ବାବୁସାନ ଙ୍କ Daman ଫିଲ୍ମ ପଛରେ ପକେଇଲା KGF ଫିଲ୍ମ କୁ | ଜାଣନ୍ତୁ ରୋଜଗାର…

 

 

ଚଳଚ୍ଚିତ୍ର ପାଇଁ ସମସ୍ତଙ୍କ ମନରେ ଆତ୍ମୀୟତା ରହିଥାଏ । ଚଳଚ୍ଚିତ୍ର ହେଉଛି ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତିଆରି କରିଥାଏ । ଅନେକ ଲୋକ ନିଜ ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ କାଢି ଚଳଚ୍ଚିତ୍ର ଦେଖି ନିଜର ମନୋରଞ୍ଜନ କରିଥାନ୍ତି । ଚଳଚ୍ଚିତ୍ର ଜଗତରେ ଅଭିନେତା ଅଭିନେତ୍ରୀ ମାନଙ୍କୁ ମାଗୁଟ ଦର୍ଶକ ଅଭିନୟ ବଳରେ ପସନ୍ଦ କରିଥାନ୍ତି । ଅନେକ ଚଳଚ୍ଚିତ୍ର ତିଆରି ହେଉଥିବା ବେଳେ ସେହି ମଧ୍ୟରୁ କିଛି ଫିଲ୍ମ ହିଁ ହିଟ ହୋଇଥାଏ । ହିଟ ହୋଉଥିବା ଫିଲ୍ମ ଲୋକମାନଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଯେଉଁମାନେ ଫିଲ୍ମ ଦେଖି ଆସି ନିଜର ମନ୍ତବ୍ୟ ଦିଅନ୍ତି ତେବେ ଏହା ଦେଖି ଅନ୍ୟାନ୍ୟ ଲୋକ ମଧ୍ୟ ଆକର୍ଷଣ ହୋଇ ଫିଲ୍ମ ଦେଖିବାକୁ ଯାଆନ୍ତି । 

 

ଗତ କିଛିଦିନ ତଳେ Kgf ପାର୍ଟ୍ 2 ରିଲିଜ୍ ହୋଇଥିବା ବେଳେ ଏହି ଫିଲ୍ମ ଟି ସୁପରହିଟ ହୋଇଥିଲା । ଏହି ଫିଲ୍ମ ଦେଖିବାପାଇଁ ପ୍ରତ୍ୟେକ ଦିନ ହଲରେ ଭିଡ଼ ଜମିଥିବା ବେଳେ ଏହି ଫିଲ୍ମ କୁ ବହୁତ ଭଲ ପାଇବା ମିଳିଥିଲା । ବର୍ତ୍ତମାନ ଓଡ଼ିଆ ଫିଲ୍ମ ଦମନ ସାରା ଓଡ଼ିଶାରେ ଲୋକପ୍ରିୟ ହେଉଥିବାରୁ ବର୍ତ୍ତମାନ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଟିକିଏ ପରିବର୍ତ୍ତନ ଦେଖିବାକୁ ମିଳୁଛି । କାହିଁକି ନା ଆଗରୁ ଲୋକଙ୍କ ମନରେ ଏତେ ମାତ୍ରାରେ ଓଡ଼ିଆ ଫିଲ୍ମ କୁ ନେଇ ଆଗ୍ରହ ନଥିଲା । ମାତ୍ର ଦମନ ଫିଲ୍ମ ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଓଡ଼ିଆ ଫିଲ୍ମ ପ୍ରତି ଥିବା ଚିନ୍ତାଧାରା କୁ ପରିବର୍ତ୍ତନ କରିଦେଇଛି । 

 

ଓଡ଼ିଶାରେ ଅନେକ ଦର୍ଶକ ଏହି ଫିଲ୍ମ ଦେଖି ସାରିବା ପରେ ବର୍ତ୍ତମାନ ହିନ୍ଦୀ ମୁଁହା ହେଲେଣି ଫିଲ୍ମ ଦମନ ନିର୍ମାତା । ଏହି ଫିଲ୍ମ ର ବର୍ତ୍ତମାନ ହିନ୍ଦୀ ରେ ଭାଷା ରେକର୍ଡ ଚାଲିଛି । ଏହି ଫିଲ୍ମ ରେ ୨ ଟି ଗୀତ ଥିବାବେଳେ ଏହି ଦୁଇଟି ଗୀତ ବର୍ତ୍ତମାନ ହିନ୍ଦୀରେ ପ୍ରସ୍ତୁତି ଚାଲିଛି । ଓଡ଼ିଶା ବାହାରେ ମଧ୍ୟ ଅନେକ ଲୋକ ଏହି ଫିଲ୍ମ ଦେଖି  ଖୁବ୍ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏହି ଫିଲ୍ମ ହିନ୍ଦୀ ଭାଷାରେ ବଲିଉଡ ଦ୍ଵାରା ରିଲିଜ୍ ହେବ । ଏହି ଫିଲ୍ମ କୁ ବଡ ପରଦାରେ ଦେଖିବାପାଇଁ ଲୋକ ମାନଙ୍କ ମନରେ ଆଗ୍ରହ ରହିଛି । ସମସ୍ତେ ଏହି ଫିଲ୍ମ କୁ ହିନ୍ଦୀ ଭାଷାରେ ଦେଖିବାପାଇଁ ଅପେକ୍ଷା କରିରହିଛନ୍ତି।

 

କୁହାଯାଉଛି ଯେ Kgf ରେ ଥିବା ଇମୋସନ କୁ କାଟି ଦେଇଛି ଦମନ ଫିଲ୍ମ । ଦମନ ଫିଲ୍ମ ବର୍ତ୍ତମାନ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମ ସମ୍ପର୍କରେ ଅନେକ ବଡ ବଡ ଷ୍ଟାର ମାନେ ମଧ୍ୟ ନିଜର ମତ ରଖିଛନ୍ତି । ତେବେ ଏହି ଫିଲ୍ମ ହିନ୍ଦୀ ରେ ରିଲିଜ ହେବାପରେ ଲୋକମାନଙ୍କ ଭଲ ପାଇବା ମିଳିବ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି । 

Leave a Reply

Your email address will not be published. Required fields are marked *