ନର୍ସ ମାନଙ୍କ ପ୍ରତି ଅ-ଶ୍ଳୀ-ଳ ମନ୍ତବ୍ୟ ଦେଇ ଏବେ ବିବାଦ ରେ ଫସିଯାଇଛନ୍ତି ଜଣେ କମେଡିଆନ ଜ୍ଞାନ ବାରିକ୍।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନର୍ସ ମାନଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇ ଏବେ ବିବାଦ ରେ ଫସିଯାଇଛନ୍ତି ଜଣେ କମେଡିଆନ ଜ୍ଞାନ ବାରିକ୍।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏ ଦୁନିଆ ରେ ବଞ୍ଚିବା ପାଇଁ ହେଲେ ଲୋକ ମାନେ ବିଭିନ୍ନ ପ୍ରକାର କାମ କରି ବଞ୍ଚୁଛନ୍ତି।ସବୁ କାମ ଭଲ।କୌଣସି କାମ ଖରାପ ନୁହେଁ। ଏହି ସବୁ କାମ ଗୁଡିକ ମଧ୍ୟରୁ ନର୍ସିଂ ହେଉଛି ମଧ୍ୟ ଏକ କାମ।ଏହି ନର୍ସିଂ କାମ କରୁଥିବା ଲୋକ ମାନେ ସତରେ ମହାନ୍।କାରଣ ସେ ମାନେ ଲୋକ ମାନଙ୍କ ସେବା ରେ ନିଜ ଜୀବନ ଉତ୍ସର୍ଗ କରିଦେଇଥାନ୍ତି ଏବଂ ଯେଉଁ ଅବସ୍ଥା ରେ ରୋଗୀ ଥାଉ ନା କାହିଁକି ସେମାନେ ବିନା ଘୃଣା ଭାବରେ ରୋଗୀ ମାନଙ୍କର ସେବା କରିଥାନ୍ତି।ତେବେ ନର୍ସିଂ ରେ କାମ କରୁଥିବା ମହିଳା ନର୍ସ ମାନଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇ ଏବେ ବିବାଦ ରେ ଫସିଯାଇଛନ୍ତି ଗୋଟେ ୱେବ୍ ଚାନେଲ ର କମେଡିଆନ ଜ୍ଞାନ ବାରିକ୍।

 

ସେ କହିଛନ୍ତି ଯେ ମହିଳା ନର୍ସ ମାନେ ନିଜର ପ୍ରୋମୋସନ ପାଇଁ ଡକ୍ଟର ମାନଙ୍କ ସହ ଯାଇ ରାତି ରେ ଶୋଉଛନ୍ତି ବା ସେମାନଙ୍କ ସହ ଶାରୀରିକ ସମ୍ବନ୍ଧ ରଖୁଛନ୍ତି।ତେବେ ଏହି ମନ୍ତବ୍ୟ ଶୁଣିଲା ପରେ କଟକ ବଡ଼ ମେଡ଼ିକାଲ ରେ କାର୍ଯ୍ୟରତ ମହିଳା ନର୍ସ ମାନେ ଏହାର ବିରୋଧ କରିଛନ୍ତି।ସେମାନେ ଏ ନେଇ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ସେମାନେ କହିଛନ୍ତି ଯେ ସେ ଜ୍ଞାନ ବାରିକ୍ ନାମକ ବ୍ୟକ୍ତି ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥି ପାଇଁ ସେମାନଙ୍କର ଇଜ୍ଜତ ଉପରେ ଆଞ୍ଚ ଆସିଛି।ଏହି କଥା ଯୋଗୁଁ ପରିବାର ରେ କଳହ ମଧ୍ୟ ଲାଗୁଛି।କାରଣ ସେମାନେ ନାଇଟ ଡ୍ୟୁଟି ମଧ୍ୟ କରୁଛନ୍ତି ସେଥି ପାଇଁ ତାଙ୍କ ପରିବାର ଲୋକ କହୁଛନ୍ତି ଯେ ଯଦି କଥା ଟି ସତ ନୁହେଁ ତେବେ କଣ ପାଇଁ ଜଣେ ଏମିତି ଗୋଟେ ଚାନେଲ ରେ ଏମିତି କହୁଛି ବୋଲି।

        

ତେବେ ଏ ନେଇ ସେହି ଲୋକ ଜ୍ଞାନ ବାରିକ୍ ଙ୍କ ସହ କଥା ହେବାରୁ ସେ କହିଲେ ଯେ ସେ ଏମିତି କାହାକୁ ଇଙ୍ଗିତ କରି କହିନାହାନ୍ତି।ସେ ମଧ୍ୟ ନାରୀ ମାନଙ୍କୁ ଇଜ୍ଜତ କରନ୍ତି।ସେ କହୁଥିଲେ କୁ ଯେ ଏବେ ଯେଉଁ ସବୁ ଅପରାଧ ହେଉଛି ସେଥି ପାଇଁ ନାରୀ ମାନଙ୍କୁ ସଚେତନ ରହିବା ଦରକାର।ସରକାର ନାରୀ ମାନଙ୍କ ପ୍ରତି ଏତେ ସୁବିଧା କରିବା ପରେ ବି କାହିଁକି ନାରୀ ଆଜି ଦୁର୍ବଳ ଭିତରେ ଗଣଯାଉଛି ସେଥି ପାଇଁ ସେ ସଚେତନ କରିବା ପାଇଁ ଚାହୁଥଲେ।ସେ କହିଲେ କୁ ତାଙ୍କୁ ଜଣେ କହିଲା ଯେ କଳାକାର ମାନେ ଆଗକୁ ବଢ଼ିବା ପାଇଁ ଏମିତି ଖରାପ କାମ କରନ୍ତି, ସେଥି ପାଇଁ ସେ କହିଲେ ଯେ ସବୁକ୍ଷେତ୍ର ରେ କିଛି ନା କିଛି ଖରାପ କାମ ହେଉଛି ବୋଲି।

 

ସେ ଏହା ମଧ୍ୟ କହିଲେ କି ସେ ଭୁଲ୍ ରେ ଯଦି କାହାକୁ ବାଧିଲା ଭଳି କିଛି କହିଦେଇଛନ୍ତି ତେବେ ସେ ଭୁଲ୍ ମାଗୁଛନ୍ତି।ତାଙ୍କର କାହାକୁ ଇଙ୍ଗିତ କରି କହିବା କିଛି ଉଦ୍ଦେଶ୍ୟ ନଥିଲା।ତେବେ କଟକ ବଡ଼ ମେଡ଼ିକାଲ ର ନର୍ସ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ଯେଉଁ ଚାନେଲ୍ ନର୍ସିଂ ଭଳି ମହତ୍ ବୃତ୍ତି କୁ ବଦନାମ୍ କରୁଛି ତାକୁ ବ୍ୟାନ୍ କରାଯାଉ ବୋଲି।ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନେ ସର୍ବସାଧାରଣ ଆଗକୁ ଆସି ଭୁଲ୍ ମାଗନ୍ତୁ। ଏ ନେଇ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନା କରାଯାଏ ତେବେ ସେମାନେ ଅଦାଲତ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ମହିଳା ନର୍ସ ମାନେ।ତେବେ ଦେଖିବା ପାଇଁ ବାକି ରହିଲା ଘଟଣା ଟି କେଉଁ ଆଡ଼କୁ ଯାଉଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *