ସବୁ ଜାଣିକି ଆଗେଇଛି ନାଁ, ଫୋନରେ କଥା ହେଇ ପୁରା ଚଷି ଦେଇଛି, କହିଲେ କମେଡିଆନ ରାଜୁ ଦାସ…     

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସବୁ ଜାଣିକି ଆଗେଇଛି ନାଁ, ଫୋନରେ କଥା ହେଇ ପୁରା ଚଷି ଦେଇଛି, କହିଲେ କମେଡିଆନ ରାଜୁ ଦାସ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମଣିଷ ଏହି ଜଞ୍ଜଳମୟ ଦୁନିଆ ରେ ଜନ୍ମ ହୋଇ ସଙ୍ଗେ ସଙ୍ଗେ ଦୁନିଆ ର ମୋହ ମାୟା ମଧ୍ୟ ରେ ଛନ୍ଦି ହୋଇଯାଏ।ତେବେ ସବୁ ମଣିଷ ବଡ଼ ହୋଇସାରିବା ପରେ ସମୟ ଆସିଲେ ନିଜ ନିଜ ର ଜୀବନସାଥି ଚୟନ କରିଥାନ୍ତି।କାରଣ ଜୀବନ ରୂପୀ ନୌକା ରେ ଚାଲିବା ପାଇଁ ଏକ ଜୀବନସାଥି ନିହାତି ଜରୁରୀ।ତେବେ ସେହିପରି ନିଜର ଜୀବନସାଥି ଚୟନ କରି ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଡ଼ିଶା ର ପ୍ରସିଦ୍ଧ କମେଡିଆନ୍ ରାଜୁ ଦାସ।ଆସନ୍ତୁ ଜାଣିବା ପାଠକ ଗଣ ରାଜୁ ଦାସଙ୍କ ଠାରୁ କ’ଣ କହିଲେ ସେ ତାଙ୍କ ଜୀବନସାଥି ଙ୍କ ବିଷୟ ରେ ଏବଂ ଆଗକୁ କ’ଣ କରିବେ ସେହି ବିଷୟରେ ମଧ୍ୟ।

 

ପ୍ରଥମେ ରାଜୁ ଦାସ  ଏବଂ ତାଙ୍କର ଜୀବନସାଥି ସୋନାଲି ଙ୍କୁ ବିବାହ ପାଇଁ ଆମ୍ଭ ମାନଙ୍କର ତରଫରୁ ବହୁତ ଶୁଭେଚ୍ଛା।ତେବେ ରାଜୁ ଦାସ ଙ୍କ କହିବା ଅନୁଯାୟୀ ତାଙ୍କୁ ବହୁତ ଭଲ ଜୀବନସାଥି ମିଳିଛି।ସେ କହିଛନ୍ତି ଯେ ଜଣେ ମଣିଷ କୁ ଯେତେବେଳେ ଗୋଟେ ଜୀବନସାଥି ମିଳିଯାଏ ସେତେବେଳେ ସେ ପୂର୍ଣ୍ଣ ହୋଇଯାଏ।ସେହି ପରି ସେ ନିଜର ଜୀବନସାଥି ପାଇ ତାଙ୍କୁ ବିବାହ କରି ଏବେ ପୂର୍ଣ୍ଣ ହୋଇଯାଇଛନ୍ତି।ସେ ତାଙ୍କ ଅର୍ଦ୍ଧାଙ୍ଗିନୀ ଙ୍କୁ ପାଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।ରାଜୁ ଦାସ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ଘର ହେଉଛି କେଉଁଝର ରେ।ତେବେ ସେଠି ଯାଇ ବିବାହ କରିବ ପାଇଁ ଏତେ କଷ୍ଟ ହେଇନଥିଲା ବୋଲି କହିଥିଲେ ସେ।

         

ତାଙ୍କ କହିବା ଅନୁଯାୟୀ ତାଙ୍କର ବିବାହ ଆରେଞ୍ଜ୍ ମ୍ୟାରେଜ୍ ହୋଇଥିଲା।ହେଲେ ସେ ଏମିତି କିଛି ନ ଜନିକି ବିବାହ କରିନାହାନ୍ତି।ଫୋନ୍ ରେ କଥା ହୋଇ ସେ ସବୁ ଜାଣି ଭାବୁ ଚିନ୍ତି କି ବାହା ହୋଇଛନ୍ତି।ଆଉ ସେ ଏହି ବିବାହ ରେ ବହୁତ ଖୁସି ଅଛନ୍ତି।କାରଣ ତାଙ୍କ ଜୀବନସାଥି ସୋନାଲି ଏକ ବହୁତ ଭଲ ଝିଅ ନମ୍ର, ଭଦ୍ର ଏବଂ ପରୋପକାରୀ ଝିଅ।ତେବେ ସୋନାଲି କେଉଁଝର ରେ ଏକ ପ୍ରାଇଭେଟ୍ କଲେଜ ରେ ପାଠ ପଢ଼ାଉଥିଲେ।ତେବେ ସେ ଏକ ମହତ୍ କାମ ଛାଡ଼ି ଏଠିକି ଭୁବନେଶ୍ଵର କୁ ଆସିଛନ୍ତି।ତେବେ ସେ ଆଗକୁ କିଛି ନୂଆ କାମ କରିବେ କି କ’ଣ କରିବେ ତାହା ଆଗକୁ ଦେଖାଯିବ ବୋଲି ରାଜୁ ଦାସ କହିଛନ୍ତି।

 

ତେବେ ସେ ଆହୁରି କହିଛନ୍ତି ଯେ ସୋନାଲି ଙ୍କ ପାଖରେ ସେମିତି କ୍ଷମତା ରହିଛି ଯେ ସେ ସବୁ କାମ କୁ ସୁରୁଖୁରୁରେ କରିପାରିବେ।ଘର ଚଳାଇବା ସହ ସେ ନିଜ ଯବ୍ ମଧ୍ୟ ଆରାମ ରେ କରିପାରିବେ।ରାଜୁ ଦାସ ବିବାହ ପରେ ନିଜ ପେଶା କୁ ଛାଡ଼ିବେ ନା ଚାଲୁ ରଖିବେ ବୋଲି ପଚାରିବାରୁ ସେ କହିଲେ କି ସେ ଯେଉଁ କାମ କରୁଛନ୍ତି ତାହାକୁ ସେ ଜମା ବି ଛାଡ଼ିବେ ନାହିଁ।କାରଣ ସେ ଓଡ଼ିଶାବାସୀ ଙ୍କୁ ଧୋକା ଦେଇପାରିବେ ନାହିଁ ବୋଲି କହିଲେ।ସେ ଆହୁରି କହିଲେ କୁ ସେ ଯେଉଁ କାମ କରୁଛନ୍ତି ସେଥିରେ ସେ ସୋନାଲି ଙ୍କୁ ମଧ୍ୟ ସାମିଲ କରିବେ ବୋଲି ଚିନ୍ତା କରିଛନ୍ତି।ତେବେ ଆମ୍ଭେ ମାନେ ଭଗବାନ୍ ଙ୍କ ପାଖରେ କରୁଛୁ ଯେ ରାଜୁ ଦାସ ଏବଂ ସୋନାଲି ଙ୍କ ଜୀବନ ଭଲ ରେ ଚାଲୁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *