି ସିନେମା ର ହିନ୍ଦୀ ଡବ୍ ମଧ୍ୟ ରିଲିଜ୍ ହେବା ଯେଉଁଥିରେ ବାବୁଶାନ୍ ନିଜ କଣ୍ଠ ଦାନ କରିବେ। ଏହା ପରେ ଏଇ ସିନେମା ଟି ପୁଣି ଥରେ ୪୦୦ ରୁ ୪୫୦ ସିନେମା ହଲ ରେ ରିଲିଜ୍ କରାଯିବ ତାହା ପୁଣି ଓଡ଼ିଶା ବାହାରେ।ଏହି ସିନେମା ଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।ଶୁଣିବାକୁ ମିଲୁଛି ସିନେମା ର ହିନ୍ଦୀ ଭାଷାରେ ଗୀତ ବଲିଉଡ ସିଙ୍ଗର ଅର୍ମାନ୍ ମଲ୍ଲିକ ଗାଇବେ,କିନ୍ତୁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।ଆଗରୁ ଓଡ଼ିଆ ସିନେମା ର ନିର୍ଦ୍ଦେଶକ,ପ୍ରଯୋଜକ ଓ ସିନେମା ହଲ୍ ମାଲିକ ମଧ୍ୟ ଓଡ଼ିଆ ଦର୍ଶକ ଙ୍କୁ ଦୋଷ ଦେଉଥିଲେ ଯେ ଓଡ଼ିଆ ସିନେମା କେହି ଦେଖିବାକୁ ପସନ୍ଦ କରୁନାହାନ୍ତି।
କିନ୍ତୁ ଦେଖିବାକୁ ଗଲେ ଏକ ଭଲ କାହାଣୀ ର ଅଭାବ ଥିଲା। ଦେଖନ୍ତୁ ବାବୁଶାନ୍ ଙ୍କ ଆଗରୁ ଯେତେ ବି ସିନେମା ରହିଛି ତାହା ସବୁ ଅଲଗା ସିନେମା ରୁ କପି କରାଯାଇଛି। କିନ୍ତୁ ତାଙ୍କର ଏହି ସିନେମା ସମସ୍ତଙ୍କୁ ପସନ୍ଦ ଆସିଛି ଖାଲି ଓଡ଼ିଶା ରେ ନୁହେଁ ଓଡ଼ିଶା ବାହାରୁ ମଧ୍ୟ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୩ ଦିନ ମଧ୍ୟ ରେ ଓଡ଼ିଆ ଭାଷା ରେ ରିଲିଜ୍ ହୋଇଥିବା ଏହି ସିନେମା ଓଡ଼ିଶା ବାହାରୁ ୧.୪ ରୁ୧.୬ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିଛି। ହିନ୍ଦୀ ଭାଷା ରିଲିଜ୍ ହେଲା ପରେ ୪୫୦ ରୁ ଅଧିକ ସିନେମା ହଲ୍ ରେ ରିଲିଜ୍ ହେଲେ ଏହାର ବକ୍ସ ଅଫିସ ର କଲେକ୍ସନ ବଢିଯିବ।ତେବେ ଏହି ସିନେମା ଟି ପେନ୍ ଇଣ୍ଡିଆ ରେ ରେଲେଇ ହେବାକୁ ଯାଉଛି।
ଆପଣ ଯଦି ଏହି ସିନେମା ଟି ଦେଖିଛନ୍ତି ତେବେ ଆପଣ ନିହାତି ଭାବରେ IMDb ରେ ଭୋଟ କରନ୍ତୁ।କାରଣ ଏହି ସିନେମା ଟି ଏବେ ଇଣ୍ଡିଆ ର ଟପ୍ ଲିଷ୍ଟ୍ ରେ ଆସୁଛି।ଆପଣ ମଧ୍ୟ ଭୋଟ କରି ଓଡ଼ିଆ ସିନେମା କୁ ସପୋର୍ଟ କରନ୍ତୁ।ଏହା ଦେଖିବାକୁ ମିଳୁଛି ଯେ ବଡ଼ ରେଡ଼ିଓ FM ଚାନେଲ RED FM ମଧ୍ୟ ଏହି ସିନେମା କୁ ସପୋର୍ଟ କରୁଛି।ତେବେ KRK ଏହିଁ ସିନେମାକୁ ରିଭ୍ୟୁ କରିଥିବା ଆପଣଙ୍କୁ ୟୁଟ୍ୟୁବରେ ଦେଖିବାକୁ ମିଳିଯିବ।କିନ୍ତୁ ଏହା ଫକେ ଅଟେ।ସେ ଅଫିସିଆଲି ଏହାର ରିଭ୍ୟୁ ଦେଇନାହାନ୍ତି ।ଏହାକୁ ଏଡିଟ କରି ଅପଲୋଡ କରାଯାଇଛି ।ଦେଖିବାକୁ ମିଳୁଛି ଯେ ଓଡ଼ିଶା ବଡ଼ ବଡ଼ ନ୍ୟୁଜ୍ ଚାନେଲ ଏହାକୁ ଦେଖାଉଛନ୍ତି କିନ୍ତୁ ଏହା ଭୁଲ ଅଟେ।ତେବେ ଓଡ଼ିଆ ସିନେମା କୁ ଏମିତି ଆଗକୁ ବାଢ଼ିବା ପାଇଁ ସପୋର୍ଟ କରନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।