ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ଦର୍ଶକ ବନ୍ଧୁ ଅର୍ଚ୍ଚନା ନାଗ ମାମଲା ରେ ଖଗେଶ୍ୱର କୁ ଯେତେଦିନ ଯାଏଁ ଇଡି ରିମାଣ୍ଡ ରେ ରଖି ପଚରା ଉଚୁରା କରୁଛି ସେତେ ନୂଆ ନୂଆ କଥା ଏବେ ପଦାକୁ ଆସିବାରେ ଲାଗିଛି । ରିମାଣ୍ଡ ର ଆଠ ଦିନ ରେ ଇଡି ଏମିତି ଏକ ତଥ୍ୟ ପାଇଛି ଯାହା ପ୍ରଶାସନିକ ମହଲା ରେ ହଇଚଇ ସୃଷ୍ଟି କରିଛି । ପ୍ରଶାସନିକ ବାବୁ ମାନଂକ ଆଖିରୁ ନିଦ ହଜି ଯାଇଛି ।
କାରଣ ଏହି ପ୍ରଶାସନିକ ବାବୁ ମାନଙ୍କ ଭିତରୁ କେଉଁ ବାବୁ ଜଣେ କୁଆଡେ ଅର୍ଚ୍ଚନା ଙ୍କୁ ସୁନା ଉପହାର ଦେଇଥିଲେ । ଆଉ ପେଟେ ଖାଇ ଘରକୁ ଯାଇଥିଲେ । ହଁ ଦର୍ଶକ ବନ୍ଧୁ ଅର୍ଚ୍ଚନା ଙ୍କ ସହିତ ରାଜ୍ୟରେ ଜଣେ ଯୁବ ଆଇ-ଏସ୍ ଅଫିସର ଙ୍କ ସହ ଘନିଷ୍ଠ ସଂ-ପ-ର୍କ ଥିଲା । ତେବେ ସେହି ଆଇ ଏସ୍ ବାବୁ ଙ୍କ ର ଏମିତି ସଂପର୍କ ଥିଲା ଯେ ସେ ପ୍ରତିଦିନ ଅର୍ଚ୍ଚନା ଙ୍କ ଘରକୁ ଯିବା ଆସିବା କରନ୍ତି । ଏମିତିକି ଅର୍ଚ୍ଚନା ଙ୍କ ପୁଅ ଜନ୍ମଦିନ ରେ ସେ ଦାମିକିଆ ସୁନା ଦେଇଥିଲେ ।
ଆଉ ଏହି ଉପହାର ଦେଇ ଅର୍ଚ୍ଚନା ଙ୍କ ରାଜମହଲ ପରି ଘରେ ପଡ଼ିଥିବା ରାଜକୀୟ ଡାଇନିଂ ସେଟ୍ ଉପରେ ବସି ପେଟ ପୁରା ଖାଇଥିଲେ ଏହି ଯୁବ ଆଇ ଏସ୍ ଅଫିସର ।ଆଉ ଖାଇ ସାରିବା ପରେ ସୁନା ଦେଇ ଫେରି ଆସିଥିଲେ ,କାରଣ ତାଙ୍କର ମନ ପରା ଭରି ଯାଇଥିଲା ।କାରଣ ଖାଦ୍ୟରେ ତାଙ୍କର ଆତ୍ମ ତୃପ୍ତି ହୋଇ ଯାଇଥିଲା । ତେବେ ଖଗେଶ୍ୱର ଠାରୁ ଏହି ସୁନା କଥା ଶୁଣିବା ପରେ ସେହି ସୁନା କେଉଁ ଦୋକାନ ରୁ କିଣା ଯାଇଥିଲା ତାହାର ଅନୁସନ୍ଧାନ ଆରମ୍ଭ କରି ଦେଇଛି ଇଡି ।
ତେଣୁ ଉକ୍ତ ଅଫିସର ଏବେ ଇଡି ସ୍କାନର ରେ ଅଛନ୍ତି । ଆଉ ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ଇଡି ନୋଟିସ୍ କରିପାରେ ବୋଲି ଖବର ମିଳିଛି । ଆଉ ଇଡି ତାଲିକା କୁ ଅଫିସର ଙ୍କ ନାମ ଆସିବା ପରେ ଏବେ ପ୍ରଶାସନିକ ମହଲ ରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।ତେବେ କିଏ ସେହି ଆଇ-ଏସ୍ ଅଫିସର ଆଉ କିଏ ସେହି ଯୁବ ଅଫିସର ଯିଏ ଅର୍ଚ୍ଚନା ଙ୍କୁ ସୁନା ଦେଇ ପେଟ ପୁରା ଖାଇ ଆସିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।