ପରିତ୍ୟକ୍ତ ଅବସ୍ଥାରେ ମିଳିଲା ଅର୍ଚନାଙ୍କ ଦାମୀ ଏଣ୍ଡେଭର କାର୍‌ । ଯେଉଁଥିରୁ ମିଳିଲା ଇଂରାଜୀରେ ଲେଖା ଥିବା ଏକ ଚିଠି । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପରିତ୍ୟକ୍ତ ଅବସ୍ଥାରେ ମିଳିଲା ଅର୍ଚନାଙ୍କ ଦାମୀ ଏଣ୍ଡେଭର କାର୍‌ । ଯେଉଁଥିରୁ ମିଳିଲା ଇଂରାଜୀରେ ଲେଖା ଥିବା ଏକ ଚିଠି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶେଷରେ ଇଡି ଖୋଜୁଥିବା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି ମିଳିଛି । ଶନିବାର ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରୟାଲ୍‌ କଲେଜ ନିକଟରୁ ଏହି କାର୍‌କୁ ଠାବ କରାଯାଇଛି । ଗାଡ଼ିର ନମ୍ବର ପ୍ଲେଟ୍‌ ବାହାରେ ନ ଲାଗି ଭିତରେ ସିଟ୍ ଉପରେ ଥୁଆ ହୋଇଥଲା । ଯେଉଁଥିରୁ ତାହା ଇଡି ଖୋଜୁଥିବା ଅର୍ଚ୍ଚନାଙ୍କ ସେହି ବହୁ ଚର୍ଚ୍ଚିତ କାର୍‌ ବୋଲି ସ୍ପଷ୍ଟ ହୋଇଛି । ଏନେଇ ଇଡିର ଅଧିକାରୀମାନେ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାର୍‌ଟି ଲକ୍‌ ଅବସ୍ଥାରେ ଥିବାରୁ ସୋ’ରୁମ୍‌ର ଟେକ୍ନିସିଆନ୍‌ଙ୍କ ସହଯୋଗରେ ଗାଡ଼ିର ଲକ୍‌ ଖୋଲି ଇଡି ତାକୁ ନୂଆପଲ୍ଲୀ କାର୍ଯ୍ୟାଳୟକୁ ନେଇଛି । 

 

କାର୍‌ ଭିତରୁ କେତେକ କାଗଜପତ୍ର ମିଳିଛି ଏବଂ ସେଥିରେ କେତେକ ବ୍ୟକ୍ତିଙ୍କ ନାଁ ଓ ମୋବାଇଲ ନମ୍ବର ଲେଖାଯାଇଛି ବୋଲି ଜଣାପଡ଼ିଛି । ଏହା ସହିତ ଏକ ହାତ ଲେଖା ଚିଠି ମଧ୍ୟ ଜବତ ହୋଇଛି । ଯେଉଁଥିରେ ଇଂରାଜୀରେ କିଛି ଲେଖା ହୋଇଛି । ଆଉ ସେଥିରେ କଣ ଲେଖା ହୋଇଛି ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି । ତେବେ ହୋଇପାରେ କି କିଏ କିଛି କହିବାକୁ ଚହୁଛି କିନ୍ତୁ ସେ ଡରିକି କହି ପାରୁନି ଆଉ ସେ ଏ ଚିଠି ମାଧ୍ୟମରେ ଲେଖିକି ଦେଇଛି ବୋଲି ଚର୍ଚା ମଧ୍ୟ ହେଉଛି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଶୁକ୍ରବାର ରାତି ପ୍ରାୟ ୧୨ଟା ବେ‌ଳେ ଜଣେ ବ୍ୟକ୍ତି ଏହି କାର୍‌କୁ ଆଣି ଏଠାରେ ରାସ୍ତା କଡ଼ରେ ପାର୍କିଂ କରିଥିଲେ । କିନ୍ତୁ ସେ କାର୍‌ ଛାଡ଼ି କେତେବେଳେ ପଳାଇଲେ, ଜଣା ପଡ଼ିଲାନାହିଁ । 

 

ଶନିବାର ସକାଳୁ ନମ୍ବରବିହୀନ କାର୍‌କୁ ସେମିତି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ବି କେହି କାର୍‌ ନେବାକୁ ଆସିନଥିଲେ । ଏତେ ଦାମୀ କାର୍‌ଟି ପରିତ୍ୟକ୍ତ ଅବସ୍ଥାରେ ପାର୍କିଂ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଖବର ପାଇ ଇଡିର ଅଧିକାରୀମାନେ କାର୍‌ ନିକଟକୁ ଆସିଥିଲେ । ସେଇଟି ଅର୍ଚ୍ଚନାଙ୍କ କାର୍‌ ବୋଲି ସ୍ପଷ୍ଟ କରିବା ପାଇଁ ଇଂଜିନ ନମ୍ବର ଓ ଚେସିସ୍ ନମ୍ବର ମିଳାଇବାକୁ ପଡ଼ିଥିଲା । ପ୍ରକାଶ ଥାଉକି ଇଡି ଏହି ମାମଲାର ତଦନ୍ତ ଦାୟିତ୍ବ ନେଇ ଅର୍ଚ୍ଚନାଙ୍କ ସମ୍ପତ୍ତିର ଖୋଳତାଡ୍‌ କରିବା ପରେ ତାଙ୍କର ୪ଟି କାର୍‌ ଥିବା ଜଣା ପଡ଼ିଥିଲା । 

 

ସେଥିମଧ୍ୟରୁ କ୍ରେଟା ଓ ଫର୍‌ଚ୍ୟୁନର୍‌ କାର୍‌କୁ ସେ ବିକ୍ରି କରି ସାରିଥିବା ବେଳେ ଥାର୍‌ କାର୍‌ଟିକୁ ଇଡି ଜବତ କରିଥିଲା । କିନ୍ତୁ ଏଣ୍ଡେଭର କାର୍‌ର ପତ୍ତା ମିଳୁନଥିଲା । ଦୁଇ ଦିନ ତଳେ ଇଡି ପକ୍ଷରୁ ଚେତବାନୀ ଦିଆଯାଇଥିଲା ଯେ ଏଣ୍ଡେଭର୍‌ କାର୍‌ ଯାହା ପାଖରେ ଅଛି, ତୁରନ୍ତ ହସ୍ତାନ୍ତର କରିଦିଅନ୍ତୁ । ନଚେତ ଗାଡ଼ି ଠାବ ହେଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ଇଡିର ଚେତାବନୀ ଭୟରେ କେହି ଗାଡ଼ିକୁ ରାସ୍ତା କଡ଼ରେ ଥୋଇ ପଳାଇଥିବା ଆଲୋଚନା ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *