ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାବୁଶାନ୍ ଏଥର ବଲିଉଡ୍ ରେ ଫିଲ୍ମ କରିବେ ଅର୍ଥାତ୍ ତାଙ୍କ ପାଖକୁ ଅଫର୍ ଆସିଲାଣି ହିନ୍ଦୀ ଫିଲ୍ମ ପାଇଁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁ ଗଣ ଆପଣ ମାନେ ତ ଜାଣନ୍ତି ଆମ୍ଭେ ମାନେ ପ୍ରତିଦିନ କିଛି ନା କିଛି ଖବର ଆପଣମାନଙ୍କ ପାଖରେ ପହଞ୍ଚାଇ ଥାଉ।ସେ ଖବର ଭଲ ହେଉ କିମ୍ବା ଖରାପ ହେଉ।ତେଣୁ ଆଜି ମଧ୍ୟ ଆମ୍ଭେ ଆପଣମାନଙ୍କ ପାଇଁ ନେଇଆସିଛୁ ଯେଉଁ ଖବର ଟି ପଢ଼ିଲେ ଆପଣଙ୍କର ମନ ଖୁସି ରେ ଭରିଯିବ।ତେବେ ଖବର ଟି ହେଉଛି ଆମର ଓଡ଼ିଆ ସୁପରଷ୍ଟାର ବାବୁଶାନ୍ ଯିଏ କି ଏବେ ଗୋଟେ ସୁପରହିଟ ଫିଲ୍ମ ଦମନ ଫିଲ୍ମ ସମସ୍ତଙ୍କୁ ଭେଟି ସ୍ୱରୂପ ଦେଇଛନ୍ତି ସେ ଏବେ ବଲିଉଡ୍ ରେ ମଧ୍ୟ ଫିଲ୍ମ କରିବେ ବୋଲି କଥା ଉଠିଛି।କାରଣ ଦମନ ଫିଲ୍ମ ଓଡ଼ିଶା ଭିତରେ ସହ ଓଡ଼ିଶା ବାହାରେ ଯେଉଁ ଭଳି ନିଜର ଦବଦବା ଜାହିର କରୁଛି ସେଇଥିରୁ କଥା ଉଠିଛି ଯେ ବାବୁଶାନ୍ ଏବେ ଓଡ଼ିଆ ସହ ହିନ୍ଦୀ ଫିଲ୍ମ ମଧ୍ୟ କରିବେ।
ଏବେ ଭାରତର ସମସ୍ତ ଲୋକ ଅପେକ୍ଷା କରିଛନ୍ତି ଦମନର ହିନ୍ଦୀ ଡବିଙ୍ଗକୁ । ଯେତେବେଳେ ହିନ୍ଦୀ ଡବିଙ୍ଗ ସଂପୂର୍ଣ୍ଣ ଭାବରେ ତିଆରି ହେଇଯିବ ସେତେବେଳେ ଜଣାପଡ଼ିବ ଯେ ଦମନ ଫିଲ୍ମ ଏବଂ ଏହାର ଟ୍ରେଲର କିଭଳି ପ୍ରଭାବ ପକାଉଛି ଓଡ଼ିଶା ବାହାର ର ଲୋକମାନଙ୍କ ଉପରେ।କିନ୍ତୁ ଏହା ପୂର୍ବରୁ ମଧ୍ୟ ବାବୁଶାନ୍ ଙ୍କ ଫିଲ୍ମ ନେଇ ଯେତିକି ଆଲୋଚନା କରାଯାଉଛି ଏବଂ ଯେଉଁ ଭଳି ଭାବରେ ଫିଲ୍ମ ନିର୍ଦ୍ଦେଶକ ଓ ସମୀକ୍ଷକ ମାନେ ଏହାକୁ ଏକ ଉଚ୍ଚକୋଟିର ସିନେମା ବୋଲି କହୁଛନ୍ତି ଏହା ବାବୁଶାନ୍ ଙ୍କ ପାଇଁ ନିଶ୍ଚିତ ଗୋଟିଏ ଭଲ ପଏଣ୍ଟ ବୋଲି ଜଣାପଡୁଛି।
କାରଣ ଏହି ଫିଲ୍ମ ଯୋଗୁଁ ବାବୁଶାନ୍ ଚାରିଆଡୁ ପ୍ରଶଂସା ଗୋଟାଉଛନ୍ତି।ଆଉ ଏବେ କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ବାବୁଶାନ୍ ହେଉଛନ୍ତି ଏଭଳି ଜଣେ ଅଭିନେତା ଯିଏ କି ଓଡ଼ିଆ ସିନେମାର ଭବିଷ୍ୟତକୁ ଆଗକୁ ନେଇଯିବେ।ତେବେ ଦମନ ଫିଲ୍ମ ହିନ୍ଦୀ ଡବ ରେ ରିଲିଜ୍ ହେବା ପରେ ଏହା ନିର୍ଦ୍ଦେଶକ ମାନଙ୍କ ଉପରେକିପରି ପ୍ରଭାବ ପକାଇବ ତାହା ଦେଖିବା ପାଇଁ ବାକି ରହିଲା।କାରଣ ହିନ୍ଦୀ ଭାଷାରେ ରିଲିଜ ହେବ ପୂର୍ବରୁ ମଧ୍ୟ ସମସ୍ତେ ଏହାର ଭୁରି ଭୁରି ପ୍ରଶଂସା କରୁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ନୂଆ ରୂପ ଆଉ ନୂଆ ଷ୍ଟୋରି କୁ ନେଇ କିଛି ଏପରି ନିର୍ଦ୍ଦେଶକ ଥାନ୍ତି ଯେଉଁ ମାନେ ତିଆରି କରିବାକୁ ଚାହାନ୍ତି ଏକ ସୁନ୍ଦର କାହାଣୀ।
ଆଉ ଯେଉଁଥିରେ ଏକ ସୁନ୍ଦର ଚରିତ୍ରକୁ ନେଇ ସମସ୍ତେ ଏକ ସୁନ୍ଦର କାହାଣୀ କରିବାକୁ ଚାହୁଁଛନ୍ତି।ଦମନର କାହାଣୀ ତଥା କଥାବସ୍ତୁ ଏବେ ସମସ୍ତଙ୍କୁ ପ୍ରଭାବିତ କରିଛି। କେବଳ ଓଡିଶା ନୁହେଁ ସାରା ଭାରତରେ ଏକ ସୁନ୍ଦର ଛାପ ସୃଷ୍ଟି କରିଛି ଦମନ। ଦମନ ଏବେ କେବଳ ଭାରତ ରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଲୋକମାନଙ୍କୁ ପସନ୍ଦ ଆସିବାରେ ଲାଗିଛି।ତେବେ ବାବୁଶାନ୍ ଏହି ଜବରଦସ୍ତ ଦମନ ଫିଲ୍ମ ମାଧ୍ୟମ ରେ ଯେଉଁ ଛାପ ସୃଷ୍ଠି କରିଛନ୍ତି ଜନସାଧାରଣ ରେ କଥା ଉଠୁଛି ଯେ ଏହି ମାଧ୍ୟମ ରେ ବାବୁଶାନ୍ ଙ୍କୁ ବଲିଉଡ୍ ଇଣ୍ଡଷ୍ଟ୍ରି କୁ ଯିବା ପାଇଁ ରାସ୍ତା ମିଳିଯିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।