ତମର ଏତେ କୁଣ୍ଡେଇ ହେଉଛି ଯେ ତମେ ପ୍ରେମ କରୁଛ – ଜାଣନ୍ତୁ କଣ କହିଲେ ଜ୍ଞାନ ବାରିକ ।

 

 

ଜ୍ଞାନ ବାରିକ ବର୍ତ୍ତମାନ ମିଡ଼ିଆ ସାମ୍ନାରେ ଏହା କହିଛନ୍ତି ଯେ ,କୌଣସି ଝିଅ ତମେ କେତେବେଳେ କାହା ଆଗରେ ନିଜକୁ ଛୋଟ କରି ଦିଅନି। ତମେ ନିଜକୁ ଏମିତି ବନାଅ ଯିଏ କୌଣସି ପୁରୁଷ ଆଗରେ ହାରିବନି । ତମେ ପ୍ରଥମେ ବିବାହ କରି ସାର ତାପରେ ତମେ କାହା ସହ ଶାରୀରିକ ସ-ମ୍ପ-ର୍କ ରଖ ପିଲା ଛୁଆ କର ମନା ନାହିଁ କିନ୍ତୁ ଆଜିକା ଯେଉଁ ପରିସ୍ଥିତି ଚାଲିଛି ଏ ସବୁ ମୂଳରେ ନାରୀ । ଏବେ ତ ଲେଡିଜ୍ ହଷ୍ଟେଲ ରେ ଲେଡ଼ିଜ୍ ଗଦା ଗଦା ଆଉ ତା ପାଖକୁ ଲାଗିକି ବଏଜ୍ ହଷ୍ଟେଲ ।

 

ଯଦି ଆମର ଫିଲ୍ମ ରେ ଗୋଟେ ସିନ୍ କଲା ବେଳକୁ ଲଭ୍ ହେଇ ଯାଉଛି ।ଆଉ ତମର ତ ଦୁଇ କି ତିନି ବର୍ଷ କୋର୍ସ ଥିବ ନା ତା ଭିତରେ ତ ପିଲା ଛୁଆ ହେଇଯିବେ । ତମେ ମାନେ ପ୍ରଥମେ ନିଜକୁ ନିଜେ ଦେଖ। ଆଗ ନିଜ ବାପା ମାଆ ଓ ତାଙ୍କ ପରିସ୍ଥିତି କୁ ଦେଖ ,ଆଉ ତାପରେ ନିଜକୁ ଦେଖ ତମେ ଆସି ଏଠି କଣ କରୁଛ। ଆଉ ତମେ କଣ କରୁଛ ପ୍ରଭୁ ନାରାୟଣ ଙ୍କୁ ଜଣା ଆଉ ମାଆ ଗଙ୍ଗେଇ ଙ୍କୁ ଜଣା ।

 

ଏହାପରେ କହିଛନ୍ତି ଯେ , ମୁଁ ତ ଯାହା ଦେଖୁଛି ତମେ ଆଉ ପରିସ୍ଥିତି ଭିତରେ ନାହଁ ।ତମେ ତ ପୁରୁଷ ଆଗରେ ପୁରା ଦାସୀ ହେଇ ଯାଇଛ । ତମେ ଝିଅ ପିଲା ମାନେ କାଇଁ ସେ ସବୁ ରେ ଫସି ଯାଉଛ । ତମେ ଆସିକି ତମ କ୍ୟାରିଅର କରୁନ । ତମେ ନିଜ ପରିସ୍ଥିତି କୁ ଭୁଲି ଯାଉଛ , ଆଉ ଏତେ କୁଣ୍ଡେଇ ହେଉଛି ଯେ ଏଠି ଆସି ପ୍ରେମ କରୁଛ । କୁଣ୍ଢାକୁଣ୍ଢି ହେଉଛ ଆଉ କିଛି ମାନୁନ , ସବୁ ପାର୍କ ହେଇଛି କଣ କୁଣ୍ଢାକୁଣ୍ଢି ଆଉ ଚୁମା ଚୁମି କରିବାକୁ ।

 

ଛୋଟ ଛୁଆ ଗୁଡ଼ାକ ଏତେ ଅସମ୍ଭାଳ କଣ ପାଇଁ ହେଉଛ । ଆଉ ଯଦି ସମ୍ଭାଳି ପାରୁନ ତାହେଲେ ବାପା ମାଆ ଙ୍କୁ କହି ବାହା ହେଇ ପଡୁନ। ଗୋଟେ ସାଳିନତା, ସଂସ୍କାର ଆଉ ସଂସ୍କୃତି ଭିତରେ ରୁହ । ମୋବାଇଲ ରେ କିଛି ଭଲ କଥା ଦେଖୁନ । କିଛି ନାହିଁ କେଉଁଠି ଗଛ ,ବୁଦା, ପାର୍କ ଦେଖିକି ପ୍ରେମ କରୁଛ ଆଉ କାହାକୁ ବି ମାନୁନ । ତେବେ କମେଡିଆନ ଜ୍ଞାନ ବାରିକ ବର୍ତ୍ତମାନ ମିଡ଼ିଆ ସାମ୍ନାରେ ଏହି ସବୁ କଥା କହିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *